Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାନ୍ଦପୁରରେ ମେଡିକାଲ କଲେଜର ପ୍ରତିଷ୍ଠା ଦାବୀରେ ନେଇ ରଣପୁର ବ୍ଲକ ପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ 
ଆଜିର ଖବର

ଚାନ୍ଦପୁରରେ ମେଡିକାଲ କଲେଜର ପ୍ରତିଷ୍ଠା ଦାବୀରେ ନେଇ ରଣପୁର ବ୍ଲକ ପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ 

December 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚାନ୍ଦପୁରରେ ମେଡିକାଲ କଲେଜର ପ୍ରତିଷ୍ଠା ଦାବୀରେ ନେଇ ରଣପୁର ବ୍ଲକ ପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ 
ଚାନ୍ଦପୁରରେ ମେଡିକାଲ କଲେଜର ପ୍ରତିଷ୍ଠା ଦାବୀରେ ନେଇ ରଣପୁର ବ୍ଲକ ପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ 

ରଣପୁର/ରାଜସୁନାଖଳା: ଓଡିଶାର ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଠାରେ ଏସିଆ ମହାଦେଶର ଦ୍ୱିତୀୟ ଓ ଭାରତର ପ୍ରଥମ ଯକ୍ଷ୍ମା ଚିକିତ୍ସାଳୟ ଭାବେ କ୍ଷ୍ୟାତି ଲାଭ କରିଥିବା ଚିକତ୍ସାଳୟ ବସନ୍ତମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଟେ , ଯାହାକୁ କି ରଣପୁରର ରାଣୀ ତଥା ତତକାଳୀନ ବିଧାୟିକା ତଥା ଓଡ଼ିଆ ପ୍ରଥମ ମହିଳା ମନ୍ତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ଆପ୍ରାଣ ପ୍ରଚେଷ୍ଟା ଓ ନିଜସ୍ୱ ଉଦ୍ୟମରେ ୧୧୭ଏକର ଜାଗାରେ ଏହା ପ୍ରତିଷ୍ଠା ହୋଇଥିଲା। ପରାଵର୍ତ୍ତୀ ସମୟରେ ବିଶ୍ୱ ମହାମାରୀ କରୋନା ସମୟରେ ସମଗ୍ର ନୟାଗଡ ଜିଲ୍ଲାରେ କୋଭିଡ ହସ୍ପିଟାଲ ପାଇଁ ସମଗ୍ର ହସ୍ପିଟାଲ ଯୋଗ୍ୟ ନହେବା ବେଳେ, ସେହିଠାରେ ହିଁ କୋଭିଡ ହସ୍ପିଟାଲ ହୋଇଥିଲା। ବର୍ତ୍ତମାନ ଓଡ଼ିଶା ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ମେଡିକାଲ କଲେଜ କରିବାକୁ ନିଷ୍ପତି ନେଇଥିବା ବେଳେ, ସେଥିରେ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିବା ସ୍ବାଗତ ଯୋଗ୍ୟ ବିଷୟ ଅଟେ।

