Categories
ଆଜିର ଖବର ଧର୍ମ

ଆଜି ଶିବ ମନ୍ଦିର ଯାଉଛନ୍ତି କି ? ଜାଣନ୍ତୁ କେମିତି କରିବେ ଦର୍ଶନ ଓ ବେଢା ପରିକ୍ରମା

ଭୁବନେଶ୍ବର: ଆମର ହିନ୍ଦୁ ଧର୍ମରେ ପ୍ରଭୁଙ୍କୁ ପରିକ୍ରମା ରହିବାର ବିଧି ରହିଛି। ବିଶ୍ବାସ ରହିଛି ଯେ ଠାକରୁଙ୍କ ଚାରିପାଖରେ ପରିକ୍ରମା କଲେ ସବୁ ପାପର ବିନାସ ହୋଇଥାଏ। ତେବେ ଏହି ପରିକ୍ରମା ଠାକୁର ଦର୍ଶନର ଏକ ଅପରିହାର୍ଯ୍ୟ ପରମ୍ପରା ଏବଂ ଆଜି ମଧ୍ୟ ପୂଜା ବେଳେ ଏହା ପାଳନ କରାଯାଏ। ଏଥି ସହିତ, ଯଦି ଆମେ ଏହାକୁ ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିବା, ତେବେ ଶାରୀରିକ ଶକ୍ତି ବିକାଶରେ ମନ୍ଦିର ଚାରିପଟେ ଚାଲିଚାଲି ବୁଲିବା ବିଶେଷ ମହତ୍ବ ରହିଛି।

କେଉଁ ମନ୍ଦିରରେ କେତେ ଥର ପରିକ୍ରମା କରିବା ଆବଶ୍ୟକ:

ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ପରିକ୍ରମା କରିବାର ବିଭିନ୍ନ ନିୟମ ବା ବିଧି ରହିଛି। ଅର୍ଥାତ ପୁରାଣରେ କେଉଁ ମନ୍ଦିର ଚାରିପଟେ କେତେଥର ପରିକ୍ରମା କରିବା ତାହା ଉଲ୍ଲେଖ କରାଯାଇଛି। ସେହି ଅନୁସାରେ ସୂର୍ଯ୍ୟ ଭଗବାନଙ୍କର 7 ଥର , ଶ୍ରୀ ଗଣେଶଙ୍କ 4 ଥର, ଭଗବାନ ବିଷ୍ଣୁଙ୍କ ଏବଂ ତାଙ୍କର ସମସ୍ତ ଅବତାରଙ୍କ 4 ଥର , ଦେବୀ ଦୁର୍ଗାଙ୍କର ଥରେ, ହନୁମାନଜୀଙ୍କ 3 ଥର , ଶିବଙ୍କ ଅର୍ଦ୍ଧ ପରିକ୍ରମା କରିବାର ନିୟମ ରହିଛି।

ଶିବଙ୍କର ଅର୍ଦ୍ଧ ପରିକ୍ରମା କରିବାର କାରଣ ରହିଛି। ତାହା ହେଲା, ମା ପାର୍ବତୀଙ୍କ ସମ୍ମୁଖରେ ଶିବଙ୍କ ପାଦୁକା କୁଣ୍ଡ ରହିଥାଏ। ଏକ ନାଳ ଦ୍ବାରା ଏହି ପାଦୁକା କୁଣ୍ଡ ସଂଯୋଗ କରାଯାଇଥାଏ। ସେଥିପାଇଁ ଏହି ପାଦୁକା ନାଳ ବା କୁଣ୍ଡକୁ ଡେଇଁ ଯିବା ଉଚିତ ନୁହେଁ। ଆପଣ ଶିବ ମନ୍ଦିର ଯିବା ବେଳେ ମୁଖ୍ୟ ଦ୍ବାରା ପାର ନ ହୋଇ ପରିକ୍ରମା କରିବା ଉଚିତ। ଫଳରେ ପ୍ରଥମେ ଶ୍ରୀ ଗଣେଷଙ୍କୁ ଦର୍ଶନ କରିବେ।

