Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଣପୁର ବ୍ଲକରେ ୬ ଜଣ ଶିକ୍ଷକଙ୍କୁ ମିଳିଲା ଫାଇନାଲ ପେନସନ
ଆଞ୍ଚଳିକ

ରଣପୁର ବ୍ଲକରେ ୬ ଜଣ ଶିକ୍ଷକଙ୍କୁ ମିଳିଲା ଫାଇନାଲ ପେନସନ

April 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଜନ୍ମ ମୃତ୍ୟୁ ଯେପରି ମୁଦ୍ରାର ଦୁଇଟି ପାର୍ଶ୍ୱ, ଠିକ ସେହିପରି ଚାକିରୀରେ ଯୋଗ ଦେବା ଓ ବିଦାୟ ନେବା ମଧ୍ୟ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ। ଅର୍ଥାତ ଚାକିରୀରୁ କ୍ଷେତ୍ରରୁ ଦିନେ ସମସ୍ତଙ୍କୁ ଅବସର ନେବାକୁ ପଡିଥାଏ। ଆଜି ନୟାଗଡ ଜିଲ୍ଲା ରଣପୁର ବ୍ଲକର ୧୦ ଶିକ୍ଷକ ଶିକ୍ଷୟତ୍ରୀ ଅବସର ନେଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପ୍ରୋଭିଜିନାଲ ପେନସନ ପ୍ରଦାନ କରାଯାଇଥିବା ବେଳେ ୬ ଜଣଙ୍କୁ ଫାଇନାଲ ପେନସନ ପ୍ରଦାନ କରାଯାଇଛି।

ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କୁମୁଦିନୀ ସାହୁ ଓ ଗୋପବନ୍ଧୁନଗର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜୟଲକ୍ଷ୍ମୀ ରଥଙ୍କୁ ବିଦାୟ ସମ୍ବର୍ଦ୍ଧନା ସହ ପ୍ରୋଭିଜିନାଲ ପେନସନ ପ୍ରଦାନ କରାଯାଇଥିବା ଜଣା ପଡିଛି। ସେହିପରି ବୃନ୍ଦାବନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିରଞ୍ଜନ ମିଶ୍ର, ଗମ୍ଭାରୀଖୋଲ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବେଣୁଧର ଜେନା, ଲତାର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର କୁମାର ସାମନ୍ତରାୟ, ଆମ୍ବଝର ପ୍ରାଥମିକ ବିଦ୍ୟାଳୟର ପୁର୍ଣଚନ୍ଦ୍ର ନାୟକ, ନାଟିମି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମନୋଜ କୁମାର ବିଶ୍ୱାଳ, ଗୋପୀନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିମଳା ଦାଶଙ୍କୁ ବିଦାୟ ସମ୍ବର୍ଦ୍ଧନା ସହ ଫାଇନାଲ ପେନସନ ପ୍ରଦାନ କରାଯାଇଛି। କିଶୋର ଚନ୍ଦ୍ର ହରିଚନ୍ଦନ ଓ ଗୋପାଳ ଚନ୍ଦ୍ର ଜେନାଙ୍କୁ ମଧ୍ୟ ବ୍ଲକ କାର୍ଯ୍ୟାଳୟ ତରଫରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ଏହି ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।  ଏଥିରେ ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ନିଜେ ଉପସ୍ଥିତ ରହି ବିଦାୟୀ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ୬ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଫାଇନାଲ ପେନସନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ବ୍ଲକ ଶିକ୍ଷା ଅଧିକାରିଣୀ ଶାନ୍ତିଲତା ଦେଇ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ରସାନନ୍ଦ ପ୍ରଧାନଙ୍କ ସମେତ ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘ ସଂଯୋଜକ ଜ୍ୟୋତି ରଂଜନ ଦାଶ, ରଣପୁର ବ୍ଲକ ସମନ୍ୱୟ ସମିତି ସଙ୍ଘ ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ସମ୍ପାଦକ ଜ୍ୟୋତି ରଞ୍ଜନ କର, ଉପଦେଷ୍ଟା ଜଗନ୍ନାଥ ଦାଶ, ମିଡ଼ିଆ ସଂଯୋଜକ ସୁଶୀଲ କୁମାର ରଣା ପ୍ରମୁଖ ଉପସ୍ଥିତ ଥିଲେ। ଫାଇନାଲ ପେନସନ ପ୍ରଦାନ କରିବାରେ ଧନେଶ୍ୱର ପ୍ରଧାନ, ଜତିନ କୁମାର ସାହୁ, ଗୁଣନିଧି ମିଶ୍ର, କୈଳାଶ ଚନ୍ଦ୍ର ମାଝୀଙ୍କ ସମେତ ସମସ୍ତ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ।

ବିଦାୟୀ ଶିକ୍ଷକ ଶିକ୍ଷୟତ୍ରୀମାନେ ଅବସର ଗ୍ରହଣ କରିବା ଦିନ ଫାଇନାଲ ପେନସନ କାଗଜପତ୍ର ପାଇ ଖୁସିରେ ବ୍ଲକ ଶିକ୍ଷା ଅଧିକାରିଣୀ ଓ ଜିଲ୍ଲା ଶିକ୍ଷା ଅଧିକାରିଣୀଙ୍କୁ ଭୁରି ଭୁରି ପ୍ରଂଶସା କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରିଣୀ ଅବସର ଗ୍ରହଣ କରିଥିବା ଶିକ୍ଷକଙ୍କୁ ଅବସର ଜୀବନର କିଛି କିଛି ସମୟ ବିଦ୍ୟାଳୟରେ ଅତିବାହିତ କରିବା ପାଇଁ କହିଥିଲେ।

ଅବସର ଫାଇନାଲ ପେନସନ ରଣପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026
Latest News

୫୫୪୮ କୋଟି ମୂଲ୍ୟର କୃଷିଜାତ ସାମଗ୍ରୀ କ୍ରୟକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅନୁମୋଦନ

October 1, 2026

‘ଗ୍ରୀନ୍ ଏନର୍ଜି କରିଡର୍’ ତୃତୀୟ ପର୍ଯ୍ୟାୟକୁ କ୍ୟାବିନେଟ୍ ମଞ୍ଜୁରି

October 1, 2026

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଧୂମଧାମରେ ପାଳିତ ହେବ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ

October 1, 2026

ଆଜି ଅକ୍ଟୋବର ୧ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

October 1, 2026

ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.