Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶ ହିମାଂଶୁ ଖଟୁଆ ହେଲେ କଟକସ୍ଥିତ BPFTIO ର ଅଧ୍ୟକ୍ଷ
ଜାତୀୟ ଖବର

ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶ ହିମାଂଶୁ ଖଟୁଆ ହେଲେ କଟକସ୍ଥିତ BPFTIO ର ଅଧ୍ୟକ୍ଷ

November 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶ
ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶ ହିମାଂଶୁ ଖଟୁଆ ହେଲେ କଟକସ୍ଥିତ BPFTIO ର ଅଧ୍ୟକ୍ଷ

ଭୁବନେଶ୍ବର: ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶକ ଶ୍ରୀ ହିମାଂଶୁ ଖଟୁଆ ହେଲେ କଟକସ୍ଥିତ ବିଜୁ ପଟ୍ଟନାୟକ ଚଳଚିତ୍ର ଏବଂ ଟେଲିଭିଜନ ସଂସ୍ଥା ଓଡିଶା ବା BPFTIO ର ଅଧ୍ୟକ୍ଷ। ସେ ପୂର୍ବରୁ ଏହି ସଂସ୍ଥାର ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ସେ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ସଂସ୍ଥାର ଅଧ୍ୟାପକ ତଥା କର୍ମଚାରୀଗଣ ତାଙ୍କୁ ସ୍ବାଗତ କରିଥିଲେ।

ଚଳିଚତ୍ର ନିର୍ଦ୍ଦେଶନା ତଥା ଅଧ୍ୟାପନା କ୍ଷେତ୍ରରେ ଶ୍ରୀ ଖଟୁଆଙ୍କ ବେଶ ଭଲ ଅଭିଜ୍ଞତା ରହିଛି। ସେ ଏହା ପୂର୍ବରୁ କିଟ ବିଶ୍ବବିଦ୍ୟାଳୟ ଦ୍ବାରା ପରିଚାଳିତ କିଟ ସ୍କୁଲ ଅଫ ଫିଲ୍ମ ଏବଂ ମିଡିଆ ସାଇନ୍ସ, ସ୍କୁଲ ଅଫ୍‌ ଫ୍ୟାସନ ଟେକନୋଲୋଜି୍‌, ସ୍କୁଲ ଅଫ ମାସ୍ କମ୍ୟୁନିକେସନର ସଂସ୍ଥାର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ସେ କଳିଙ୍ଗ ଟିଭିର ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ପୂର୍ବରୁ ସେ କୋଲକତାସ୍ଥିତ କେନ୍ଦ୍ର ସରକାରଙ୍କ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ୍ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

ଓଡିଆ ଚଳଚିତ୍ର ଜଗତରେ ଯେଉଁ କେତେ ଜଣ ଜାତୀୟ ସ୍ତରରେ ସୁନାମ ଆଣିପାରିଛନ୍ତି ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ହିମାଂଶୁ ଖଟୁଆ। ୧୯୯୬ ମସିହାରେ ତାଙ୍କ ନିର୍ଦ୍ଦେଶିତ ଚଳଚିତ୍ର ‘ଶୂନ୍ୟ ସ୍ବରୂପ’ ଜାତୀୟ ପୁରସ୍କାର ପାଇ ବେଶ ଚର୍ଚ୍ଚାକୁ ଆସିଥିଲା। ଏହାପରେ ୨୦୦୫ ମସିହାରେ ତାଙ୍କ ନିର୍ଦ୍ଦେଶିତ ଅନ୍ୟତମ ଚଳଚିତ୍ର ‘କଥାନ୍ତର’ ମଧ୍ୟ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିପାରିଛି। ସେହିପରି ତାଙ୍କ ନିର୍ଦ୍ଦେଶିତ ‘କ୍ରାନ୍ତିଧାରା’ ସିନେମା ମଧ୍ୟ ବିଭିନ୍ନ ପୁରସ୍କାର ହାସଲ କରିଛି।

ନିକଟରେ ତାଙ୍କ ନିର୍ଦ୍ଦେଶିତ ‘ଦ ସି ଆଣ୍ଡ ସେଭେନ ଭିଲେଜେସ୍’ ନାମିତ ଡକ୍ୟୁ ଫିଲ୍ମ ଜାତୀୟ ଚଳଚିତ୍ର ପୁରସ୍କାର ହାସଲ କରିଛି। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ସେହିପରି ଗୋଆରେ ଆୟୋଜିତ ହେବାକୁ ଥିବା ୫୬ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ତାଙ୍କ ନିର୍ଦ୍ଦେଶିତ ଅନ୍ୟତମ ଚଳଚିତ୍ର ‘ଅଲେଖ ମହିମା’ ପ୍ରଦର୍ଶିତ ହେବା ପାଇଁ ମନୋନିତ ହୋଇଛି। ସେ BPFTIO ର ଅଧ୍ୟକ୍ଷ ହେବା ପରେ ଏହି ସଂସ୍ଥା ତାଙ୍କଠାରୁ ବେଶ କିଛି ଆଶା ରଖିଛି।

IFFI 2025 Showcases Seven Debut Masterpieces from India and World (Click Here to Read)

BPFTIO Himansu Khatua ହିଂମାଶୁ ଖଟୁଆ
Share. Facebook Twitter LinkedIn Email WhatsApp Copy Link

Related Posts

ହତ୍ୟା, ଦୁଷ୍କର୍ମ ଏବଂ ଡକାୟତି… : CJP ‘ପଦଯାତ୍ରା’ରେ ଅପରାଧିକ ପୃଷ୍ଠଭୂମି ଥିବା ୯୮୯ ଅଭିଯୁକ୍ତ

July 28, 2026

ONGC ର ପ୍ରଥମ ଡିପ୍ୱାଟର ଏକ୍ସପ୍ଲୋରେଟରୀ ଡ୍ରିଲିଂ ଶୁଭାରମ୍ଭ

July 28, 2026

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ହେବ ଫୁଲବାଣୀ ମେଡିକାଲ କଲେଜ

July 28, 2026

‘ଆତ୍ମନିର୍ଭର ପଞ୍ଚାୟତ’ ଓ ‘ସମର୍ଥ’ ପୋର୍ଟାଲର ଶୁଭାରମ୍ଭ

July 28, 2026
Latest News

ହତ୍ୟା, ଦୁଷ୍କର୍ମ ଏବଂ ଡକାୟତି… : CJP ‘ପଦଯାତ୍ରା’ରେ ଅପରାଧିକ ପୃଷ୍ଠଭୂମି ଥିବା ୯୮୯ ଅଭିଯୁକ୍ତ

July 28, 2026

ONGC ର ପ୍ରଥମ ଡିପ୍ୱାଟର ଏକ୍ସପ୍ଲୋରେଟରୀ ଡ୍ରିଲିଂ ଶୁଭାରମ୍ଭ

July 28, 2026

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ହେବ ଫୁଲବାଣୀ ମେଡିକାଲ କଲେଜ

July 28, 2026

‘ଆତ୍ମନିର୍ଭର ପଞ୍ଚାୟତ’ ଓ ‘ସମର୍ଥ’ ପୋର୍ଟାଲର ଶୁଭାରମ୍ଭ

July 28, 2026

NEET ପ୍ରତିବାଦ: ଛାତ୍ରଛାତ୍ରୀମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କଲେ ବିହାର ସରକାର

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.