ଏହାପରେ କାର୍ତ୍ତିକ ଦେବ ଏବଂ ପରେ ମା ପାର୍ବତୀଙ୍କୁ ଦର୍ଶନ କରିବେ। ଦେବୀ ପାର୍ବତୀଙ୍କ ପାଖରେ ପହଁଚିବା ପରେ ସେଠାରେ ଦର୍ଶନ କରି ସେହିଠାରୁ ହିଁ ଫେରି ଆସିବା ଉଚିତ। ମାଙ୍କ ନିକଟରେ ପହଁଚି ଗଲେ ତାହା ଶିବ ମନ୍ଦିରର ପୂର୍ଣ୍ଣ ପରିକ୍ରମା ବୋଲି ଧରାଯାଇଥାଏ।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

Breaking News: ଏଣିକି ଶିବ ମନ୍ଦିରରେ ଗଂଜେଇ ବ୍ୟବହାର ମନା, ସଂସ୍କୃତି ବିଭାଗର ନିର୍ଦ୍ଦେଶ

ଭୁବନେଶ୍ବର: ଏଣିକି ଭକ୍ତମାନେ ଶିବ ମନ୍ଦିରରେ ଗଂଜେଇ ଟାଣିପାରିବେ କି ବ୍ୟବହାର କରିପାରିବେ ନାହିଁ। ଯଦି କିଏ ଏମିତି କାମ କରେ ତେବେ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠନ ନିଆଯିବ। ଏ ନେଇ ଆଜି ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଚିଠି କରିଛି। ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ଦସ୍ତଖତରେ ସବୁ ଜିଲ୍ଲାପାଳ, ଏସପିଙ୍କୁ ଏହି ଚିଠି କରାଯାଇଛି।

ଏଥିରେ ଉଲ୍ଲେଖ କରାଯାଇଛି ଯେ, ଶୈବ୍ୟପିଠରେ ଗଂଜେଇ ବ୍ୟବହାର ନିଷେଧ ସଂପର୍କରେ ପଦକ୍ଷେପ ନେବା ପାଇଁ କୁହାଯାଇଛି। ଏ ନେଇ ଅନ୍ତ ବଳିଆ ଟ୍ରଷ୍ଟ ତରଫରୁ ସଂସ୍କୃତି ବିଭାଗକୁ ଅନୁରୋଧ କରାଯାଇଥିଲା। ପୂଜ୍ୟପୂଜକ ବଳିଆଙ୍କ ଅନୁରୋଧ କ୍ରମେ ସଂସ୍କତି ବିଭାଗ ମନ୍ତ୍ରୀ ଏ ନେଇ ନିଷ୍ପତି ଗ୍ରହଣ କରିଛନ୍ତି। ସେହି ଅନୁସାରେ ଜିଲ୍ଲାପାଳ ଏବଂ ଏସପି ଏହା ଉପରେ ପଦକ୍ଷେପ ଗ୍ରହଣ କରିବେ।

Categories
ଆଞ୍ଚଳିକ ଧର୍ମ ସଂସ୍କୃତି

ରଣପୁରରେ ଆରମ୍ଭ ହେଲା ଦଣ୍ଡଯାତ୍ରା

ରଣପୁର: ରଣପୁର ଅଚଂଳରେ ପ୍ରସିଦ୍ଧ ଶିବ ମନ୍ଦିର ଗୁଡିକରେ ୧୭ ଦିନଧରି ଦଣ୍ଡଯାତ୍ରା ବୁଧବାର ଠାରୁ ଆରମ୍ଭ ହୋଇଯାଇଛି। ଯାହାକୁ ନେଇ ଭକ୍ତ ମହଲରେ ଉତ୍ସାହ ଦେଖାଦେଇଛି।

