Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ଟ୍ରୁ ୫ଜି ବ୍ୟବହାରକାରୀଙ୍କ ପାଇଁ ନୂତନ ହୋମ ବ୍ରଡବ୍ୟାଣ୍ଡ ସଂଯୋଗ ସହିତ ୫୦ ଦିନିଆ ମାଗଣା ସେବା
ଆଜିର ଖବର

ଜିଓ ଟ୍ରୁ ୫ଜି ବ୍ୟବହାରକାରୀଙ୍କ ପାଇଁ ନୂତନ ହୋମ ବ୍ରଡବ୍ୟାଣ୍ଡ ସଂଯୋଗ ସହିତ ୫୦ ଦିନିଆ ମାଗଣା ସେବା

May 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଭାରତର ସର୍ବବୃହତ ଟେଲିକମ୍ ସେବା ପ୍ରଦାନକାରୀ ଜିଓ ପକ୍ଷରୁ ଜିଓ ଏୟାରଫାଇବର, ଜିଓ ଏୟାରଫାଇବର ମ୍ୟାକ୍ସ ଏବଂ ଜିଓ ଫାଇବର ଉପଭୋକ୍ତାମାନଙ୍କ ପାଇଁ ସ୍ୱତନ୍ତ୍ର ଜିଓ ଧନ ଧନା ଧନ ଅଫର ପ୍ରଚଳନ କରାଯାଇଛି। ଚଳିତ ଟି-୨୦ ଋତୁରେ କ୍ରିକେଟପ୍ରେମୀଙ୍କୁ ଅସୀମିତ ଓ ଅନନ୍ୟ ଡିଜିଟାଲ ଅନୁଭୂତି ପ୍ରଦାନ ପାଇଁ ଏହା ଡିଜାଇନ୍ ହୋଇଛି।

ଜିଓ ଧନ ଧନା ଧନ ୫୦ ଦିନିଆ ମାଗଣା ଅଫର ଟ୍ରୁ ୫ଜି ଗ୍ରାହକଙ୍କୁ ସେମାନଙ୍କ ଜିଓ ହୋମ ବ୍ରଡବ୍ୟାଣ୍ଡ ସଂଯୋଗରେ ୫୦ ଦିନର ଅତିରିକ୍ତ ସେବା ହାସଲ କରିବାର ସୁଯୋଗ ପ୍ରଦାନ କରାଯାଉଛି।

ବିଦ୍ୟମାନ ଜିଓ ଫାଇବର ପୋଷ୍ଟପେଡ୍ ଗ୍ରାହକମାନେ ସେମାନଙ୍କ ବର୍ତ୍ତମାନର ସଂଯୋଗରେ ୧୨ ମାସର ଓଟିଟି ବଣ୍ଡଲ୍ ପ୍ଲାନ (ମାସିକ ୫୯୯ ଟଙ୍କା ଏବଂ ତଦୁର୍ଦ୍ଧ୍ୱ) କୁ ସ୍ଥାନାନ୍ତର କରି କିମ୍ବା ୫୯୯ ଟଙ୍କା ମୂଲ୍ୟର ଓଟିଟି ବଣ୍ଡଲ୍ ପ୍ଲାନ ପାଇଁ ୧୨ ମାସର ଅଗ୍ରୀମ ଦେୟ ଦେଇ ଏହି ୫୦ ଦିନିଆ ମାଗଣା ଅଫରର ଲାଭ ପାଇପାରିବେ। ସେହିଭଳି ବିଦ୍ୟମାନ ଜିଓ ଫାଇବର ପ୍ରିପେଡ୍ ଗ୍ରାହକମାନେ ମଧ୍ୟ ୯୯୯ ଟଙ୍କିଆ ପ୍ଲାନ ଏବଂ ତା’ଠାରୁ ଅଧିକ ବାର୍ଷିକ ଯୋଜନା ସହିତ ରିଚାର୍ଜ କରି କିମ୍ବା ଓଟିଟି ବଣ୍ଡଲ୍ ପ୍ଲାନରେ ୧୨ ମାସର ଅଗ୍ରୀମ ଦେୟ ଦେଇ ପ୍ରିପେଡ୍ ରୁ ପୋଷ୍ଟପେଡକୁ ପରିବର୍ତ୍ତନ କରି ଏହି ଅଫର ପାଇପାରିବେ।

