Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଜନିତ ସମ୍ବେଦନଶୀଳତା ଶୀର୍ଷକ ଆଲୋଚନା କାର୍ଯ୍ୟକ୍ରମ
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଜନିତ ସମ୍ବେଦନଶୀଳତା ଶୀର୍ଷକ ଆଲୋଚନା କାର୍ଯ୍ୟକ୍ରମ

April 27, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଦିବା ୧୧ ଘଟିକା ସମୟରେ ଉପର ମହଲା ପଠନ ଗୃହରେ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ବରେ “ଲିଙ୍ଗଜନିତ ସମ୍ବେଦନଶୀଳତା” ଶୀର୍ଷକ ବିଷୟ ଉପରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠାନର ମନସ୍ତତ୍ତ୍ଵ ବିଭାଗ ଏବଂ ଆଈ.କ୍ୟୁ. ଏ.ସି ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା।

ଏହି ଆଲୋଚନାରେ ମୁଖ୍ୟ ବକ୍ତା ଭାବେ ଏହି ମହାବିଦ୍ୟାଳୟର ପୂର୍ବତନ ମନସ୍ତତ୍ତ୍ଵ ବିଭାଗ ର ରିଡର ଡଃ. ହରେଶ୍ ଚନ୍ଦ୍ର ମିଶ୍ର ଯୋଗ ଦେଇ ଲିଙ୍ଗ ଜନିତ ସମସ୍ୟା ଓ ବାଛ ବିଚାର ଦୂରେଇ ମହିଳା ସଶକ୍ତିକରଣ ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଡଃ. ମିଶ୍ର ତାଙ୍କର ବକ୍ତବ୍ୟ ମାଧ୍ୟମରେ ଉଲ୍ଲେଖ କରିଥିଲେ ଯେ ଗୋଟିଏ ବିରାଟ ହାତୀ ଯେମିତି ଏକ ସରୁ ରସି ଦ୍ବାରା ଗୋଟିଏ ଛୋଟ ଗଛରେ ବନ୍ଧା ହୋଇ ମଧ୍ୟ ଗଛ ଭାଙ୍ଗି ପଳାଇବାକୁ ଚେଷ୍ଟା କରି ନଥାଏ କାରଣ ଶିଶୁ ସମୟରୁ ହାତୀ ଟି ଗଛରେ ବାନ୍ଧି ହୋଇ ରହିବା ଅଭ୍ୟାସ ରେ ଅଭ୍ୟସ୍ତ, ସେହିପରି ମହିଳା ମାନଙ୍କ ଅମାପ ଶକ୍ତି ଥିଲେ ମଧ୍ୟ ସମାଜ ଓ ସଂସ୍କୃତି ଚାରି କାନ୍ଥ ମଧ୍ୟରେ ସୀମିତ ହୋଇ ରହନ୍ତି।

ମନସ୍ତତ୍ତ୍ୱ ବିଭାଗର ମୁଖ୍ୟ ସୁଜିତ କୁମାର ପାଣ୍ଡେ, ଅଜୟ କୁମାର ବେହେରା,  ସ୍ୱାଗତିକା ସାହୁ ଏବଂ ଆଈ.କ୍ୟୁ.ଏ.ସି ସଂଯୋଜିକା ଡଃ. ଋତୁସ୍ମିତା ମିଶ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଏହି ଆଲୋଚନାରେ ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ପୁଲିନ୍ ବିହାରି ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ, ପ୍ରଶାସନିକ ଅଧିକାରୀ ଡକ୍ଟର ଏସ୍.ପି.ଏନ୍.ଏସ୍. ବର୍ମା ମୁଖ୍ୟବକ୍ତା ଙ୍କ ପରିଚୟ ପ୍ରଦାନ କରିଥିଲେ।

ପରିଶେଷରେ ଅଧ୍ୟାପକ( ଏଲ୍.ଟି) ଡଃ. ଗୁରୁ କିଶୋର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନା ରେ ପ୍ରାୟତଃ ତିନିଶହ ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ, ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ଯୋଗ ଦେଇଥିଲେ।

ଗୋଦାବରୀଶ ମହାବିଦ୍ୟାଳୟ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ବିଶେଷ ବକ୍ତୃତା କାର୍ଯ୍ୟକ୍ରମ

October 7, 2026

ବାଣପୁର ସ୍ଥିତ ବରବରା ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର: ହତ୍ୟା ସନ୍ଦେହ!

October 5, 2026

ରେଢ଼ାଖୋଲର ଜଙ୍ଗଲରେ ମିଳିଲା ପ୍ରାଚୀନ ଲୁହା ଶିଳ୍ପର ପ୍ରମାଣ, ଜିଏମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସର୍ବେକ୍ଷଣ

October 5, 2026

ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ

October 5, 2026
Latest News

ସରକାରର ମୁଖ୍ୟ ଭାବରେ ୨୫ ବର୍ଷ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରମୁଖ ବିଶ୍ୱ ନେତା

October 7, 2026

ସିଆଲଦାହ ଏବଂ ଖୋର୍ଦ୍ଧା ରୋଡ୍ ମଧ୍ୟରେ ପୂଜା ସ୍ପେଶାଲ୍ ଟ୍ରେନ

October 7, 2026

ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ

October 7, 2026

ଇଗ୍ନୋ ପକ୍ଷରୁ CII ଏବଂ ‘ଟାଟା ଷ୍ଟିଲ୍ ଫାଉଣ୍ଡେସନ୍’ ସହଯୋଗରେ କ୍ୟାମ୍ପସ୍ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ

October 7, 2026

ଆସନ୍ତାକାଲି ଇଣ୍ଡିଆ ମୋବାଇଲ୍ କଂଗ୍ରେସର ୧୦ମ ସଂସ୍କରଣ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.