ମଙ୍ଗଳବାର ବିଳମ୍ବିତ ରାତିରେ ଭଗତାମାନେ କାମନା ଘରନିକଟରେ ଏକତ୍ରିତ ହେବାପରେ ବିଧି ବିଧାନ ଅନୁଯାଇ ପୂଜାପାଠ କରାଯାଇଥିଲା। ବୁଧବାର ଅପରାହ୍ନନରେ ସ୍ୱପ୍ନେଶ୍ୱର ଦେବଙ୍କ ମନ୍ଦିର ନିକଟରେ ରହିଥିବା ସାମୁକା ପୋଖରୀରେ ଓ ଚଣ୍ଡେଶ୍ୱର ଦେବ ବଧି ପୋଖରୀରେ ସ୍ନାନ କରିବା ପରେ ମନ୍ଦିରରେ ବେଢା କରାଯାଇଥିଲା। ପରେ ଏକ ବିରାଟ ଶୋଭାଯାତ୍ରରେ ଅପରାହ୍ନ ୩.୩୦ ରେ ଚଣ୍ଡେଶ୍ଵର ଦେବ ପ୍ରଥମେ ଜଗନ୍ନାଥ ମନ୍ଦିର ନିକଟରେ ପହଚିଂଥିଲେ। ପରେ ରାଜବାଟି ପରିଷରରେ ପହଚିଂଥିଲେ।

ଘଂଟ ଢୋଲ ମାଡରେ ରଣପୁର କମ୍ପିଥିଲା। ଏତିକି ବେଳେ ରଣପୁରରେ ହୋଇଥିଲା ପ୍ରବଳ ବର୍ଷା। ଅପରାହ୍ନ ୫ ଟାରେ ସ୍ୱପ୍ନେଶ୍ୱର ଦେବ ଏକ ବିରାଟ ଶୋଭାଯାତ୍ରାରେ ସାମୁକା ସାହି ଦେଇ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଚିଂଥିଲେ। ମନ୍ଦିର ସମ୍ମୁଖରେ ଦଣ୍ଡ ଖେଳ ସାଙ୍ଗକୁ ଚଢେୟା ଚଢୁଇଣି ନୃତ୍ୟ ପରିବେଶଣ କରିଥିଲେ। ଏହି ସମୟରେ ପୁରୁଣାବସନ୍ତ ବାଲଙ୍କେଶ୍ୱରେ ଆସି ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଚିଂଥିଲେ।

ସପ୍ନେଶ୍ୱର ଓ ବାଲୁଙ୍କେଶ୍ୱର ଦେବ ଙ୍କର ମଧ୍ୟରେ ମେଳନ ହୋଇ ପୁଷ୍ପାମାଲ୍ୟା ପ୍ରତିବଦଳ କରାଯାଇଥିଲା। ଏହି ଦୃଶ୍ୟ ଦେଖିବା ପାଇଁ ଜଗନ୍ନାଥଥ ମନ୍ଦିର ସମ୍ମୁଖରେ ସହ ସହ ଭକ୍ତ ସମାଗମ ହୋଇଥିଲେ। ପରେ ୨ ଠାକୁର ରାଜବାଟିରେ ପହଚିଂ ଭୋଗ ଖାଇବା ସହ ଶାଢି ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ଚିଲିକା ନିର୍ବାଚନମଣ୍ଡଳିର ସମସ୍ତ ଶିବାଳୟରେ ଲାଗିଲା ୧୪୪ ଧାରା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳିର ସମସ୍ତ ଶିବ ମନ୍ଦିରଗୁଡ଼ିକରେ ଆଜି ଠାରୁ ଜିଲ୍ଲା ପ୍ରଶାସନ ଦ୍ୱାରା ଧାରା ୧୪୪ ଜାରି କରାଯାଇଛି। ଆଗକୁ ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ଆସୁଥିବାରୁ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଉପଜିଲ୍ଲାପାଳ ଉକ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଆଜି ନଭେମ୍ବର ୧୭ ତାରିଖରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ବାଣପୁର ଓ ଚିଲିକା ତହସିଲର ସମସ୍ତ ଶିବାଳୟ ଗୁଡିକରେ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଛି। ସେହିପରି ଭାବେ ମନ୍ଦିରର ପୋଖରୀ ଗୁଡିକରେ ଡ଼ଙ୍ଗା ଭସାଇବା ଉପରେ ମଧ୍ୟ କଟକଣା ଲଗାଯାଇଛି।

