Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚନ୍ଦ୍ର ଗ୍ରହଣ ବେଳେ ଖାଇବା, ବିଜ୍ଞାନ ନାମରେ ହେତୁବାଦୀଙ୍କ ଏକ ନାଟକ

ଭୁବନେଶ୍ବର: ଆଜି ଚନ୍ଦ୍ର ଗ୍ରହଣ ବେଳେ ତଥାକଥିତ ହେତୁବାଦୀମାନେ ଖାଦ୍ୟ ଭକ୍ଷଣ କରି ଦେଖାଇ ହେବା କାର୍ଯ୍ୟକୁ ପଣ୍ଡ କରିଛନ୍ତି ସାଧାରଣ ଜନତା। ପୂର୍ବରୁ ଏହି ବ୍ୟକ୍ତିଗଣ ଏହିପରି ବହୁ ଥର ଗ୍ରହଣ ଲାଗିଥିବା ବେଳେ ଖାଦ୍ୟ ଖାଇ ନିଜକୁ ବଡ ଜ୍ଞାନୀ ବୋଲାଉଛନ୍ତି । ସେମାନେ ଭାବନ୍ତି ଯେ, କେବଳ ବିଜ୍ଞାନ ବିଷୟରେ ତାଙ୍କର ଜ୍ଞାନ ଅଛି। ଗ୍ରହଣ କେବଳ ଛାଇ ଆଲୁଅର ଖେଳ ବୋଲି କେବଳ ସେମାନେ ଜାଣିଛନ୍ତି। ଆଉ କେହି ଜାଣି ନାହାଁନ୍ତି।

ଗ୍ରହଣ କେମିତି ହୁଏ କିପରି ହୁଏ ତାହା ସ୍କୁଲ ବେଳୁ ସମସ୍ତଙ୍କୁ ପଢାଯାଏ। ତେହେ ଏକ ଛାଇ ଆଲୁଅ ଖେଳ ବୋଲି ସମସ୍ତେ ଜାଣନ୍ତି। ଏଥିରେ କିଛି ସନ୍ଦେହ ନାହିଁ। ହେଲେ ତାହା ସହିତ ସମସ୍ତେ ଗ୍ରହଣ ବେଳେ ଖାଦ୍ୟ ଗ୍ରହଣ ନ କରିବା, ହାଣ୍ଡିଛାଡ କଥା ମଧ୍ୟ ରହିଛି। ହେଲେ ଏହି ପରଂପରା ବା ବିଶ୍ବାସକୁ ପୂର୍ବରୁ କୌଣସି ବୈଜ୍ଞାନିକ ଏହାକୁ ବିରୋଧ କରି ନାହାଁନ୍ତି। ଏହା କହିଛନ୍ତି ଯେ, ଗ୍ରହଣ ସହିତ ଖାଦ୍ୟର କୌଣସି ସଂପର୍କ ନାହିଁ ।

ସେମାନେ ଉଭୟ ବିଜ୍ଞାନ ଏବଂ ପରଂପରାକୁ ସମ୍ମାନ ଜଣାଇଛନ୍ତି। ହେଲେ ଓଡିଶାର ଏହି ବିଜ୍ଞ ପୁରୁଷମାନେ ଗତ କିଛି ବର୍ଷ ଧରି ରାସ୍ତାଘାଟର ଚିକେନ ବିରିୟାନୀ ଖାଇ ନିଜକୁ ବଡ ସଂସ୍କାରବାଦୀ ବୋଲି ଦେଖାଇ ହେଉଛନ୍ତି। କହି ହେଉଛନ୍ତି ଆମେ ଏତେ ବର୍ଷ ଧରି ଗ୍ରହଣରେ ଖାଉଛୁ ଆମର କିଛି ହେଉ ନାହିଁ। ଛାତିକୁ ହଲାଇ ହଲାଇ ଡିଣ୍ଡିମ ପିଟିବାରେ ଲାଗିଛନ୍ତି।

