ଚନ୍ଦ୍ର ଗ୍ରହଣ ବେଳେ ଖାଇବା, ବିଜ୍ଞାନ ନାମରେ ହେତୁବାଦୀଙ୍କ ଏକ ନାଟକ

Published: Nov 8, 2022, 8:41 pm IST

ଭୁବନେଶ୍ବର: ଆଜି ଚନ୍ଦ୍ର ଗ୍ରହଣ ବେଳେ ତଥାକଥିତ ହେତୁବାଦୀମାନେ ଖାଦ୍ୟ ଭକ୍ଷଣ କରି ଦେଖାଇ ହେବା କାର୍ଯ୍ୟକୁ ପଣ୍ଡ କରିଛନ୍ତି ସାଧାରଣ ଜନତା। ପୂର୍ବରୁ ଏହି ବ୍ୟକ୍ତିଗଣ ଏହିପରି ବହୁ ଥର ଗ୍ରହଣ ଲାଗିଥିବା ବେଳେ ଖାଦ୍ୟ ଖାଇ ନିଜକୁ ବଡ ଜ୍ଞାନୀ ବୋଲାଉଛନ୍ତି । ସେମାନେ ଭାବନ୍ତି ଯେ, କେବଳ ବିଜ୍ଞାନ ବିଷୟରେ ତାଙ୍କର ଜ୍ଞାନ ଅଛି। ଗ୍ରହଣ କେବଳ ଛାଇ ଆଲୁଅର ଖେଳ ବୋଲି କେବଳ ସେମାନେ ଜାଣିଛନ୍ତି। ଆଉ କେହି ଜାଣି ନାହାଁନ୍ତି।

ଗ୍ରହଣ କେମିତି ହୁଏ କିପରି ହୁଏ ତାହା ସ୍କୁଲ ବେଳୁ ସମସ୍ତଙ୍କୁ ପଢାଯାଏ। ତେହେ ଏକ ଛାଇ ଆଲୁଅ ଖେଳ ବୋଲି ସମସ୍ତେ ଜାଣନ୍ତି। ଏଥିରେ କିଛି ସନ୍ଦେହ ନାହିଁ। ହେଲେ ତାହା ସହିତ ସମସ୍ତେ ଗ୍ରହଣ ବେଳେ ଖାଦ୍ୟ ଗ୍ରହଣ ନ କରିବା, ହାଣ୍ଡିଛାଡ କଥା ମଧ୍ୟ ରହିଛି। ହେଲେ ଏହି ପରଂପରା ବା ବିଶ୍ବାସକୁ ପୂର୍ବରୁ କୌଣସି ବୈଜ୍ଞାନିକ ଏହାକୁ ବିରୋଧ କରି ନାହାଁନ୍ତି। ଏହା କହିଛନ୍ତି ଯେ, ଗ୍ରହଣ ସହିତ ଖାଦ୍ୟର କୌଣସି ସଂପର୍କ ନାହିଁ ।

ସେମାନେ ଉଭୟ ବିଜ୍ଞାନ ଏବଂ ପରଂପରାକୁ ସମ୍ମାନ ଜଣାଇଛନ୍ତି। ହେଲେ ଓଡିଶାର ଏହି ବିଜ୍ଞ ପୁରୁଷମାନେ ଗତ କିଛି ବର୍ଷ ଧରି ରାସ୍ତାଘାଟର ଚିକେନ ବିରିୟାନୀ ଖାଇ ନିଜକୁ ବଡ ସଂସ୍କାରବାଦୀ ବୋଲି ଦେଖାଇ ହେଉଛନ୍ତି। କହି ହେଉଛନ୍ତି ଆମେ ଏତେ ବର୍ଷ ଧରି ଗ୍ରହଣରେ ଖାଉଛୁ ଆମର କିଛି ହେଉ ନାହିଁ। ଛାତିକୁ ହଲାଇ ହଲାଇ ଡିଣ୍ଡିମ ପିଟିବାରେ ଲାଗିଛନ୍ତି।

ଏଠାରେ ଏକ ଉଦାହରଣ ନେବା ନିହାତି ଆବଶ୍ୟକ। ତାହା ହେଲା ଆମର ବୈଜ୍ଞାନିକ ବା ଡାକ୍ତରମାନେ ସିଗାରେଟ ଖାଇବା କ୍ଷତିକାରକ ବୋଲି କହିଛନ୍ତି। ହେଲେ ପୃଥିବୀରେ ଏମିତି ଲୋକ ଅଛନ୍ତି ଯେଉଁମାନେ ଦୀର୍ଘ ପଚାଶ ବର୍ଷ ଧରି ସିଗାରେଟ ଖାଉଛନ୍ତି। ସେମାନଙ୍କର କିଛି ହେଉ ନାହିଁ। ନା କ୍ୟାନସର ହେଉଛି ନା ହାର୍ଟ ଆଟକ।

ଯଦି ଭେଷଜ ବିଜ୍ଞାନୀମାନେ ଏପରି କହିବା ସତ୍ବେ ତାଙ୍କର କିଛି ହେଉ ନାହିଁ। ତାହାର ଅର୍ଥ ନୁହେଁ ଯେ, ରାସ୍ତା ଘାଟରେ ସେମାନେ ସିଗାରେଟ ଖାଇ ଦେଖାଇ ହେବ ମୋର କିଛି ହେଉ ନାହିଁ ମୋର କିଛି ହେଉ ନାହିଁ। ତାହାର ଅର୍ଥ ନୁହେଁ ଯେ, ସିଗାରେଟ ଖାଇଲେ କିଛି ଅସୁବିଧା ନାହିଁ। ସିଗାରେଟ ସ୍ବାସ୍ଥ୍ୟ ପକ୍ଷେ ନିଶ୍ଚିତ କ୍ଷତିକାରକ।

ଠିକ ସେହିପରି ଏହି ହେତୁବାଦୀଙ୍କର ଚିନ୍ତାଧାରା ସେହିପରି। ସେମାନେ ଗତ କିଛି ବର୍ଷ ଧରି ଗ୍ରହଣ ସମୟରେ ଖାଦ୍ୟ ଖାଇ ଦେଖାଇ ହେଉଛନ୍ତି। ବୋଲେଇ ହେଉଛନ୍ତି ଆମରି କିଛି ହେଉ ନାହିଁ, ଆମର କିଛି ହେଉ ନାହିଁ। ଠିକ୍ ଅଛି ଏବେ କିଛି ହେଉ ନାହିଁ, ହେଲେ ସମୟ ଆସିବ ସେମାନଙ୍କର କିଛି ହେବ ନାହିଁ ବୋଲି କେହି କହିପାରିବେ ନାହିଁ। ହେଲେ ବିଜ୍ଞାନ ନାମରେ ସେ ଭାରତୀୟ ପଂରପରାକୁ ବଳି ପକାଇପାରିବେ ନାହିଁ।

Related posts