ଏହି ପରିପ୍ରେକ୍ଷୀରେ ବାଣପୁର ତହସିଲଦାର, ଚିଲିକା ତହସିଲଦାର, ବାଣପୁର ଆଇଆଇସି ଏବଂ ବାଲୁଗାଁ ଆଇଆଇସିଙ୍କ ଦ୍ୱାରା ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯିବା ସହ ସମସ୍ତ ଶିବ ମନ୍ଦିର ସମ୍ମୁଖରେ ସର୍ବସାଧାରଣଙ୍କ ନିମନ୍ତେ ନୋଟିସ ଜାରି କରାଯାଇଛି।

ଅନୁରୂପ ଭାବେ ପ୍ରମୁଖ ଶିବ ମନ୍ଦିରଗୁଡିକ ସମ୍ମୁଖରେ ପୋଲିସ ପ୍ରଶାସନ ଦ୍ୱାରା ପୋଲିସ କର୍ମଚାରୀ ମୁତୟନ କରାଯାଇଛି। ତେବେ ଯଦି କୌଣସି ବ୍ୟକ୍ତି ଜିଲ୍ଲା ପ୍ରଶାସନର ଉକ୍ତ ନିର୍ଦ୍ଦେଶକୁ ଅବମାନନା କରନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଲୁଗାଁ ଏସଡ଼ିପିଓ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସ୍ମାର୍ଟ ଜନପଥର ଉନ୍ନତିକରଣ ପାଇଁ ବିଏମସିର ନିଷ୍ପତ୍ତି: ରାଜଧାନୀରୁ ଉଠିବ ୩ ମନ୍ଦିର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଅସ୍ଥାୟୀ ଭାବେ ୩ ଟି ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ। ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ମା’ ତାରିଣୀ ମନ୍ଦିରକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ରାଜମହଲ ଛକରେ ଥିବା ଶିବ ମନ୍ଦିର ଏବଂ ପାଣ୍ଟାଲୁନ ସମ୍ମୁଖରେ ଥିବା ମା’ କାଳୀ ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ।

ଏହି ତିନି ମନ୍ଦିରକୁ ଏବେ ଅସ୍ଥାୟୀ ଭାବେ ରାମ ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ। ପରେ ୟୁନିଟ-୨ ରେ ଦେବାସ୍ଥଳୀ ନିର୍ମାଣ କରି ଏହି ଦେବାଦେବୀଙ୍କୁ ସେଠାରେ ଅବସ୍ଥାପିତ କରାଯିବ। ସ୍ମାର୍ଟ ଜନପଥ ଉନ୍ନତିକରଣ ଏବଂ ପ୍ରଶସ୍ତିକରଣ ପାଇଁ ଭୁବନେଶ୍ବର ମହାନଗର ନିଗମ ଏଭଳି ନିଷ୍ପତ୍ତି ନେଇଛି। ଏନେଇ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି।

Categories
ଫଟୋ ଖବର

ଝାରସୁଗୁଡା ଏବଂ ସମ୍ବଲପୁର ଯିବା ରାସ୍ତାରେ ପାଣି ଭିତରେ ପୂଜା ପାଉଛନ୍ତି ମହାଦେବ

Bhubaneswar, Submerged Shiva Temple. The demarcation point between Jharsuguda and Sambalpur, Odisha, Bharat. This view is only seen in early spring or autumn.

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଯଦି ଆପଣ ଠାକୁର ଦର୍ଶନ କରିବାକୁ ଯାଉଛନ୍ତି ତେବେ ଜାଣନ୍ତୁ କେଉଁ ମନ୍ଦିରରେ କେତେ ଥର କରିବେ ପରିକ୍ରମା

ଅଯୋଧ୍ୟା, ଆମର ହିନ୍ଦୁ ଧର୍ମରେ ପ୍ରଭୁଙ୍କୁ ପରିକ୍ରମା ରହିବାର ବିଧି ରହିଛି। ବିଶ୍ବାସ ରହିଛି ଯେ ଠାକରୁଙ୍କ ଚାରିପାଖରେ ପରିକ୍ରମା କଲେ ସବୁ ପାପର ବିନାସ ହୋଇଥାଏ। ତେବେ ଏହି ପରିକ୍ରମା ଠାକୁର ଦର୍ଶନର ଏକ ଅପରିହାର୍ଯ୍ୟ ପରମ୍ପରା ଏବଂ ଆଜି ମଧ୍ୟ ପୂଜା ବେଳେ ଏହା ପାଳନ କରାଯାଏ। ଏଥି ସହିତ, ଯଦି ଆମେ ଏହାକୁ ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିବା, ତେବେ ଶାରୀରିକ ଶକ୍ତି ବିକାଶରେ ମନ୍ଦିର ଚାରିପଟେ ଚାଲିଚାଲି ବୁଲିବା ବିଶେଷ ମହତ୍ବ ରହିଛି।

