ଚନ୍ଦ୍ର ଗ୍ରହଣ ବେଳେ ଖାଇବାରୁ ଗୋଡାଇ ଗୋଡାଇ ପିଟିଲେ ଲୋକେ

Published: Nov 8, 2022, 5:57 pm IST

ଭୁବନେଶ୍ବର: ଗ୍ରହଣ ସମୟରେ ଖାଦ୍ୟ ଖାଇବା ମନା। ଏହା କାହିଁ କେଉଁ ପ୍ରାଚୀନ କାଳରୁ ଚଳିଆସିଛି। ହେଲେ ଏହାକୁ ହେତୁବାଦୀ ବୋଲି କହୁଥିବା କେତେକ ଲୋକେ ବିରୋଧ କରୁଛନ୍ତି। ଏହିପରଂପରା ଭୁଲ ବୋଲି ପ୍ରମାଣତି କରିବାକୁ ଚେଷ୍ଠା କରୁଛନ୍ତି। ଯାହାକୁ ନେଇ ମୁହାମୁହିଁ ହୋଇଛନ୍ତି ହେତୁ ବାଦୀ ଆଉ ପରଂପରାବାଦୀ।

ଆଜି ଚନ୍ଦ୍ର ଗ୍ରହଣରେ ଏହି ବ୍ୟକ୍ତିମାନେ ଭୁବନେଶ୍ବରର ଲୋହିଆ ଏକାଡେମୀରେ ଚିକେନ ବିରିୟାନୀ ଖାଇବାରୁ ଯୋଜନା କରିଥିଲେ। ଏହାକୁ ପ୍ରବଳ ବିରୋଧ କରିଥିଲେ ପରଂପରା ବାଦୀ। ସେମାନେ ଲୋହିଆ ଏକାଡେମୀ ଭିତରକୁ ଧସେଇ ପସି ଏହାକୁ ରୋକିବାକୁ ଚେଷ୍ଠା କରିଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଲୋକେ ହେତୁବାଦୀଙ୍କୁ ଗୋଡାଇ ଗୋଡାଇ ପିଟୁଥିବାର ଲକ୍ଷ କରାଯାଇଥିଲା।

କେବଳ ଭୁବନେଶ୍ବର ନୁହେଁ, ଏହି ଗୋଷ୍ଠୀର ବିଭିନ୍ନ ଶାଖା ବ୍ରହ୍ମପୁରରେ ମଧ୍ୟ ଗ୍ରହଣ ଆରମ୍ଭ ବେଳେ ଖାଦ୍ୟ ଖାଇଥିଲେ। ସେଠାରେ ମଧ୍ୟ ପ୍ରବଳ ବିରୋଧ କରାଯାଇଥିଲା। ଏପରିକି ଉଭୟ ପକ୍ଷ ମଧ୍ୟରେ ଟେକାପଥର ଫିଙ୍ଗାଫୋଫଡା କରାଯାଇଥିଲା। ଏମାନଙ୍କ କାର୍ଯ୍ୟକଳାପକୁ ତୀବ୍ର ବିରୋଧ କରି ସ୍ଲୋଗାନ ଦିଆଯାଇଥିଲା। ହିନ୍ଦୁ ଧର୍ମ ପ୍ରତି ଏହା କୁଠାରଘାତ ବୋଲି କୁହାଯାଇଥିଲା।

ପୂର୍ବରୁ ଖବର ପାଇ ପୋଲିସ ମଧ୍ୟ ସଜାଗ ଥିଲା। ଫଳରେ ସେମାନେ ଏହିପରିସ୍ଥିତିକୁ ମୁକାବିଲା କରିଥିଲେ ମଧ୍ୟ ଅଣଆୟତ ହୋଇ ଯାଇଥିଲେ। ଉଭୟ ଗୋଷ୍ଠୀକୁ ବୁଝାବୁଝି କରାଯାଇଥିଲା। ତେବେ ପରବର୍ତ୍ତି ସମୟରେ ପୋଲିସ ଏହାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ।

Related posts