Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଣ୍ଡିତ ଗୋଦାବରୀଶଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ବିଶିଷ୍ଠ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି
ଆଜିର ଖବର

ପଣ୍ଡିତ ଗୋଦାବରୀଶଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ବିଶିଷ୍ଠ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି

October 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପଣ୍ଡିତ ଗୋଦାବରୀଶଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ବିଶିଷ୍ଠ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି
ପଣ୍ଡିତ ଗୋଦାବରୀଶଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ବିଶିଷ୍ଠ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି

ଖୋର୍ଦ୍ଧା/ବାଣପୁର: ସତ୍ୟବାଦୀ ପଞ୍ଚସଖା ଯୁଗର ଅନ୍ୟତମ ସାରସ୍ଵତ ସାଧକ, ଜଣେ ଆଦର୍ଶ ଶିକ୍ଷକ, ନିସ୍ଵାର୍ଥପର ଜନ ସେବକ, ପ୍ରବୀଣ ରାଜନୀତିଜ୍ଞ, ଓଡ଼ିଆ ଭାଷା ସାହିତ୍ୟର ଏକନିଷ୍ଠ ପୂଜାରୀ ଭାବରେ ପଣ୍ଡିତ ଗୋଦାବରୀଶ ମିଶ୍ର ଏକ ଉତ୍ତୁଙ୍ଗ ଆସନର ଅଧିକାରୀ। ତାଙ୍କ ସରଳ ,କୋମଳ ଭାବମୟ ତଥା ମଧୁମୟ ଗାଥା ଓ ଗୀତିକବିତା ଓଡ଼ିଆ ଭାଷା ସାହିତ୍ୟର ଅମୂଲ୍ୟ ସଂପଦ ବୋଲି ମତବ୍ୟକ୍ତ କରି ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେଇ ତାଙ୍କ ସାରସ୍ବତ ସାଧନା ଉପରେ ସ୍ମୃତି ଚାରଣ କରିଥିଲେ।

ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଚ଼ିଲିକା ସାହିତ୍ୟ ସମାଜଙ୍କ ମିଳିତ ଆନୁକୂଲ୍ୟରେ ବାଣପୁର ସହୀଦ କୃତ୍ତିବାସ ଭବନ ଠାରେ ପୁଣ୍ୟ ଶ୍ଳୋକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୧୪୦ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ସାହିତ୍ୟ ସମାଜର ସଭାପତି କବିବାଳମୁକୁନ୍ଦଦାସଙ୍କର ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ଉପସଚୀବ ସଂଜୟ କୁମାରଛୁଆଳ ସିଂ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମୁଖ୍ୟବକ୍ତା ସ୍ତମ୍ବକାର ପୂର୍ବତନ ପ୍ରଶାସନିକ ଅଧିକାରୀ ଡ଼କ୍ଟର ନିରଞ୍ଜନ ସାହୁ, ସମ୍ମାନନୀୟବକ୍ତା ସାହିତ୍ୟିକ ସିତେଶ ତ୍ରିପାଠୀ, ବିଶିଷ୍ଟ ଅତିଥି ଦୁଷ୍ମନ୍ତ କୁମାର ହରିଚ଼ନ୍ଦନ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁନାୟକ, ସମ୍ମାନନୀୟ ଅତିଥି ବାଲୁଗାଁ ମହବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ଏବଂ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ସୁରପ୍ରତାପ ନରେନ୍ଦ୍ର ସିଂବର୍ମା ଯୋଗ ଦେଇ ପଣ୍ଡିତ ମିଶ୍ରଙ୍କ ବହୁମୁଖୀ ପ୍ରତିଭାର ସାରଗର୍ଭକ ପର୍ଯ୍ୟାଲୋଚନା କରି ତାଙ୍କ ସ୍ମୃତି ପ୍ରତି ଗଭୀର ଶଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସଭାର ପ୍ରାରମ୍ଭରେ ବିଶିଷ୍ଟ କବି ପୁରୁଷୋତ୍ତମ ମହାପାତ୍ରଙ୍କ ସଭାପତିତ୍ୱ ଏବଂ କବି ଶିଶିର ଦାସ ଓ ସୁଶାନ୍ତ ଦାସଙ୍କ ସଂଯୋଜନା ପରିଚାଳନାରେ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା, ଏଥିରେ ଡକ୍ଟର ନୃସିଂହ ଚରଣ ପ୍ରଧାନ, ଗୋଲକବିହାରୀ ପରୀଡ଼ାଙ୍କ ସହିତ କବି ରଙ୍କ ନାଥ ସେଠୀ, ଭିକାରୀ ଚରଣ ପ୍ରଧାନ,ଆନନ୍ଦଚନ୍ଦ୍ର ସେନାପତି, ମହେଶ୍ୱର ଜେନା, ଦିଗମ୍ବର ବିଶ୍ୱାଳ , ଶଶିଭୂଷଣ ବରାଳ , ଦିଗମ୍ବର ମହାପାତ୍ର, ତ୍ରିବିକ୍ରମପଣ୍ଡା, ରାଜେନ୍ଦ୍ର ପ୍ରସାଦ ରଥ,ବ୍ରଜସୁନ୍ଦର ମିଶ୍ର, ରବୀନ୍ଦ୍ରନାଥ ମାନସିଂ, ଶେଷ ଦେବ ମହାରଣା, ଲକ୍ଷ୍ମୀଧର ପ୍ରଧାନ, ବିଜୟକୁମାର ପାତ୍ର, ଅଶୋକ ନନ୍ଦ , ମଧୁସୂଦନ ନନ୍ଦ, ଦେବାଶିଷ ପଟ୍ଟନାୟକ, ଲଳିତ ମୋହନ ସ୍ୱାଇଁ,ଶିଶିର ନାୟକ, ସଂଧ୍ୟାଦେବୀ , ଅଧ୍ୟାପିକା ସସ୍ମିତା ପାଣିଗ୍ରାହୀ ପରି ସ୍ଥାନୀୟ ଅଞ୍ଚଳର ବହୁ କବି ଲେଖକ ଯୋଗ ଦେଇ ସ୍ୱରଚିତ କବିତା ଗଳ୍ପ ଆବୃତ୍ତି କରି ସାହିତ୍ୟଆସରକୁ ରସାଣିତ କରିଥିଲେ।

