ଶିବ ମନ୍ଦିର ଚୋରି ଘଟଣା: ପୂଜା ସାମଗ୍ରୀ ଜବତ ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କିସିଣ୍ଡା ପୋଲିସ୍

Published: Oct 17, 2020, 5:49 pm IST

କନ୍ଦର୍ପ ବେହେରା
ରେଢାଖୋଲ: ଦୁଇ ଦିନ ତଳେ ଖୋଲଗଡ ମନ୍ଦିରରୁ ଚୋରି ହୋଇଥିବା ଚୋରୀ ସାମଗ୍ରୀକୁ କିସିଣ୍ଡା ପୋଲିସ୍ ଆଜି ସକାଳୁ ଡଇଁଚା ଗ୍ରାମରୁ ଜବତ କରିବା ସହ ୨ ଜଣ ଚୋରକୁ ଧରିବାରେ ସଫଳ ହୋଇଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଗୋଗୁଆ ପଂଚାୟତର ଖୋଲଗଡ ମନ୍ଦିରରୁ ୩ ଦିନ ତଳେ କଂସା, ଜାଗର, ପିତଳ ସାମଗ୍ରୀ, ଦାନବାକ୍ସ ଓ ଶିବଙ୍କ ଠାରେ ପୂଜା ପାଉଥିବା ବିଭିନ୍ନ ପ୍ରକାର ପୂଜାସାମଗ୍ରୀକୁ କିସିଣ୍ଡା ପୁଲିସ୍ ଆଜି ସକାଳୁ ସକାଳୁ ରେଢାଖୋଲ ଥାନା ଡଇଁଚା ଗ୍ରାମକୁ ଯାଇ ପିତାମ୍ବର ମହାପାତ୍ରଙ୍କ ଘରର ପାଇଖାନାରୁ ଜବତ କରିବାରେ ସଫଳ ହୋଇଛି।

ଅଭିଯୁକ୍ତର ଭାଇ ବାନାମ୍ବରକୁ ଧରି ରେଢାଖୋଲ ରାସ୍ତାରେ ଗଲାବେଳେ ପିତାମ୍ବରକୁ ଡଇଁଚା ଗାଁ ମୁଣ୍ଡରେ ପୋଲିସ୍ ଧରିଥିଲା। ଚୋରି ସଂପର୍କରେ ପଚରା ଉଚୁରା କରିବା ସହ ତା ସହ ଚୋରି କରିବାକୁ ଯାଇଥିବା ସମ୍ବଲପୁର ପରମାଣପୁର ନିକଟସ୍ଥ ମୁରା ଗ୍ରାମର ଗୋବିନ୍ଦ ମେହେର(୪୯)ଙ୍କ ସଂପର୍କରେ ପିତାମ୍ବର ପ୍ରକାଶ କରିଥିଲା। ସେ ପ୍ରଧାନ ବସ୍ ରେ ସମ୍ବଲପୁର ଯାଉଥିବା ବେଳେ କିସିଣ୍ଡା ପୋଲିସ୍ ପିଛାକରି ରେଢାଖୋଲ ବସ୍ ଷ୍ଟାଣ୍ଡରୁ ଅଭିଯୁକ୍ତ ଗୋବିନ୍ଦକୁ ପୁଲିସ୍ ଧରିବାରେ ସଫଳ ହୋଇଥିଲା। ଡଇଁଚା ଗ୍ରାମକୁ ଆସି ପିତାମ୍ବର ମହାପାତ୍ରଙ୍କ ଘର ପଛପଟେ ଥିବା ପାଇଖାନା ଭିତରୁ ସମସ୍ତ ଚୋରି ଜିନିଷ ପୋଲିସ୍ ଜବତ କରିଥିଲା। ଆଉ କେଉଁ କେଉଁ ସ୍ଥାନରୁ ସେମାନେ ରୋରୀ କରିଛନ୍ତି ଚୋର ଦି ଜଣଙ୍କୁ ପୋଲିସ୍ ପଚରା ଉଚୁରା କରୁଛି।

ଆଗରୁ ବହୁ ସ୍ଥାନରୁ ପିତାମ୍ବର ଚୋରି କରି ଜେଲ୍ ମଧ୍ୟ ଯାଇଥିଲା। ଏପରିକି ରେଢାଖୋଲ ଥାନା ବ୍ରାହ୍ମଣୀ ଗ୍ରାମରେ ଜନୈକା ନାବାଳିକା ଝିଅକୁ ଅସଦାଚରଣ ଅଭିଯୋଗରେ ଜେଲ ମଧ୍ୟ ଯାଇଥିଲା। ଏପରିକି ବହୁସ୍ଥାନରୁ ଛୋଟ ବଡ ଡକାୟତି ମଧ୍ୟ ଆଗରୁ କରିଛି ସେ। କିଛି ଦିନ ହେଲା ଡଇଁଚା ଅଂଚଳରେ ସେମାନଙ୍କ ଯିବା ଆସିବାରେ ଲୋକମାନଙ୍କ ମଧ୍ୟରେ ସନ୍ଦେହ ହେଉଥିଲା। ସେମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ। ଏହି ଚଢଉରେ କିସିଣ୍ଡା ଥାନାର ଥାନା ଅଧିକାରୀ ଚିତରଂଜନ ନାଏକ ଏବଂ ତାଙ୍କ ଟିମ୍ ସାମିଲ୍ ହୋଇଥିଲେ।

Related posts