ନୂତନ ଜିଓ ଫାଇବର ଓ ଜିଓ ଏୟାରଫାଇବର ଉପଭୋକ୍ତାମାନେ ମଧ୍ୟ ଏକ ପ୍ରଯୁଜ୍ୟ ପୋଷ୍ଟପେଡ୍ କିମ୍ବା ପ୍ରିପେଡ୍ ପ୍ଲାନ ଓଟିଟି ବଣ୍ଡଲ୍ ପ୍ଲାନରେ ୬ ମାସ କିମ୍ବା ୧୨ ମାସର ଅଗ୍ରୀମ ପ୍ଲାନ ଦେୟ ଚୟନ କରି ୫୦ ଦିନର ମାଗଣା ଅଫରର ଲାଭ ନେଇପାରିବେ।

ଜିଓ ନିକଟରେ ଏହାର ଜିଓ ଏୟାରଫାଇବର ସେବାକୁ ଓଡ଼ିଶାର ୨୫୦ରୁ ଅଧିକ ସହର ଏବଂ ନିକଟବର୍ତ୍ତୀ ଶତାଧିକ ଗ୍ରାମଗୁଡ଼ିକୁ ସମ୍ପ୍ରସାରିତ କରିଛି। ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବା ସହ ଜିଓଏୟାରଫାଇବ‍ର ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍‌‌‌‌‌‌‌‍ ସୁବିଧା ସହିତ ସଂଯୁକ୍ତ କରୁଛି ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‌‌‌‌‌‌‍ ବ୍ରଡବ୍ୟାଣ୍ଡ୍‌‌‌‌‌‌‌‍ ସୁବିଧା ସେମାନଙ୍କ ପରିସରକୁ ଅପ୍‌‌‌‌‌‌‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା। ଜିଓ ଏୟାରଫାଇବର ଟିଭି ଏବଂ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କୁ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଗୃହ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ଅନୁଭୂତିକୁ ଉନ୍ନୀତ ହେବାର ସୁଯୋଗ ପ୍ରଦାନ କରୁଛି। ଜିଓ ଏୟାରଫାଇବର ଓଡ଼ିଶାର ୨୫୦ ରୁ ଅଧିକ ଛୋଟ ବଡ଼ ସହରରେ ଡିଜିଟାଲ ଲାଇଫଲାଇନ ପାଲଟିବା ସହ ସର୍ବାଧିକ ପସନ୍ଦର ଭରସାଯୋଗ୍ୟ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ହୋଇଛି।

jio
Share. Facebook Twitter LinkedIn Email WhatsApp Copy Link

Related Posts

ଏମଏସଏମଇ କ୍ଷେତ୍ରର ଡିଜିଟାଲ୍ ରୂପାନ୍ତରକୁ ଗତି; ଉପରାଷ୍ଟ୍ରପତିଙ୍କ ଦ୍ୱାରା ନୂତନ ପଦକ୍ଷେପର ଶୁଭାରମ୍ଭ

June 28, 2026

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ମାର୍ଗଦର୍ଶିକା ଜାରି

June 28, 2026

ମୟୂରଭଞ୍ଜରେ ଡବଲ ମର୍ଡର, ଘର ଭିତରେ ମା’ ଓ ୮ ବର୍ଷର ଝିଅଙ୍କ ରକ୍ତାକ୍ତ ମୃତଦେହ

June 27, 2026

କରାଚୀରେ ବଡ଼ ଆତଙ୍କୀ ହମଲା : ଆତ୍ମଘାତୀ ବିସ୍ଫୋରଣ ପରେ ଗୁଳିବର୍ଷା ଜାରି

June 27, 2026
Latest News

ଏମଏସଏମଇ କ୍ଷେତ୍ରର ଡିଜିଟାଲ୍ ରୂପାନ୍ତରକୁ ଗତି; ଉପରାଷ୍ଟ୍ରପତିଙ୍କ ଦ୍ୱାରା ନୂତନ ପଦକ୍ଷେପର ଶୁଭାରମ୍ଭ

June 28, 2026

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ମାର୍ଗଦର୍ଶିକା ଜାରି

June 28, 2026

‘ଭାରତ ଟ୍ୟାକ୍ସି’ ସେବାର ଶୁଭାରମ୍ଭ କଲେ ଅମିତ ଶାହ

June 28, 2026

ଆଜି ଜୁନ୍ ୨୮ ତାରିଖ ରବିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 28, 2026

ମୟୂରଭଞ୍ଜରେ ଡବଲ ମର୍ଡର, ଘର ଭିତରେ ମା’ ଓ ୮ ବର୍ଷର ଝିଅଙ୍କ ରକ୍ତାକ୍ତ ମୃତଦେହ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.