ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ବିରଳ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ଏହାକୁ ପାଳନ କରାଯିବ କି ନାହିଁ

Published: Nov 18, 2021, 6:45 pm IST

ଭୁବନେଶ୍ବର: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ ୧୯ ନଭେମ୍ବର ୨୦୨୧ ରେ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ଏହା ଏକ ଆଂଶିକ ଚନ୍ଦ୍ର ଗ୍ରହଣ ହେବ ଯାହାକି ଭାରତରେ ଉପଛାୟା ଚନ୍ଦ୍ର ଗ୍ରହଣ ଭାବରେ ଗ୍ରହଣ କରାଯିବ। ଏହା ଏକ ବିରଳ ଚନ୍ଦ୍ରଗ୍ରହଣ ବୋଲି କୁହାଯାଉଛି।

ଏହି ଚନ୍ଦ୍ର ଗ୍ରହଣ ଦୀର୍ଘ ସମୟ ଧରି ସଂଗଠିତ ହେଉଥିବା ଆଂଶିକ ଚନ୍ଦ୍ର ଗ୍ରହଣ। ଜ୍ୟୋତିର୍ବିଜ୍ଞାନୀମାନେ ବିଶ୍ବାସ କରନ୍ତି ଯେ ୫୮୦ ବର୍ଷ ପରେ ପୁଣି ଏକ ଦୀର୍ଘ ଚନ୍ଦ୍ର ଗ୍ରହଣ ପୁନର୍ବାର ଦୃଶ୍ୟମାନ ହେବ। ଏହି ଦୀର୍ଘ ସମୟ ଚନ୍ଦ୍ର ଗ୍ରହଣ ପୂର୍ବରୁ ୧୮ ଫେବୃଆରୀ ୧୪୪୦ ରେ ଘଟିଥିଲା।

ଚନ୍ଦ୍ର ଗ୍ରହଣ ସମୟ

ଏହି ଚନ୍ଦ୍ରଗ୍ରହଣ ନଭେମ୍ବର ୧୯ ଶୁକ୍ରବାର ଦିନ ଭାରତୀୟ ସମୟ ଦିନ ୧୧ ଟା ୩୪ ମିନଟ ରୁ ଆରମ୍ଭ ହୋଇ ଅପରାହ୍ନ ୫ ଟା ୩୩ ମିନିଟ ପର୍ଯ୍ୟନ୍ତ ରହିବ। ଏହି ଛାୟା ଚନ୍ଦ୍ର ଗ୍ରହଣ ମୋଟ ୫ ଘଣ୍ଟା ୫୯ ମିନଟ ସଂଗଠିତ ହେବ।

ଚନ୍ଦ୍ର ଗ୍ରହଣ କେଉଁଠି ଦେଖାଯିବ

ଭାରତରେ ଏହି ଚନ୍ଦ୍ରଗ୍ରହଣ କେବଳ ଉତ୍ତର-ପୂର୍ବର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ ଜ୍ଝ ବିଶେଷକରି ଅରୁଣାଚଳ ପ୍ରଦେଶ ଏବଂ ଆସାମର କିଛି ଅଂଶରେ ଏହା ଦେଖାଯିବ। ଏହା ବ୍ୟତୀତ, ଏହି ଚନ୍ଦ୍ରଗ୍ରହଣ ଆମେରିକା, ଅଷ୍ଟ୍ରେଲିଆ, ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗରରେ ଦେଖିବାକୁ ମିଳିବ।

ଏହି ଚନ୍ଦ୍ର ଗ୍ରହଣର ପାଳନ ହେବ ନାହିଁ

ଏହି ଚନ୍ଦ୍ରଗ୍ରହଣ ଭାରତରେ ଆଂଶିକ ହୋଇଥିବାରୁ ଏହାର ସୂତାକ ଅବଧି ବୈଧ ହେବ ନାହିଁ। ଜ୍ୟୋତିଷ ଶାସ୍ତ୍ର ଏବଂ ଧାର୍ମିକ ଦୃଷ୍ଟିକୋଣରୁ ଏଥର ଚନ୍ଦ୍ର ଗ୍ରହଣ ଏକ ଗ୍ରହଣ ଭାବରେ ବିବେଚନା କରାଯାଉ ନାହିଁ। ଏହି କାରଣରୁ ଏହାର ସୂତାକ ଅବଧି ବୈଧ ହେବ ନାହିଁ। ଫଳରେ ଭାରତରେ ଏହାର କୌଣସି ପ୍ରକାରର ପ୍ରତିବନ୍ଧକ ରହିବ ନାହିଁ ।

Related posts