Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚନ୍ଦ୍ର ଗ୍ରହଣ ବେଳେ ଖାଇବାରୁ ଗୋଡାଇ ଗୋଡାଇ ପିଟିଲେ ଲୋକେ
ଜାତୀୟ ଖବର

ଚନ୍ଦ୍ର ଗ୍ରହଣ ବେଳେ ଖାଇବାରୁ ଗୋଡାଇ ଗୋଡାଇ ପିଟିଲେ ଲୋକେ

November 8, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଚନ୍ଦ୍ର ଗ୍ରହଣ ବେଳେ ଖାଇବାରୁ ଗୋଡେଇ ଗୋଡେଇ ପିଟିଲେ ଲୋକେ

ଭୁବନେଶ୍ବର: ଗ୍ରହଣ ସମୟରେ ଖାଦ୍ୟ ଖାଇବା ମନା। ଏହା କାହିଁ କେଉଁ ପ୍ରାଚୀନ କାଳରୁ ଚଳିଆସିଛି। ହେଲେ ଏହାକୁ ହେତୁବାଦୀ ବୋଲି କହୁଥିବା କେତେକ ଲୋକେ ବିରୋଧ କରୁଛନ୍ତି। ଏହିପରଂପରା ଭୁଲ ବୋଲି ପ୍ରମାଣତି କରିବାକୁ ଚେଷ୍ଠା କରୁଛନ୍ତି। ଯାହାକୁ ନେଇ ମୁହାମୁହିଁ ହୋଇଛନ୍ତି ହେତୁ ବାଦୀ ଆଉ ପରଂପରାବାଦୀ।

ଆଜି ଚନ୍ଦ୍ର ଗ୍ରହଣରେ ଏହି ବ୍ୟକ୍ତିମାନେ ଭୁବନେଶ୍ବରର ଲୋହିଆ ଏକାଡେମୀରେ ଚିକେନ ବିରିୟାନୀ ଖାଇବାରୁ ଯୋଜନା କରିଥିଲେ। ଏହାକୁ ପ୍ରବଳ ବିରୋଧ କରିଥିଲେ ପରଂପରା ବାଦୀ। ସେମାନେ ଲୋହିଆ ଏକାଡେମୀ ଭିତରକୁ ଧସେଇ ପସି ଏହାକୁ ରୋକିବାକୁ ଚେଷ୍ଠା କରିଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଲୋକେ ହେତୁବାଦୀଙ୍କୁ ଗୋଡାଇ ଗୋଡାଇ ପିଟୁଥିବାର ଲକ୍ଷ କରାଯାଇଥିଲା।

କେବଳ ଭୁବନେଶ୍ବର ନୁହେଁ, ଏହି ଗୋଷ୍ଠୀର ବିଭିନ୍ନ ଶାଖା ବ୍ରହ୍ମପୁରରେ ମଧ୍ୟ ଗ୍ରହଣ ଆରମ୍ଭ ବେଳେ ଖାଦ୍ୟ ଖାଇଥିଲେ। ସେଠାରେ ମଧ୍ୟ ପ୍ରବଳ ବିରୋଧ କରାଯାଇଥିଲା। ଏପରିକି ଉଭୟ ପକ୍ଷ ମଧ୍ୟରେ ଟେକାପଥର ଫିଙ୍ଗାଫୋଫଡା କରାଯାଇଥିଲା। ଏମାନଙ୍କ କାର୍ଯ୍ୟକଳାପକୁ ତୀବ୍ର ବିରୋଧ କରି ସ୍ଲୋଗାନ ଦିଆଯାଇଥିଲା। ହିନ୍ଦୁ ଧର୍ମ ପ୍ରତି ଏହା କୁଠାରଘାତ ବୋଲି କୁହାଯାଇଥିଲା।

ପୂର୍ବରୁ ଖବର ପାଇ ପୋଲିସ ମଧ୍ୟ ସଜାଗ ଥିଲା। ଫଳରେ ସେମାନେ ଏହିପରିସ୍ଥିତିକୁ ମୁକାବିଲା କରିଥିଲେ ମଧ୍ୟ ଅଣଆୟତ ହୋଇ ଯାଇଥିଲେ। ଉଭୟ ଗୋଷ୍ଠୀକୁ ବୁଝାବୁଝି କରାଯାଇଥିଲା। ତେବେ ପରବର୍ତ୍ତି ସମୟରେ ପୋଲିସ ଏହାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ।

Lunar eclipse 2022 ଗ୍ରହଣରେ ଖାଦ୍ୟ ଚନ୍ଦ୍ର ଗ୍ରହଣ ହେତୁବାଦୀ
Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026

ମୃତ୍ୟୁ ପରେ ମଧ୍ୟ ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କଲେ ମହିଳା ଡାକ୍ତର

April 20, 2026
Latest News

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026

ମୃତ୍ୟୁ ପରେ ମଧ୍ୟ ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କଲେ ମହିଳା ଡାକ୍ତର

April 20, 2026

ସୋଆ ‘ଜାଗୋ’ ପକ୍ଷରୁ ଜଳ ସେବା ଶିବିର ଆୟୋଜିତ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.