Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚନ୍ଦ୍ର ଗ୍ରହଣ ବେଳେ ଖାଇବା, ବିଜ୍ଞାନ ନାମରେ ହେତୁବାଦୀଙ୍କ ଏକ ନାଟକ

ଭୁବନେଶ୍ବର: ଆଜି ଚନ୍ଦ୍ର ଗ୍ରହଣ ବେଳେ ତଥାକଥିତ ହେତୁବାଦୀମାନେ ଖାଦ୍ୟ ଭକ୍ଷଣ କରି ଦେଖାଇ ହେବା କାର୍ଯ୍ୟକୁ ପଣ୍ଡ କରିଛନ୍ତି ସାଧାରଣ ଜନତା। ପୂର୍ବରୁ ଏହି ବ୍ୟକ୍ତିଗଣ ଏହିପରି ବହୁ ଥର ଗ୍ରହଣ ଲାଗିଥିବା ବେଳେ ଖାଦ୍ୟ ଖାଇ ନିଜକୁ ବଡ ଜ୍ଞାନୀ ବୋଲାଉଛନ୍ତି । ସେମାନେ ଭାବନ୍ତି ଯେ, କେବଳ ବିଜ୍ଞାନ ବିଷୟରେ ତାଙ୍କର ଜ୍ଞାନ ଅଛି। ଗ୍ରହଣ କେବଳ ଛାଇ ଆଲୁଅର ଖେଳ ବୋଲି କେବଳ ସେମାନେ ଜାଣିଛନ୍ତି। ଆଉ କେହି ଜାଣି ନାହାଁନ୍ତି।

ଗ୍ରହଣ କେମିତି ହୁଏ କିପରି ହୁଏ ତାହା ସ୍କୁଲ ବେଳୁ ସମସ୍ତଙ୍କୁ ପଢାଯାଏ। ତେହେ ଏକ ଛାଇ ଆଲୁଅ ଖେଳ ବୋଲି ସମସ୍ତେ ଜାଣନ୍ତି। ଏଥିରେ କିଛି ସନ୍ଦେହ ନାହିଁ। ହେଲେ ତାହା ସହିତ ସମସ୍ତେ ଗ୍ରହଣ ବେଳେ ଖାଦ୍ୟ ଗ୍ରହଣ ନ କରିବା, ହାଣ୍ଡିଛାଡ କଥା ମଧ୍ୟ ରହିଛି। ହେଲେ ଏହି ପରଂପରା ବା ବିଶ୍ବାସକୁ ପୂର୍ବରୁ କୌଣସି ବୈଜ୍ଞାନିକ ଏହାକୁ ବିରୋଧ କରି ନାହାଁନ୍ତି। ଏହା କହିଛନ୍ତି ଯେ, ଗ୍ରହଣ ସହିତ ଖାଦ୍ୟର କୌଣସି ସଂପର୍କ ନାହିଁ ।

ସେମାନେ ଉଭୟ ବିଜ୍ଞାନ ଏବଂ ପରଂପରାକୁ ସମ୍ମାନ ଜଣାଇଛନ୍ତି। ହେଲେ ଓଡିଶାର ଏହି ବିଜ୍ଞ ପୁରୁଷମାନେ ଗତ କିଛି ବର୍ଷ ଧରି ରାସ୍ତାଘାଟର ଚିକେନ ବିରିୟାନୀ ଖାଇ ନିଜକୁ ବଡ ସଂସ୍କାରବାଦୀ ବୋଲି ଦେଖାଇ ହେଉଛନ୍ତି। କହି ହେଉଛନ୍ତି ଆମେ ଏତେ ବର୍ଷ ଧରି ଗ୍ରହଣରେ ଖାଉଛୁ ଆମର କିଛି ହେଉ ନାହିଁ। ଛାତିକୁ ହଲାଇ ହଲାଇ ଡିଣ୍ଡିମ ପିଟିବାରେ ଲାଗିଛନ୍ତି।

