ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ କେବେ ବି କରନ୍ତୁ ନାହିଁ ଏହି କାମ, ସନ୍ତାନ ଉପରେ ପଡିବ ପ୍ରଭାବ

Published: Nov 8, 2022, 6:43 am IST

ଭୁବନେଶ୍ବର: ଆଜି କାର୍ତ୍ତିକ ପୂର୍ଣ୍ଣିମା ଦିନରେ ଚନ୍ଦ୍ରଗ୍ରହଣ ଲାଗୁଛି। ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ କିଛି ନିୟମ ପାଳନ କରିବା ଜରୁରୀ। ଅନ୍ୟଥା, ଉଭୟ ଶିଶୁ ଏବଂ ମା’ ଉପରେ ଖରାପ ପ୍ରଭାବ ପଡିଥାଏ। ଚନ୍ଦ୍ରଗ୍ରହଣର ସୂତକ କାଳ ପରେ ଗର୍ଭବତୀ ମହିଳାମାନେ ଘରୁ ବାହାରକୁ ଆସିବା ଉଚିତ୍ ନୁହେଁ। ଚନ୍ଦ୍ରଗ୍ରହଣର ଛାୟା ଶିଶୁର ବିକାଶ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏପରି କରିବା ଦ୍ୱାରା ଶିଶୁର ଶାରୀରିକ ତ୍ରୁଟି ହୋଇପାରେ।

ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ଧାରୁଆ ଜିନିଷ ବ୍ୟବହାର କରିବା ଉଚିତ୍ ନୁହେଁ। ଯେପରି ପନିପରିବା କାଟନ୍ତୁ ନାହିଁ, ସିଲେଇ, କଇଁଚି, ଛୁରୀ ବ୍ୟବହାର କରନ୍ତୁ ନାହିଁ। ଏହା କରିବା ଅତ୍ୟନ୍ତ ଅଶୁଭ ଅଟେ। ଏହା ଦ୍ଵାରା ମା’ ସହିତ ପିଲା ଉପରେ ଖରାପ ପ୍ରଭାବ ପଡିଥାଏ।

ଗର୍ଭବତୀ ମହିଳାମାନେ ଚନ୍ଦ୍ରଗ୍ରହଣ ସମୟରେ ଶୋଇବା ଉଚିତ୍ ନୁହେଁ। କୁହାଯାଏ ଏହା ଶିଶୁର ବୁଦ୍ଧି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ପିଲାଟି ମାନସିକ ବିକାରଗ୍ରସ୍ତ ହୋଇପାରେ।

ଚନ୍ଦ୍ରଗ୍ରହଣ ସମାପ୍ତ ହେବା ପରେ ଜଣେ ଗର୍ଭବତୀ ମହିଳା ପବିତ୍ର ପାଣିରେ ସ୍ନାନ କରିବା ଉଚିତ୍, କୁହାଯାଏ ଯେ, ଉଭୟ ଗର୍ଭସ୍ଥ ଶିଶୁ ଏବଂ ମା’ ଉପରେ ଗ୍ରହଣ ଦୋଷ ଲାଗିବ ନାହିଁ।

Related posts