କେଉଁ ମନ୍ଦିରରେ କେତେ ଥର ପରିକ୍ରମା କରିବା ଆବଶ୍ୟକ:

ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ପରିକ୍ରମା କରିବାର ବିଭିନ୍ନ ନିୟମ ବା ବିଧି ରହିଛି। ଅର୍ଥାତ ପୁରାଣରେ କେଉଁ ମନ୍ଦିର ଚାରିପଟେ କେତେଥର ପରିକ୍ରମା କରିବା ତାହା ଉଲ୍ଲେଖ କରାଯାଇଛି। ସେହି ଅନୁସାରେ ସୂର୍ଯ୍ୟ ଭଗବାନଙ୍କର 7 ଥର , ଶ୍ରୀ ଗଣେଶଙ୍କ 4 ଥର, ଭଗବାନ ବିଷ୍ଣୁଙ୍କ ଏବଂ ତାଙ୍କର ସମସ୍ତ ଅବତାରଙ୍କ 4 ଥର , ଦେବୀ ଦୁର୍ଗାଙ୍କର ଥରେ, ହନୁମାନଜୀଙ୍କ 3 ଥର , ଶିବଙ୍କ ଅର୍ଦ୍ଧ ପରିକ୍ରମା କରିବାର ନିୟମ ରହିଛି।

ଶିବଙ୍କର ଅର୍ଦ୍ଧ ପରିକ୍ରମା କରିବାର କାରଣ ରହିଛି। ତାହା ହେଲା, ମା ପାର୍ବତୀଙ୍କ ସମ୍ମୁଖରେ ଶିବଙ୍କ ପାଦୁକା କୁଣ୍ଡ ରହିଥାଏ। ଏକ ନାଳ ଦ୍ବାରା ଏହି ପାଦୁକା କୁଣ୍ଡ ସଂଯୋଗ କରାଯାଇଥାଏ। ସେଥିପାଇଁ ଏହି ପାଦୁକା ନାଳ ବା କୁଣ୍ଡକୁ ଡେଇଁ ଯିବା ଉଚିତ ନୁହେଁ। ଆପଣ ଶିବ ମନ୍ଦିର ଯିବା ବେଳେ ମୁଖ୍ୟ ଦ୍ବାରା ପାର ନ ହୋଇ ପରିକ୍ରମା କରିବା ଉଚିତ। ଫଳରେ ପ୍ରଥମେ ଶ୍ରୀ ଗଣେଷଙ୍କୁ ଦର୍ଶନ କରିବେ। ଏହାପରେ କାର୍ତ୍ତିକ ଦେବ ଏବଂ ପରେ ମା ପାର୍ବତୀଙ୍କୁ ଦର୍ଶନ କରିବେ। ଦେବୀ ପାର୍ବତୀଙ୍କ ପାଖରେ ପହଁଚିବା ପରେ ସେଠାରେ ଦର୍ଶନ କରି ସେହିଠାରୁ ହିଁ ଫେରି ଆସିବା ଉଚିତ। ମାଙ୍କ ନିକଟରେ ପହଁଚି ଗଲେ ତାହା ଶିବ ମନ୍ଦିରର ପୂର୍ଣ୍ଣ ପରିକ୍ରମା ବୋଲି ଧରାଯାଇଥାଏ।

