ଜିଓ ଟ୍ରୁ ୫ଜି ବ୍ୟବହାରକାରୀଙ୍କ ପାଇଁ ନୂତନ ହୋମ ବ୍ରଡବ୍ୟାଣ୍ଡ ସଂଯୋଗ ସହିତ ୫୦ ଦିନିଆ ମାଗଣା ସେବା

Published: May 2, 2024, 9:43 pm IST

ଭୁବନେଶ୍ଵର: ଭାରତର ସର୍ବବୃହତ ଟେଲିକମ୍ ସେବା ପ୍ରଦାନକାରୀ ଜିଓ ପକ୍ଷରୁ ଜିଓ ଏୟାରଫାଇବର, ଜିଓ ଏୟାରଫାଇବର ମ୍ୟାକ୍ସ ଏବଂ ଜିଓ ଫାଇବର ଉପଭୋକ୍ତାମାନଙ୍କ ପାଇଁ ସ୍ୱତନ୍ତ୍ର ଜିଓ ଧନ ଧନା ଧନ ଅଫର ପ୍ରଚଳନ କରାଯାଇଛି। ଚଳିତ ଟି-୨୦ ଋତୁରେ କ୍ରିକେଟପ୍ରେମୀଙ୍କୁ ଅସୀମିତ ଓ ଅନନ୍ୟ ଡିଜିଟାଲ ଅନୁଭୂତି ପ୍ରଦାନ ପାଇଁ ଏହା ଡିଜାଇନ୍ ହୋଇଛି।

ଜିଓ ଧନ ଧନା ଧନ ୫୦ ଦିନିଆ ମାଗଣା ଅଫର ଟ୍ରୁ ୫ଜି ଗ୍ରାହକଙ୍କୁ ସେମାନଙ୍କ ଜିଓ ହୋମ ବ୍ରଡବ୍ୟାଣ୍ଡ ସଂଯୋଗରେ ୫୦ ଦିନର ଅତିରିକ୍ତ ସେବା ହାସଲ କରିବାର ସୁଯୋଗ ପ୍ରଦାନ କରାଯାଉଛି।

ବିଦ୍ୟମାନ ଜିଓ ଫାଇବର ପୋଷ୍ଟପେଡ୍ ଗ୍ରାହକମାନେ ସେମାନଙ୍କ ବର୍ତ୍ତମାନର ସଂଯୋଗରେ ୧୨ ମାସର ଓଟିଟି ବଣ୍ଡଲ୍ ପ୍ଲାନ (ମାସିକ ୫୯୯ ଟଙ୍କା ଏବଂ ତଦୁର୍ଦ୍ଧ୍ୱ) କୁ ସ୍ଥାନାନ୍ତର କରି କିମ୍ବା ୫୯୯ ଟଙ୍କା ମୂଲ୍ୟର ଓଟିଟି ବଣ୍ଡଲ୍ ପ୍ଲାନ ପାଇଁ ୧୨ ମାସର ଅଗ୍ରୀମ ଦେୟ ଦେଇ ଏହି ୫୦ ଦିନିଆ ମାଗଣା ଅଫରର ଲାଭ ପାଇପାରିବେ। ସେହିଭଳି ବିଦ୍ୟମାନ ଜିଓ ଫାଇବର ପ୍ରିପେଡ୍ ଗ୍ରାହକମାନେ ମଧ୍ୟ ୯୯୯ ଟଙ୍କିଆ ପ୍ଲାନ ଏବଂ ତା’ଠାରୁ ଅଧିକ ବାର୍ଷିକ ଯୋଜନା ସହିତ ରିଚାର୍ଜ କରି କିମ୍ବା ଓଟିଟି ବଣ୍ଡଲ୍ ପ୍ଲାନରେ ୧୨ ମାସର ଅଗ୍ରୀମ ଦେୟ ଦେଇ ପ୍ରିପେଡ୍ ରୁ ପୋଷ୍ଟପେଡକୁ ପରିବର୍ତ୍ତନ କରି ଏହି ଅଫର ପାଇପାରିବେ।

ନୂତନ ଜିଓ ଫାଇବର ଓ ଜିଓ ଏୟାରଫାଇବର ଉପଭୋକ୍ତାମାନେ ମଧ୍ୟ ଏକ ପ୍ରଯୁଜ୍ୟ ପୋଷ୍ଟପେଡ୍ କିମ୍ବା ପ୍ରିପେଡ୍ ପ୍ଲାନ ଓଟିଟି ବଣ୍ଡଲ୍ ପ୍ଲାନରେ ୬ ମାସ କିମ୍ବା ୧୨ ମାସର ଅଗ୍ରୀମ ପ୍ଲାନ ଦେୟ ଚୟନ କରି ୫୦ ଦିନର ମାଗଣା ଅଫରର ଲାଭ ନେଇପାରିବେ।

ଜିଓ ନିକଟରେ ଏହାର ଜିଓ ଏୟାରଫାଇବର ସେବାକୁ ଓଡ଼ିଶାର ୨୫୦ରୁ ଅଧିକ ସହର ଏବଂ ନିକଟବର୍ତ୍ତୀ ଶତାଧିକ ଗ୍ରାମଗୁଡ଼ିକୁ ସମ୍ପ୍ରସାରିତ କରିଛି। ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବା ସହ ଜିଓଏୟାରଫାଇବ‍ର ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍‌‌‌‌‌‌‌‍ ସୁବିଧା ସହିତ ସଂଯୁକ୍ତ କରୁଛି ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‌‌‌‌‌‌‍ ବ୍ରଡବ୍ୟାଣ୍ଡ୍‌‌‌‌‌‌‌‍ ସୁବିଧା ସେମାନଙ୍କ ପରିସରକୁ ଅପ୍‌‌‌‌‌‌‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା। ଜିଓ ଏୟାରଫାଇବର ଟିଭି ଏବଂ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କୁ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଗୃହ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ଅନୁଭୂତିକୁ ଉନ୍ନୀତ ହେବାର ସୁଯୋଗ ପ୍ରଦାନ କରୁଛି। ଜିଓ ଏୟାରଫାଇବର ଓଡ଼ିଶାର ୨୫୦ ରୁ ଅଧିକ ଛୋଟ ବଡ଼ ସହରରେ ଡିଜିଟାଲ ଲାଇଫଲାଇନ ପାଲଟିବା ସହ ସର୍ବାଧିକ ପସନ୍ଦର ଭରସାଯୋଗ୍ୟ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ହୋଇଛି।

Related posts