ଏଠାରେ ଏକ ଉଦାହରଣ ନେବା ନିହାତି ଆବଶ୍ୟକ। ତାହା ହେଲା ଆମର ବୈଜ୍ଞାନିକ ବା ଡାକ୍ତରମାନେ ସିଗାରେଟ ଖାଇବା କ୍ଷତିକାରକ ବୋଲି କହିଛନ୍ତି। ହେଲେ ପୃଥିବୀରେ ଏମିତି ଲୋକ ଅଛନ୍ତି ଯେଉଁମାନେ ଦୀର୍ଘ ପଚାଶ ବର୍ଷ ଧରି ସିଗାରେଟ ଖାଉଛନ୍ତି। ସେମାନଙ୍କର କିଛି ହେଉ ନାହିଁ। ନା କ୍ୟାନସର ହେଉଛି ନା ହାର୍ଟ ଆଟକ।

ଯଦି ଭେଷଜ ବିଜ୍ଞାନୀମାନେ ଏପରି କହିବା ସତ୍ବେ ତାଙ୍କର କିଛି ହେଉ ନାହିଁ। ତାହାର ଅର୍ଥ ନୁହେଁ ଯେ, ରାସ୍ତା ଘାଟରେ ସେମାନେ ସିଗାରେଟ ଖାଇ ଦେଖାଇ ହେବ ମୋର କିଛି ହେଉ ନାହିଁ ମୋର କିଛି ହେଉ ନାହିଁ। ତାହାର ଅର୍ଥ ନୁହେଁ ଯେ, ସିଗାରେଟ ଖାଇଲେ କିଛି ଅସୁବିଧା ନାହିଁ। ସିଗାରେଟ ସ୍ବାସ୍ଥ୍ୟ ପକ୍ଷେ ନିଶ୍ଚିତ କ୍ଷତିକାରକ।

ଠିକ ସେହିପରି ଏହି ହେତୁବାଦୀଙ୍କର ଚିନ୍ତାଧାରା ସେହିପରି। ସେମାନେ ଗତ କିଛି ବର୍ଷ ଧରି ଗ୍ରହଣ ସମୟରେ ଖାଦ୍ୟ ଖାଇ ଦେଖାଇ ହେଉଛନ୍ତି। ବୋଲେଇ ହେଉଛନ୍ତି ଆମରି କିଛି ହେଉ ନାହିଁ, ଆମର କିଛି ହେଉ ନାହିଁ। ଠିକ୍ ଅଛି ଏବେ କିଛି ହେଉ ନାହିଁ, ହେଲେ ସମୟ ଆସିବ ସେମାନଙ୍କର କିଛି ହେବ ନାହିଁ ବୋଲି କେହି କହିପାରିବେ ନାହିଁ। ହେଲେ ବିଜ୍ଞାନ ନାମରେ ସେ ଭାରତୀୟ ପଂରପରାକୁ ବଳି ପକାଇପାରିବେ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚନ୍ଦ୍ର ଗ୍ରହଣ ବେଳେ ଖାଇବାରୁ ଗୋଡାଇ ଗୋଡାଇ ପିଟିଲେ ଲୋକେ

ଭୁବନେଶ୍ବର: ଗ୍ରହଣ ସମୟରେ ଖାଦ୍ୟ ଖାଇବା ମନା। ଏହା କାହିଁ କେଉଁ ପ୍ରାଚୀନ କାଳରୁ ଚଳିଆସିଛି। ହେଲେ ଏହାକୁ ହେତୁବାଦୀ ବୋଲି କହୁଥିବା କେତେକ ଲୋକେ ବିରୋଧ କରୁଛନ୍ତି। ଏହିପରଂପରା ଭୁଲ ବୋଲି ପ୍ରମାଣତି କରିବାକୁ ଚେଷ୍ଠା କରୁଛନ୍ତି। ଯାହାକୁ ନେଇ ମୁହାମୁହିଁ ହୋଇଛନ୍ତି ହେତୁ ବାଦୀ ଆଉ ପରଂପରାବାଦୀ।

