ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଏହା କେତେବେଳେ କରୁଛି ଗ୍ରାସ

Published: Nov 29, 2020, 5:30 am IST

ନୂଆଦିଲ୍ଲୀ, ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଚଳିତ ନଭେମ୍ବର ମାସ 30 ଅଛି। ବିଶେଷ କଥା ହେଉଛି ଏହି ଚନ୍ଦ୍ରଗ୍ରହଣ ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଛି। ଏହି ଚନ୍ଦ୍ରଗ୍ରହଣ ଏକ ଛାୟା ଚନ୍ଦ୍ରଗ୍ରହଣ ହେବ। ଅର୍ଥାତ ଏଥର ଚନ୍ଦ୍ର କିଛି ସମୟ ପାଇଁ ଲୁଚିଯିବେ। ପୂର୍ଣ୍ଣିମାରେ ଚନ୍ଦ୍ର ପୁରା ଉଜ୍ଜଳ ଏବଂ ପୂର୍ଣ୍ଣ ଭାବେ ପ୍ରତିୟମାନ ହୁଅନ୍ତି। ହେଲେ ଏଥର କାର୍ତ୍ତିକ ପୂର୍ଣ୍ଣିମା ଚନ୍ଦ୍ର କିଛି ଘଣ୍ଟା ପାଇଁ ଲୁଚିଯିବେ।

ଭାରତରେ ଏହି ଚନ୍ଦ୍ରଗ୍ରହଣ ଅପରାହ୍ନ 1ଟା 4 ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା 5 ଟା 22 ମିନଟରେ ଶେଷ ହେବ। ଏହି ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ଦିନ ରୋହିଣୀ ନକ୍ଷତ୍ର ଏବଂ ବୃଷ ରାଶିରେ ହେବ। ତେବେ ଭାରତରେ ଏହି ଚନ୍ଦ୍ରଗ୍ରହଣ ଦେଖାଯିବ ନାହିଁ। ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଏବଂ ଆମେରିକାର କିଛି ଅଂଶରେ ଦେଖାଯିବ।

ସାଧାରଣତଃ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବାର 9 ଘଣ୍ଟା ପୂର୍ବରୁ, ବିଭିନ୍ନ ନିଷେଧ ପାଳନ କରାଯାଇଥାଏ। ମାତ୍ର ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେଉ ନ ଥିବାରୁ, ଭାରତ ପାଇଁ ଏହି ନିଷେଧ ଲାଗୁ କରାଯିବ ନାହିଁ। ଶାସ୍ତ୍ରରେ ଏହି ଚନ୍ଦ୍ରଗ୍ରହଣକୁ ଗ୍ରହଣ କରାଯାଉ ନାହିଁ। ତେଣୁ, ଭାରତରେ କୈଣସି କାର୍ଯ୍ୟ ଉପରେ ପ୍ରତିବନ୍ଧକ ବା ନିଷେଧ ଲଗାଯିବ ନାହିଁ। ତଥାପି, ନକ୍ଷତ୍ର ଏବଂ ରାଶର ନିଶ୍ଚିତ ଭାବରେ ପ୍ରଭାବିତ କରିବ। ବୃଷ ରାଶିର ଲୋକଙ୍କୁ ଚନ୍ଦ୍ରଗ୍ରହଣ ସମୟରେ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।

Related posts