Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଭାଜପାର ଗମ୍ଭାରୀମୁଣ୍ଡା ଓ ତୋରସିଂହ ପଞ୍ଚାୟତର ବିଶାଳ କାର୍ଯ୍ୟକର୍ତ୍ତା ସମାବେଶ
ଆଞ୍ଚଳିକ

ଭାଜପାର ଗମ୍ଭାରୀମୁଣ୍ଡା ଓ ତୋରସିଂହ ପଞ୍ଚାୟତର ବିଶାଳ କାର୍ଯ୍ୟକର୍ତ୍ତା ସମାବେଶ

May 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚ଼ିଲିକା: ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ପଞ୍ଚାୟତ‌ର ପଦ୍ମପୁର ଛକ ଠାରେ ନିର୍ବାଚ଼ନୀ କାର୍ଯ୍ୟାଳୟ କୁ ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ ଉଦଘାଟନ କରିଥିଲେ,ଏହାପରେ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଗମ୍ଭାରୀମୁଣ୍ଡା ବଜାରରେ ବିଶାଳ ଜନସମ୍ପର୍କ ପଦଯାତ୍ରା କରି ପତିତପାବନ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିଥିଲେ। ତା’ପରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ତଥା ଚି଼ଲିକା ବିଧାନସଭା କ୍ଷେତ୍ରର ଭାଜପା ସଂଯୋଜକ ଦୁଷ୍ମନ୍ତ ହରିଚ଼ନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଶାଳ କାର୍ଯ୍ୟକର୍ତ୍ତା ସମାବେଶରେ ଚ଼ିଲିକାର ପ୍ରାକ୍ତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ,ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ,ବିଜେପି ନେତ୍ରୀ ତଥା ଚ଼ଳଚ୍ଚିତ୍ର ଅଭିନେତ୍ରୀ ପିଙ୍କି ପ୍ରଧାନ,ବିଶିଷ୍ଟ ସମାଜସେବୀ ଡ଼ାଃ ସୁରେନ୍ଦ୍ର ନାଥ ଦାସ,ବରିଷ୍ଠ ନେତା ଗୋଲକ ବିହାରୀ ପଟ୍ଟନାୟକ,ଜିଲ୍ଲା ଭାଜପା ଉପସଭାପତି ବିଜୟ ବିଶ୍ବାଳ, ବରିଷ୍ଠ ବିଜେପି ନେତା ରମେଶ ଚ଼ନ୍ଦ୍ର ସାମନ୍ତସିଂହାର,ମଣ୍ଡଳ ସଭାପତି ସୌମ୍ୟରଞ୍ଜନ ସାମନ୍ତରାୟ,ଗମ୍ଭାରୀମୁଣ୍ଡା ପଞ୍ଚାୟତ‌ର ସମିତିସଭ୍ୟା ଅନିତା ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ହରିଚ଼ନ୍ଦନ ପ୍ରତି ଜମିକୁ ପାଣି ଓ ପ୍ରତି ହାତକୁ କାମର ସଂକଳ୍ପ ନେଇ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ସାମଗ୍ରିକ ଓ ଅର୍ଥନୈତିକ ବିକାଶ‌ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ‌ ଏବଂ ଚ଼ିଲିକା ଜନସାଧାରଣଙ୍କ ସହ ସବୁ ସମୟରେ ମୁଁ ଜଡ଼ିତ ଥିଲି, ଅଛି ଏବଂ ଆଗାମୀ ଦିନରେ ରହିବି ବୋଲି କହିଥିଲେ।

ଚ଼ଳଚ୍ଚିତ୍ର ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ ଓ ପୁରୀ ଲୋକସଭା କ୍ଷେତ୍ରର ଭାଜପା ସାଂସଦ ପ୍ରାର୍ଥୀ ଡ଼ାଃ ସମ୍ବିତ ପାତ୍ର ଙ୍କୁ ବିପୁଳ ମାତ୍ରାରେ ଜୟଯୁକ୍ତ କରିବାକୁ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ୱାନ କରିବା ସହ ମୋଦି ସରକାରଙ୍କ ଜନହିତକାରୀ ଯୋଜନା ବିଷୟରେ କହିଥିଲେ। ଏହି ସମାବେଶରେ ଚ଼ାରି ଦିନ ତଳେ ବିଜେଡ଼ିରେ ମିଶିଥିବା କାର୍ଯ୍ୟକର୍ତ୍ତା ମାନେ ଭାରତୀୟ ଜନତା ପାର୍ଟି କୁ ଫେରି ଆସିଥିଲେ। ସେହି କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିଥିଲେ ଡ଼ାଃ ହରିଚ଼ନ୍ଦନ ଓ ଶ୍ରୀ ହରିଚ଼ନ୍ଦନ। ଏହି ସମାବେଶରେ ୫୦୦ ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ଗମ୍ଭାରୀମୁଣ୍ଡା ଭାଜପା
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.