ଆଜି ଚନ୍ଦ୍ର ଗ୍ରହଣରେ ଏହି ବ୍ୟକ୍ତିମାନେ ଭୁବନେଶ୍ବରର ଲୋହିଆ ଏକାଡେମୀରେ ଚିକେନ ବିରିୟାନୀ ଖାଇବାରୁ ଯୋଜନା କରିଥିଲେ। ଏହାକୁ ପ୍ରବଳ ବିରୋଧ କରିଥିଲେ ପରଂପରା ବାଦୀ। ସେମାନେ ଲୋହିଆ ଏକାଡେମୀ ଭିତରକୁ ଧସେଇ ପସି ଏହାକୁ ରୋକିବାକୁ ଚେଷ୍ଠା କରିଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଲୋକେ ହେତୁବାଦୀଙ୍କୁ ଗୋଡାଇ ଗୋଡାଇ ପିଟୁଥିବାର ଲକ୍ଷ କରାଯାଇଥିଲା।

କେବଳ ଭୁବନେଶ୍ବର ନୁହେଁ, ଏହି ଗୋଷ୍ଠୀର ବିଭିନ୍ନ ଶାଖା ବ୍ରହ୍ମପୁରରେ ମଧ୍ୟ ଗ୍ରହଣ ଆରମ୍ଭ ବେଳେ ଖାଦ୍ୟ ଖାଇଥିଲେ। ସେଠାରେ ମଧ୍ୟ ପ୍ରବଳ ବିରୋଧ କରାଯାଇଥିଲା। ଏପରିକି ଉଭୟ ପକ୍ଷ ମଧ୍ୟରେ ଟେକାପଥର ଫିଙ୍ଗାଫୋଫଡା କରାଯାଇଥିଲା। ଏମାନଙ୍କ କାର୍ଯ୍ୟକଳାପକୁ ତୀବ୍ର ବିରୋଧ କରି ସ୍ଲୋଗାନ ଦିଆଯାଇଥିଲା। ହିନ୍ଦୁ ଧର୍ମ ପ୍ରତି ଏହା କୁଠାରଘାତ ବୋଲି କୁହାଯାଇଥିଲା।

ପୂର୍ବରୁ ଖବର ପାଇ ପୋଲିସ ମଧ୍ୟ ସଜାଗ ଥିଲା। ଫଳରେ ସେମାନେ ଏହିପରିସ୍ଥିତିକୁ ମୁକାବିଲା କରିଥିଲେ ମଧ୍ୟ ଅଣଆୟତ ହୋଇ ଯାଇଥିଲେ। ଉଭୟ ଗୋଷ୍ଠୀକୁ ବୁଝାବୁଝି କରାଯାଇଥିଲା। ତେବେ ପରବର୍ତ୍ତି ସମୟରେ ପୋଲିସ ଏହାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ବର୍ଷର ଶେଷ ଚନ୍ଦ୍ର ଗ୍ରହଣରେ ପ୍ରଭାବିତ ହେବ ଅନେକ ରାଶି, କରନ୍ତୁ ଏହି ପ୍ରତିକାର

Lunar eclipse 2022 : ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ କାର୍ତ୍ତିକ ମାସର ପୂର୍ଣ୍ଣିମା ଅର୍ଥାତ୍ ନଭେମ୍ବର ୮ ରେ ସଂଗଠିତ ହେବ।  ଏହା ଆଂଶିକ ଭାବେ ଭାରତ ସମେତ ଅନେକ ଦେଶରେ ଦୃଶ୍ୟମାନ ହେବ। ଏହାର ସୂତକ ଅବଧି ସକାଳ ୮.୨୦ ରେ ଆରମ୍ଭ ହେବ। ବିଶ୍ୱାସ କରାଯାଏ ଯେ ଏହି ସମୟ ମଧ୍ୟରେ କୈଣସି ଧାର୍ମିକ କିମ୍ବା ଶୁଭ କାର୍ଯ୍ୟ କରାଯିବା ଉଚିତ ନୁହେଁ।