ଏଠାରେ ଏକ ଉଦାହରଣ ନେବା ନିହାତି ଆବଶ୍ୟକ। ତାହା ହେଲା ଆମର ବୈଜ୍ଞାନିକ ବା ଡାକ୍ତରମାନେ ସିଗାରେଟ ଖାଇବା କ୍ଷତିକାରକ ବୋଲି କହିଛନ୍ତି। ହେଲେ ପୃଥିବୀରେ ଏମିତି ଲୋକ ଅଛନ୍ତି ଯେଉଁମାନେ ଦୀର୍ଘ ପଚାଶ ବର୍ଷ ଧରି ସିଗାରେଟ ଖାଉଛନ୍ତି। ସେମାନଙ୍କର କିଛି ହେଉ ନାହିଁ। ନା କ୍ୟାନସର ହେଉଛି ନା ହାର୍ଟ ଆଟକ।

ଯଦି ଭେଷଜ ବିଜ୍ଞାନୀମାନେ ଏପରି କହିବା ସତ୍ବେ ତାଙ୍କର କିଛି ହେଉ ନାହିଁ। ତାହାର ଅର୍ଥ ନୁହେଁ ଯେ, ରାସ୍ତା ଘାଟରେ ସେମାନେ ସିଗାରେଟ ଖାଇ ଦେଖାଇ ହେବ ମୋର କିଛି ହେଉ ନାହିଁ ମୋର କିଛି ହେଉ ନାହିଁ। ତାହାର ଅର୍ଥ ନୁହେଁ ଯେ, ସିଗାରେଟ ଖାଇଲେ କିଛି ଅସୁବିଧା ନାହିଁ। ସିଗାରେଟ ସ୍ବାସ୍ଥ୍ୟ ପକ୍ଷେ ନିଶ୍ଚିତ କ୍ଷତିକାରକ।

ଠିକ ସେହିପରି ଏହି ହେତୁବାଦୀଙ୍କର ଚିନ୍ତାଧାରା ସେହିପରି। ସେମାନେ ଗତ କିଛି ବର୍ଷ ଧରି ଗ୍ରହଣ ସମୟରେ ଖାଦ୍ୟ ଖାଇ ଦେଖାଇ ହେଉଛନ୍ତି। ବୋଲେଇ ହେଉଛନ୍ତି ଆମରି କିଛି ହେଉ ନାହିଁ, ଆମର କିଛି ହେଉ ନାହିଁ। ଠିକ୍ ଅଛି ଏବେ କିଛି ହେଉ ନାହିଁ, ହେଲେ ସମୟ ଆସିବ ସେମାନଙ୍କର କିଛି ହେବ ନାହିଁ ବୋଲି କେହି କହିପାରିବେ ନାହିଁ। ହେଲେ ବିଜ୍ଞାନ ନାମରେ ସେ ଭାରତୀୟ ପଂରପରାକୁ ବଳି ପକାଇପାରିବେ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚନ୍ଦ୍ର ଗ୍ରହଣ ବେଳେ ଖାଇବାରୁ ଗୋଡାଇ ଗୋଡାଇ ପିଟିଲେ ଲୋକେ

ଭୁବନେଶ୍ବର: ଗ୍ରହଣ ସମୟରେ ଖାଦ୍ୟ ଖାଇବା ମନା। ଏହା କାହିଁ କେଉଁ ପ୍ରାଚୀନ କାଳରୁ ଚଳିଆସିଛି। ହେଲେ ଏହାକୁ ହେତୁବାଦୀ ବୋଲି କହୁଥିବା କେତେକ ଲୋକେ ବିରୋଧ କରୁଛନ୍ତି। ଏହିପରଂପରା ଭୁଲ ବୋଲି ପ୍ରମାଣତି କରିବାକୁ ଚେଷ୍ଠା କରୁଛନ୍ତି। ଯାହାକୁ ନେଇ ମୁହାମୁହିଁ ହୋଇଛନ୍ତି ହେତୁ ବାଦୀ ଆଉ ପରଂପରାବାଦୀ।