କଣ୍ଠଶିଳ୍ପୀ ଚିରଞ୍ଚିବ ପରୀଡ଼ା ଓ ବିଷ୍ଣୁପ୍ରିୟା ବାରିକ୍ ଙ୍କ ପରିଚାଳନାରେ ମା’ ଭଗବତୀ କଳା ପରିଷଦର କଳାକାରମାନେ କବିଙ୍କ ରଚିତ କଳଜୟୀ “ତୁଙ୍ଗ ଶିଖରୀ ଚୂଳ” ଉଦବୋଧନୀ ସଂଗୀତ ନୃତ୍ୟ ପରିବେଷଣ କରିଥିବାବେଳେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ତରଫରୁ ସମସ୍ତ କବି କଳାକାରଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ପୂର୍ବାହ୍ନରେ ବାଣପୁର ଅଞ୍ଚଳର ବହୁ ସାମାଜିକ, ସାଂସ୍କୃତିକ , ସାହିତ୍ୟିକ ଅନୁଷ୍ଠାନ ତରଫରୁ ବିଶିଷ୍ଟ ବ୍ୟକ୍ତିମାନେ ପଣ୍ଡିତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିବା ବେଳେ ବିଜ୍ଞାପିତ ଅଞ୍ଚଳ ପରଷଦ ତରଫରୁ ଅଧ୍ୟକ୍ଷ ମିଟୁନାୟକଙ୍କ ସହଯୋଗରେ ମେଡ଼ିକାଲ୍ ଛକ ବଗିଚ଼ାରେ ଗୋଦାବରୀଶ ମିଶ୍ରଙ୍କ ଏକ ପୂର୍ଣ୍ଣ ଅବୟବ ବଡ଼ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ଶୁଭ ନଡ଼ିଆ ଅନୁକୂଳ କରାଯାଇଥିଲା। ଶେଷରେ ଚିଲିକା ସାହିତ୍ୟ ସମାଜର ସହ ସଂପାଦକ କବି ରମେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ପଣ୍ଡିତ ଗୋଦାବରୀଶ ରାଜ୍ୟସ୍ତରୀୟ ଜୟନ୍ତୀ ଶ୍ରଦ୍ଧାଞ୍ଜଳି ସାରସ୍ଵତ ସାଧନା
Share. Facebook Twitter LinkedIn Email WhatsApp Copy Link

Related Posts

ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା: ନବରଙ୍ଗପୁରରେ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

October 27, 2026

ଭୀଷଣ ରୂପ ନେଉଛି ବାତ୍ୟା ‘ଅର୍ଣ୍ଣବ’: ୧୫୦ କି.ମି ବେଗରେ ବହିବ ପବନ

October 27, 2026

OPCC Opposes Adani Data Centre: ପ୍ରସ୍ତାବିତ ନରାଜ ଏଆଇ ଡାଟା ସେଣ୍ଟର ନେଇ ଗର୍ଜ୍ଜିଲା କଂଗ୍ରେସ, କହିଲା..

October 27, 2026

ଭୀଷଣ ବାତ୍ୟା ‘ଅର୍ଣ୍ଣବ’: ଲ୍ୟାଣ୍ଡଫଲ୍‌ ପରେ ବେଶୀ ପ୍ରଭାବିତ ହେବ ମାଲକାନଗିରି

October 27, 2026
Latest News

ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା: ନବରଙ୍ଗପୁରରେ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

October 27, 2026

ପଣ୍ଡିତ ଗୋଦାବରୀଶଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ବିଶିଷ୍ଠ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି

October 27, 2026

ଭୀଷଣ ରୂପ ନେଉଛି ବାତ୍ୟା ‘ଅର୍ଣ୍ଣବ’: ୧୫୦ କି.ମି ବେଗରେ ବହିବ ପବନ

October 27, 2026

OPCC Opposes Adani Data Centre: ପ୍ରସ୍ତାବିତ ନରାଜ ଏଆଇ ଡାଟା ସେଣ୍ଟର ନେଇ ଗର୍ଜ୍ଜିଲା କଂଗ୍ରେସ, କହିଲା..

October 27, 2026

ଭୀଷଣ ବାତ୍ୟା ‘ଅର୍ଣ୍ଣବ’: ଲ୍ୟାଣ୍ଡଫଲ୍‌ ପରେ ବେଶୀ ପ୍ରଭାବିତ ହେବ ମାଲକାନଗିରି

October 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.