ଚନ୍ଦ୍ର ଗ୍ରହଣରେ ରାଶି ପ୍ରଭାବିତ

ଚନ୍ଦ୍ର ଗ୍ରହଣ ଦ୍ବାରା ଅନେକ ରାଶି ମଧ୍ୟ ମଧ୍ୟ ପ୍ରଭାବିତ ହୋଇଥାନ୍ତି। ଚନ୍ଦ୍ରଗ୍ରହଣ ଭାରତୀୟ ସମୟ ଅପରାହ୍ନ ୨:୪୧ ରୁ ଆରମ୍ଭ ହୋଇ ସନ୍ଧ୍ୟା ୬.୧୮ ରେ ଶେଷ ହେବ। ଭାରତରେ ଏହା କେବଳ ଅପରାହ୍ନ ୫:୩୨ ରୁ ୬.୧୮ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ଚନ୍ଦ୍ରଗ୍ରହଣ ପୂର୍ବରୁ ସକାଳ ୮.୨୦ ରେ ଏହାର ଅବଧୀ ଆରମ୍ଭ ହେବ।

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଏହାର ପ୍ରଭାବ ମେଷ, ବୃଷ, ମିଥୁନ, କନ୍ୟା, ତୁଳା ଏବଂ ବିଛା ଉପରେ ପ୍ରଭାବ ପକାଇବ। ଏହି ରାଶିର ଲୋକମାନେ ଅତିରିକ୍ତ ଯତ୍ନବାନ ହେବା ଆବଶ୍ୟକ, ସ୍ୱାସ୍ଥ୍ୟ, ଆର୍ଥିକ, ବୃତ୍ତି ଏବଂ ବ୍ୟବସାୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ଭାରତରେ କୋଲକାତା, ସିଲିଗୁଡି, ପାଟନା, ରାଞ୍ଚି ଏବଂ ଗୁଆହାଟିରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ।

ଚନ୍ଦ୍ରଗ୍ରହଣରେ ଗ୍ରହମାନଙ୍କର ଗତିବିଧି

ସେହି ଦିନ ମଙ୍ଗଳ, ଶନି, ସୂର୍ଯ୍ୟ, ରାହୁ ଏବଂ ଗ୍ରହମାନେ ମୁହାଁମୁହିଁ ହେବେ। ତୂଳାରେ ସୂର୍ଯ୍ୟ, ଚନ୍ଦ୍ର, ବୁଧ ଏବଂ ଶୁକ୍ରର ମିଳନ ସୃଷ୍ଟି ହେଉଛି। ଏହା ବ୍ୟତୀତ ଶନି କୁମ୍ଭର ପଞ୍ଚମ ଘରେ ଏବଂ ମିଥୁନରେ ନବମ ଘରେ, ମଙ୍ଗଳ ଗ୍ରହର ମିଳନ ବିନାଶକାରୀ ଯୋଗ ସୃଷ୍ଟି କରୁଛି। ଏହା ଅତ୍ୟନ୍ତ ଖରାପ ବୋଲି ବିବେଚନା କରାଯାଏ।

ଚନ୍ଦ୍ରଗ୍ରହଣ ସମୟରେ କରିବା କାର୍ଯ୍ୟ

ଚନ୍ଦ୍ରଗ୍ରହଣ ସମୟରେ ଉପାସନା ଏବଂ ଧ୍ୟାନ କର, ଏହିପରି ଦେବତାମାନଙ୍କୁ ପୂଜା କରିବା ଶୁଭ ବୋଲି ଧରାଯାଏ। ଚନ୍ଦ୍ରଗ୍ରହଣ ସମୟରେ କିଛି ଖାଇବା କିମ୍ବା ପିଇବା ଠାରୁ ଦୂରେଇ ରୁହନ୍ତୁ। ଏହି ସମୟରେ ଆମ ଚାରିପାଖରେ ଅନେକ ପ୍ରକାରର ଜୀବାଣୁ ଉତ୍ପନ୍ନ ହୁଅନ୍ତି ଯାହା ଆମ ଶରୀରରେ ପ୍ରବେଶ କରିପାରେ।

ଅଭାବୀ ଲୋକଙ୍କୁ ଦାନ କରିବା ଅଧିକ ଶୁଭ ବୋଲି ବିବେଚନା କରାଯାଏ।