ଆଜି ଚନ୍ଦ୍ର ଗ୍ରହଣରେ ଏହି ବ୍ୟକ୍ତିମାନେ ଭୁବନେଶ୍ବରର ଲୋହିଆ ଏକାଡେମୀରେ ଚିକେନ ବିରିୟାନୀ ଖାଇବାରୁ ଯୋଜନା କରିଥିଲେ। ଏହାକୁ ପ୍ରବଳ ବିରୋଧ କରିଥିଲେ ପରଂପରା ବାଦୀ। ସେମାନେ ଲୋହିଆ ଏକାଡେମୀ ଭିତରକୁ ଧସେଇ ପସି ଏହାକୁ ରୋକିବାକୁ ଚେଷ୍ଠା କରିଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଲୋକେ ହେତୁବାଦୀଙ୍କୁ ଗୋଡାଇ ଗୋଡାଇ ପିଟୁଥିବାର ଲକ୍ଷ କରାଯାଇଥିଲା।

କେବଳ ଭୁବନେଶ୍ବର ନୁହେଁ, ଏହି ଗୋଷ୍ଠୀର ବିଭିନ୍ନ ଶାଖା ବ୍ରହ୍ମପୁରରେ ମଧ୍ୟ ଗ୍ରହଣ ଆରମ୍ଭ ବେଳେ ଖାଦ୍ୟ ଖାଇଥିଲେ। ସେଠାରେ ମଧ୍ୟ ପ୍ରବଳ ବିରୋଧ କରାଯାଇଥିଲା। ଏପରିକି ଉଭୟ ପକ୍ଷ ମଧ୍ୟରେ ଟେକାପଥର ଫିଙ୍ଗାଫୋଫଡା କରାଯାଇଥିଲା। ଏମାନଙ୍କ କାର୍ଯ୍ୟକଳାପକୁ ତୀବ୍ର ବିରୋଧ କରି ସ୍ଲୋଗାନ ଦିଆଯାଇଥିଲା। ହିନ୍ଦୁ ଧର୍ମ ପ୍ରତି ଏହା କୁଠାରଘାତ ବୋଲି କୁହାଯାଇଥିଲା।

ପୂର୍ବରୁ ଖବର ପାଇ ପୋଲିସ ମଧ୍ୟ ସଜାଗ ଥିଲା। ଫଳରେ ସେମାନେ ଏହିପରିସ୍ଥିତିକୁ ମୁକାବିଲା କରିଥିଲେ ମଧ୍ୟ ଅଣଆୟତ ହୋଇ ଯାଇଥିଲେ। ଉଭୟ ଗୋଷ୍ଠୀକୁ ବୁଝାବୁଝି କରାଯାଇଥିଲା। ତେବେ ପରବର୍ତ୍ତି ସମୟରେ ପୋଲିସ ଏହାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ସୂର୍ଯ୍ୟ ପରାଗରେ ‘ବିରିୟାନୀ’ ଖାଇବା ମାମଲା, ଏଫ୍ଆଇଆର୍ ଦାଖଲ କଲେ ସାଧୁ

