Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚ଼ିଲିକା ବିଜେପିର ମିଶ୍ରଣ ପର୍ବ, ଯୋଗ ଦେଲେ ବିଜେଡ଼ି ସରପଞ୍ଚ ସମେତ ବହୁ ତୁଙ୍ଗ ନେତା
ଆଞ୍ଚଳିକ

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ, ଯୋଗ ଦେଲେ ବିଜେଡ଼ି ସରପଞ୍ଚ ସମେତ ବହୁ ତୁଙ୍ଗ ନେତା

April 25, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚ଼ିଲିକା (ସୀତାରାମ ଅଗ୍ରୱାଲ): ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ନାଚୁଣୀ ଠାରେ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ଓ ମୋଦି ଗ୍ୟାରେଣ୍ଟି ଉପରେ ଆସ୍ଥା ପ୍ରକଟ କରି ନନ୍ଦପୁର ଗ୍ରାମ ପଞ୍ଚାୟତର‌ ବିଜେଡ଼ି ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ବିଜେଡ଼ି ନେତା ଦେବରାଜ ବସ୍ତି, ରାଜକିଶୋର ପଣ୍ଡା, ଚିତ୍ତରଞ୍ଜନ ଖୁଣ୍ଟିଆ, ନକୁଳ ପ୍ରଧାନ, କେଦାର ମୁଦୁଲିଙ୍କ ସମେତ ନନ୍ଦପୁର ଓ ବିଷ୍ଣୁଡ଼ିହ ପଞ୍ଚାୟତର‌ ୫୦ ରୁ ଉର୍ଦ୍ଧ୍ବ ବିଜେଡ଼ି କାର୍ଯ୍ୟକର୍ତ୍ତା ବିଜୁ ଜନତା ଦଳକୁ ପରିତ୍ୟାଗ କରି ବରିଷ୍ଠ ବିଜେପି ନେତା ତଥା ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ନେତୃତ୍ବକୁ ଗ୍ରହଣ କରି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ, ଚ଼ିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ‌ ତଥା ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ସଂଯୋଜକ ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ନନ୍ଦପୁର ପଞ୍ଚାୟତର‌ ପୂର୍ବତନ ସରପଞ୍ଚ ରମେଶ ପ୍ରଧାନଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବେ ସାମିଲ୍ ହେଲେ।

ଦଳରେ ଯୋଗ ଦେଇଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିଥିଲେ ଶ୍ରୀ ହରିଚ଼ନ୍ଦନ। ପୁଷ୍ପମିତ୍ର ଖୁଣ୍ଟିଆଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ମାନେ ଦଳରେ ସାମିଲ ହେବା ଦ୍ବାରା ଦଳର ସଂଗଠନ ତୃଣମୂଳ ସ୍ତରରେ ଆହୁରି ଦୃଢ଼ ଏବଂ ସଶକ୍ତ ହେବ ବୋଲି ମତ ପ୍ରକାଶ କରିଥଲେ ବିଧାୟକ ପ୍ରାର୍ଥୀ ଶ୍ରୀ ହରିଚ଼ନ୍ଦନ।

ଏହି ମିଶ୍ରଣ ପର୍ବରେ ଜିଲ୍ଲା ଭାଜପା ଉପସଭାପତି ବିଜୟ ବିଶ୍ବାଳ, ସୁମନ୍ତ ପଟ୍ଟନାୟକ‌ଙ୍କ ସମେତ ବହୁ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ଚିଲିକା ବିଜେପି ମିଶ୍ରଣ ପର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026
Latest News

‘ଗ୍ରୀନ୍ ଏନର୍ଜି କରିଡର୍’ ତୃତୀୟ ପର୍ଯ୍ୟାୟକୁ କ୍ୟାବିନେଟ୍ ମଞ୍ଜୁରି

October 1, 2026

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଧୂମଧାମରେ ପାଳିତ ହେବ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ

October 1, 2026

ଆଜି ଅକ୍ଟୋବର ୧ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

October 1, 2026

ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ

September 30, 2026

ଅକ୍ଟୋବର ୧ରୁ ବଢ଼ିବ କ୍ଷୀର ଦର: ଲିଟର ପିଛା ୩ ଟଙ୍କା ମହଙ୍ଗା

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.