Categories
ଆଜିର ଖବର ଜାତୀୟ ଖବର

ଜିଭ କାଟି ଦେବୀଙ୍କୁ ଅର୍ପଣ କଲେ ଜଣେ ବ୍ରତଧାରୀ ଯୁବକ

ବଣ୍ଡା (ୟୁପି): ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଲୋକେ ଅନ୍ଧବିଶ୍ବାସର ଶିକାର ହୋଇ ନିଜ ଜୀବନକୁ କ୍ଷତି ପହଞ୍ଚାଇବାକୁ ମଧ୍ୟ ପ୍ରୟାସ କରୁଛନ୍ତି। ଉତ୍ତରପ୍ରଦେଶର ଦୁଇଟି ପୃଥକ ପୃଥକ ଘଟଣାରେ ଦୁଇଜଣ ବ୍ୟକ୍ତି କିପରି ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ନିଜ ଶରୀରର କ୍ଷତି ପହଞ୍ଚାଉଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ବାବେରୁ ଅଞ୍ଚଳର ଭାଟି ଗ୍ରାମରେ ଥିବା ଏକ ମନ୍ଦିରରେ ଜଣେ ୨୨ ବର୍ଷୀୟ ଯୁବକ ନିଜର ଜିଭ କାଟି ଦେବୀଙ୍କୁ ଅର୍ପଣ କରିଥିବା ବେଳେ ଆଉ ଜଣେ ବ୍ୟକ୍ତି ଶିବ ମନ୍ଦିରରେ ନିଜର ଗଳା କାଟି ବଳି ଦେବାକୁ ଉଦ୍ୟମ କରୁଛନ୍ତି।

ପୋଲିସ ସୂଚନା ଅନୁଯାୟୀ, ଆତ୍ମା ​​ରାମ ନାମକ ଜଣେ ଯୁବକ ଗତକାଲି ନବରାତ୍ରୀ ମନ୍ଦିରରେ ପହଞ୍ଚି ଜିଭ କାଟି ଦେବୀଙ୍କୁ ଅର୍ପଣ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ପାଟିରୁ ରକ୍ତସ୍ରାବ ହେବାରୁ ସ୍ଥାନୀୟ ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ପୋଲିସ କହିଛି।

ସେହିପରି ଅନ୍ୟ ଏକ ଘଟଣାରେ ହମିରପୁର ଜିଲ୍ଲାର କୁରାରା ଅଞ୍ଚଳର ଏକ ଶିବ ମନ୍ଦିରରେ ଜଣେ ୪୯ ବର୍ଷୀୟ ପୁରୁଷ ନିଜକୁ ବଳି ଦେବା ପାଇଁ ଉଦ୍ୟମ କରିଥିଲେ। ଶନିବାର ରାତିରେ କୋଟେଶ୍ୱର ମନ୍ଦିରରେ ଛୁରୀ ସାହାଯ୍ୟରେ ରୁକ୍ମଣୀ ମିଶ୍ର ତାଙ୍କ ଗଳା କାଟିବାକୁ ଚେଷ୍ଟା କରିଥିଲେ। ସେ ଗୁରୁତର ଆହତ ହୋଇ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। (ଏଜେନ୍ସି)

Categories
ଆଜିର ଖବର ଆଞ୍ଚଳିକ

ଶିବ ମନ୍ଦିର ଚୋରି ଘଟଣା: ପୂଜା ସାମଗ୍ରୀ ଜବତ ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କିସିଣ୍ଡା ପୋଲିସ୍

କନ୍ଦର୍ପ ବେହେରା
ରେଢାଖୋଲ: ଦୁଇ ଦିନ ତଳେ ଖୋଲଗଡ ମନ୍ଦିରରୁ ଚୋରି ହୋଇଥିବା ଚୋରୀ ସାମଗ୍ରୀକୁ କିସିଣ୍ଡା ପୋଲିସ୍ ଆଜି ସକାଳୁ ଡଇଁଚା ଗ୍ରାମରୁ ଜବତ କରିବା ସହ ୨ ଜଣ ଚୋରକୁ ଧରିବାରେ ସଫଳ ହୋଇଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଗୋଗୁଆ ପଂଚାୟତର ଖୋଲଗଡ ମନ୍ଦିରରୁ ୩ ଦିନ ତଳେ କଂସା, ଜାଗର, ପିତଳ ସାମଗ୍ରୀ, ଦାନବାକ୍ସ ଓ ଶିବଙ୍କ ଠାରେ ପୂଜା ପାଉଥିବା ବିଭିନ୍ନ ପ୍ରକାର ପୂଜାସାମଗ୍ରୀକୁ କିସିଣ୍ଡା ପୁଲିସ୍ ଆଜି ସକାଳୁ ସକାଳୁ ରେଢାଖୋଲ ଥାନା ଡଇଁଚା ଗ୍ରାମକୁ ଯାଇ ପିତାମ୍ବର ମହାପାତ୍ରଙ୍କ ଘରର ପାଇଖାନାରୁ ଜବତ କରିବାରେ ସଫଳ ହୋଇଛି।