ଉକ୍ତ ବିସ୍ତିନ୍ନ ଏରିଆ ରାଜ୍ୟ ସରକାରଙ୍କ ମେଡିକାଲ କଲେଜ ପାଇଁ ଏକମାତ୍ର ଯୋଗ୍ୟ ସ୍ଥାନ ଅଟେ। ଏହାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ କିଛି କୁଚକ୍ରୀ ଆପ୍ରାଣ ଉଦ୍ୟମ କରୁଥିବା ବେଳେ, ଏହାକୁ ବିରୋଧ କରି ଚାନ୍ଦପୁରରେ ହିଁ ମେଡିକାଲ କଲେଜ ପ୍ରତିଷ୍ଠା ଦବୀରେ, ଉତ୍କଳୀୟମ୍ ଫାଉଣ୍ଡେସନ ତରଫରୁ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଆଇନଜୀବି ରାଜୀବ ଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଓ ଉପଦେଷ୍ଟା ସ୍ବର୍ଣ୍ଣ ପ୍ରକାଶ ରାଉତରାୟଙ୍କ ସଂଯୋଜନା କ୍ରମେ ଏକ ଦାବୀପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରଣପୁର ବି.ଡ଼ି.ଓଙ୍କୁ ପ୍ରଦାନ କରାଯାଇଅଛି। କାରଣ ଗମନାଗମନ ଓ ବିଭିନ୍ନ ପାରିପାର୍ଶ୍ବକ ଦୃଷ୍ଟିକୋଣ ଓ ଭିତିଭୂମି ଓ ଅନ୍ୟାନ୍ୟ ଆଇନତଃ ପକ୍ରିୟାକୁ ଲକ୍ଷ୍ୟ କରି ନିଷ୍ପତ୍ତି ନିଆଯାଇଥାଏ ଯେଉଁଥିପାଇଁ କି ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ର ଯୋଗ୍ୟ ଅଟେ।

ଉକ୍ତ କାର୍ଯ୍ୟକ୍ରମରେ ରଣପୁର ପ୍ରେସ କ୍ଳବର ସମ୍ପାଦକ ସୁକାନ୍ତ କୁମାର ପଟ୍ଟନାୟକ, ରଣପୁର ଓକିଲ ସଂଘ ସଭାପତି ସତ୍ୟରଞ୍ଜନ ମତ୍ତା, ରାଜ୍ ଯୁବ ପ୍ରତିଷ୍ଠାନର ସଭାପତି ବଲ୍ଳଭ ପ୍ରଧାନ, ରାଜସୁନାଖଳା ଦୁର୍ଗା ବଜାର ବଣିକ ସଂଘର ପୂର୍ବତନ ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ, ସନାତନ ରଣା, ବସନ୍ତ କୁମାର ସ୍ୱାଇଁ, ଭୂଷଣ ରାଉତରାୟ, ପ୍ରମୋଦ ରଗଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ ଯଦି ଚାନ୍ଦପୁରରୁ ବିଚ୍ୟୁତ ହୋଇ ଅନ୍ୟତ୍ର ଯାଏ, ସମ୍ପୂର୍ଣ ରଣପୁର ଅଚଳ ସହ ଖୋର୍ଦ୍ଧା – ବଲାଙ୍ଗୀର ଜାତୀୟ ରାଜପଥ ଓ କଲିକତା – ଚେନ୍ନାଇ ଜାତୀୟ ରାଜପଥକୁ ବନ୍ଦକରି ବଡ଼ଧରଣର ଜନଆନ୍ଦୋଳନ କରାଯିବ ବୋଲି ଉତ୍କଳୀୟମ୍ ଫାଉଣ୍ଡେସନର ଅଧ୍ୟକ୍ଷ ରାଜୀବ ଲୋଚନ ପ୍ରଧାନ ଜଣାଇଛନ୍ତି।

ଉତ୍କଳୀୟମ୍ ଫାଉଣ୍ଡେସନ ଚାନ୍ଦପୁର ଦାବିପତ୍ର ପ୍ରଦାନ ରଣପୁର ବ୍ଲକ ପ୍ରଶାସନ
Share. Facebook Twitter LinkedIn Email WhatsApp Copy Link

Related Posts

କାନଭାସରେ ୬୪ ଯୋଗିନୀ, ଆକର୍ଷିତ କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

March 15, 2026

ସୁନା ଏବଂ ରୂପାର ମୂଲ୍ୟ ବଢିଲା ନା କମିଲା?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଆଜିର ଦର

March 15, 2026

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026
Latest News

କାନଭାସରେ ୬୪ ଯୋଗିନୀ, ଆକର୍ଷିତ କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

March 15, 2026

ସୁନା ଏବଂ ରୂପାର ମୂଲ୍ୟ ବଢିଲା ନା କମିଲା?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଆଜିର ଦର

March 15, 2026

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.