ନୂଆଦିଲ୍ଲୀ: ସପା ନେତା ଆଜମ ଖାନଙ୍କ ପୁଅ ତଥା ପୂର୍ବତନ ବିଧାୟକ ଅବଦୁଲ୍ଲା ଆଜମ ଖାନଙ୍କ ପାଇଁ ସମସ୍ୟା ବଢ଼ିଛି। ପାସପୋର୍ଟ ହାସଲ କରିବା ପାଇଁ ନକଲି କାଗଜପତ୍ର ବ୍ୟବହାର କରିବା ଅଭିଯୋଗରେ ତାଙ୍କ ବିରୋଧରେ ଦାୟର ହୋଇଥିବା ଏଫଆଇଆର ରଦ୍ଦ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।
ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ଆବେଦନକୁ ଖାରଜ କରିଦେଇଥିଲେ। ଏହି ମାମଲାର ଶୁଣାଣି ଏବେ ସମ୍ପୂର୍ଣ୍ଣ ହୋଇଛି। ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି।