ଭୁବନେଶ୍ୱର: ସୂର୍ଯ୍ୟ ପରାଗ ସମୟରେ ଭୁବନେଶ୍ୱରର କିଛି ଲୋକ ଏକ କମ୍ୟୁନିଟି ଭୋଜିରେ ବିରିୟାନୀ ପରିବେଷଣ ଘଟଣାରେ ଓଡିଶାର ସାଧୁ ତଥା ଧାର୍ମିକ ନେତାମାନେ କ୍ରୋଧ ପ୍ରକାଶ କରିଛନ୍ତି। ନିଜକୁ ହେତୁବାଦୀ ବୋଲି ଦାବି କରୁଥିବା ଏକ ଗୋଷ୍ଠୀ ଦ୍ୱାରା ‘ଅନ୍ଧ ବିଶ୍ୱାସ’ ଭାଙ୍ଗିବା ପାଇଁ ଏହି ଭୋଜିର ଆୟୋଜନ କରାଯାଇଥିଲା। ତେବେ କେତେକ ଧାର୍ମିକ ସଂଗଠନ ପୁରୀ ଏବଂ କଟକସ୍ଥିତ ବିଭିନ୍ନ ପୋଲିସ୍ ଷ୍ଟେସନରେ ହେତୁବାଦୀଙ୍କ ବିରୋଧରେ ଅତି କମରେ ଚାରିଟି ଏଫ୍ଆଇଆର୍ ଦାଖଲ କରିଛନ୍ତି।

ପୁରୀର ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି ଯେ, ‘ସେମାନେ ଅଜ୍ଞ। ତାଙ୍କର କାର୍ଯ୍ୟ ସନାତନ ଧର୍ମର ମୌଳିକ ନୀତି ବିରୁଦ୍ଧ ଅଟେ। ଚନ୍ଦ୍ରଗ୍ରହଣ ସମୟରେ ସେହି ଲୋକମାନେ ଖାଇଥିବା ଖାଦ୍ୟ ସେମାନଙ୍କ ଜୀବନର ଅଭିଶାପ ହୋଇପାରେ। ସାଧୁ କହିଛନ୍ତି ଯେ, ‘ଭାରତୀୟଙ୍କ ଦର୍ଶନ, ବିଜ୍ଞାନ ଏବଂ ସାମାଜିକ ଆଚରଣ ଆଧାରରେ ନିୟମ ଏବଂ ପରମ୍ପରା ପ୍ରସ୍ତୁତ କରାଯାଇଛି। କେଉଁ ସମୟରେ ଖାଇବା ଉଚିତ୍ ତାହା କୁହାଯାଇଛି।

ଏଥି ସହିତ ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ପଦ୍ମ ଶ୍ରୀ ବାବା ବଳିଆ ମଧ୍ୟ ‘ହେତୁବାଦୀ’ ଙ୍କ କାର୍ଯ୍ୟକୁ ନିନ୍ଦା କରିଛନ୍ତି। ସୂର୍ଯ୍ୟ କିମ୍ବା ଚନ୍ଦ୍ରଗ୍ରହଣ ସମୟରେ ଖାଲି ପେଟରେ ରହିବାର ପ୍ରଥା ବିଜ୍ଞାନ ଉପରେ ଆଧାରିତ।

ଏହି ସମୟରେ, ହେତୁବାଦୀମାନେ କହିଛନ୍ତି ଯେ, ନଭେମ୍ବର ୮ ତାରିଖରେ ଚନ୍ଦ୍ରଗ୍ରହଣ ସମୟରେ ସେମାନେ ମଧ୍ୟ ତାହା କରିବେ। ଉତ୍କଳ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନର ଅବସରପ୍ରାପ୍ତ ପ୍ରଫେସର ପ୍ରତାପ ରଥ କହିଛନ୍ତି ଯେ, “ଯାହା ବିଜ୍ଞାନ ଉପରେ ଆଧାରିତ ନୁହେଁ ତାହାକୁ ଅନୁସରଣ କରାଯିବା ଉଚିତ୍ ନୁହେଁ। ମୁଁ ପିଲାଦିନରୁ ଚନ୍ଦ୍ରଗ୍ରହଣ ସମୟରେ ଖାଇସାରିଛି ଏବଂ ଏହା ଜାରି ରଖିବି। ମୁଁ କୌଣସି ଆଇନକୁ ଉଲ୍ଲଂଘନ କରିନାହିଁ କିମ୍ବା ସମ୍ବିଧାନ ବିରୋଧରେ ଯାଇନାହିଁ।