ଅଭିଯୁକ୍ତର ଭାଇ ବାନାମ୍ବରକୁ ଧରି ରେଢାଖୋଲ ରାସ୍ତାରେ ଗଲାବେଳେ ପିତାମ୍ବରକୁ ଡଇଁଚା ଗାଁ ମୁଣ୍ଡରେ ପୋଲିସ୍ ଧରିଥିଲା। ଚୋରି ସଂପର୍କରେ ପଚରା ଉଚୁରା କରିବା ସହ ତା ସହ ଚୋରି କରିବାକୁ ଯାଇଥିବା ସମ୍ବଲପୁର ପରମାଣପୁର ନିକଟସ୍ଥ ମୁରା ଗ୍ରାମର ଗୋବିନ୍ଦ ମେହେର(୪୯)ଙ୍କ ସଂପର୍କରେ ପିତାମ୍ବର ପ୍ରକାଶ କରିଥିଲା। ସେ ପ୍ରଧାନ ବସ୍ ରେ ସମ୍ବଲପୁର ଯାଉଥିବା ବେଳେ କିସିଣ୍ଡା ପୋଲିସ୍ ପିଛାକରି ରେଢାଖୋଲ ବସ୍ ଷ୍ଟାଣ୍ଡରୁ ଅଭିଯୁକ୍ତ ଗୋବିନ୍ଦକୁ ପୁଲିସ୍ ଧରିବାରେ ସଫଳ ହୋଇଥିଲା। ଡଇଁଚା ଗ୍ରାମକୁ ଆସି ପିତାମ୍ବର ମହାପାତ୍ରଙ୍କ ଘର ପଛପଟେ ଥିବା ପାଇଖାନା ଭିତରୁ ସମସ୍ତ ଚୋରି ଜିନିଷ ପୋଲିସ୍ ଜବତ କରିଥିଲା। ଆଉ କେଉଁ କେଉଁ ସ୍ଥାନରୁ ସେମାନେ ରୋରୀ କରିଛନ୍ତି ଚୋର ଦି ଜଣଙ୍କୁ ପୋଲିସ୍ ପଚରା ଉଚୁରା କରୁଛି।

ଆଗରୁ ବହୁ ସ୍ଥାନରୁ ପିତାମ୍ବର ଚୋରି କରି ଜେଲ୍ ମଧ୍ୟ ଯାଇଥିଲା। ଏପରିକି ରେଢାଖୋଲ ଥାନା ବ୍ରାହ୍ମଣୀ ଗ୍ରାମରେ ଜନୈକା ନାବାଳିକା ଝିଅକୁ ଅସଦାଚରଣ ଅଭିଯୋଗରେ ଜେଲ ମଧ୍ୟ ଯାଇଥିଲା। ଏପରିକି ବହୁସ୍ଥାନରୁ ଛୋଟ ବଡ ଡକାୟତି ମଧ୍ୟ ଆଗରୁ କରିଛି ସେ। କିଛି ଦିନ ହେଲା ଡଇଁଚା ଅଂଚଳରେ ସେମାନଙ୍କ ଯିବା ଆସିବାରେ ଲୋକମାନଙ୍କ ମଧ୍ୟରେ ସନ୍ଦେହ ହେଉଥିଲା। ସେମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ। ଏହି ଚଢଉରେ କିସିଣ୍ଡା ଥାନାର ଥାନା ଅଧିକାରୀ ଚିତରଂଜନ ନାଏକ ଏବଂ ତାଙ୍କ ଟିମ୍ ସାମିଲ୍ ହୋଇଥିଲେ।