Nuapada Voting: ବେଶ ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି ନୂଆପଡା ଉପନିର୍ବାଚନ ମତଦାନ। ତେବେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ ଅପରାହ୍ନ ୩ଟା ସୁଦ୍ଧା ୬୫.୫୬ ପ୍ରତିଶତ ମତଦାନ ହୋଇଛି। ବର୍ତ୍ତମାନ ମତଦାନ ଦେବା ସମୟ ଶେଷ ହେବା ପାଇଁ ଯାଉଛି। ତେବେ ଯେଉଁଠି ଅତି ଉତ୍ତେଜନ ପ୍ରବଣ ବୁଥ ରହିଛି ସେଠାରେ ଅପରାହ୍ନ ଚାରିଟାରେ ଭୋଟ ଗ୍ରହଣ ଶେଷ ହେବ।


