Categories
ଆଜିର ଖବର ରାଜ୍ୟ ଖବର

ମହିଳା ସାମ୍ବାଦିକଙ୍କୁ ମାଡ଼ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଭୁବନେଶ୍ୱରର ଏକ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ଚାଲିଥିବା ଏକ ଚଳଚ୍ଚିତ୍ର ସମ୍ପର୍କରେ ଖବର ସଂଗ୍ରହ ପାଇଁ ଯାଇଥିବା ଜନୈକା ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ କର୍ତ୍ତବ୍ୟରତ ସମୟରେ ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୟ ନାୟକ ମାଡ଼ ମାରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଯାହାକି ସିସିଟିଭି ଫୁଟେଜ ରେ କଏଦ୍ ହୋଇଛି। କିନ୍ତୁ ଏହି ଭଳି ପରିସ୍ଥିତିରେ ସରକାର କିମ୍ବା ପୋଲିସ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଆଜି ବ୍ରହ୍ମପୁର ସହରରେ କର୍ତ୍ତବ୍ୟରତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓ ଆୟୁକ୍ତଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଯୋଜକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ମନୋଜ ଦାସ, ଶକ୍ତିଧର ରାଜଗୁରୁ, ଅଶୋକ ବ୍ରହ୍ମା, ସୁଦୀପ ସାହୁ, ସନ୍ୟାସୀ ଗୌଡ଼, ପିଣ୍ଟୁ ବେହେରା, ଶୁଭେନ୍ଦୁ ସାହୁ, ବାବୁଲା ପାଣିଗ୍ରାହୀ, ରଶ୍ମିତା ପାଣିଗ୍ରାହୀ, ବିନି ବେହେରା, ସୁରଜିତ ପଣ୍ଡା, ଉମା ଶଙ୍କର ମିଶ୍ର, ଗୌରୀ ଶଙ୍କର ମିଶ୍ର ଓ ମୃତ୍ୟୁଞ୍ଜୟ ସାହୁଙ୍କ ସମେତ ବହୁ ସାମ୍ବାଦିକ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୩ ଦଫା ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ରଣପୁର: ଆଜି ରଣପୁର ବ୍ଲକର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀମାନେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ରଣପୁର ବ୍ଲକ ସଭାପତି ପ୍ରଫୁଲ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ପ୍ରାୟ ୫୦୦ ଶିକ୍ଷକ ଶିକ୍ଷୟତ୍ରୀ ରଣପୁର ବି.ସି. ହାଇସ୍କୁଲ ଠାରୁ ଅପରାହ୍ନ ୧୨.୩୦ ରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଥିଲେ। ଏଥିରେ ପର୍ଯ୍ୟବେକ୍ଷକ ଭାବରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ରାଜ୍ୟ ସଂଯୋଜକ ଜ୍ୟୋତି ରଞ୍ଜନ ଦାଶ, ଓଡଗାଁ ବ୍ଲକର ଶ୍ରୀଧର ପରିଡା ଏବଂ ରବୀନ୍ଦ୍ର କୁମାର ବେହେରା ଯୋଗ ଦାନ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଶାନ୍ତିପୂର୍ଣ୍ଣ ଭାବରେ ଶୋଭାଯାତ୍ରରେ ଯାଇ ରଣପୁର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ସମ୍ପାଦକ ଜଗନ୍ନାଥ ଦାଶ, ମଧ୍ୟ ଇଁରାଜୀ ଶିକ୍ଷକ ସଙ୍ଘର ସଭାପତି ଅଶୋକ କୁମାର ଦାଶ, ସମ୍ପାଦକ ନୀଳକଣ୍ଠ ରଥ, ନୂତନ ପେନସନ ଶିକ୍ଷକ ସଙ୍ଘ ସଭାପତି ଅନିଲ କୁମାର ପାଇକରାୟ, ସମ୍ପାଦକ ଜ୍ୟୋତି ରଞ୍ଜନ କର, ଏକ୍ସ-କ୍ୟାଡର ଶିକ୍ଷକ ସଙ୍ଘର ସଭାପତି ବସନ୍ତ ବେହେରା, ସମ୍ପାଦକ କୁଳମଣି ପଟ୍ଟନାୟକ, ନୟାଗଡ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପବିତ୍ର ପ୍ରଧାନ, ଏଡେଡ଼ ଏମ.ଇ. ସଙ୍ଘ ସଭାପତି ସ୍ମୃତି ରଞ୍ଜନ ଦାଶ, ସମ୍ପାଦକ ବ୍ରଜ କିଶୋର ପ୍ରଧାନ, କଳା ଓ କ୍ରୀଡା ଶିକ୍ଷକ ସଙ୍ଘର ସଭାପତି ସନ୍ତୋଷ କୁମାର ମହାପାତ୍ର, ମିଡ଼ିଆ କୋର୍ଡିନେଟର ସୁଶୀଲ କୁମାର ରଣା ପ୍ରମୁଖଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା। ଆସନ୍ତା ୧୧ ତାରିଖରେ ଜିଲ୍ଲା ସ୍ତରୀୟ ଶୋଭାଯାତ୍ରା ଅନୁଷ୍ଠିତ ହେବ।

ସୂଚନା ଥାଉ କି ତତ୍କାଳୀନ ମାନନୀୟ ମୁଖ୍ୟ ଶାସନ ସଚିବଙ୍କ ପତ୍ର ସଂଖ୍ୟା ୧୦୯ ସି ଏସ ତା ୩୦/୧୧/୨୦୨୨ ରିଖ ଅନୁଯାୟୀ ଶିକ୍ଷକ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ଦାବି ଗୁଡ଼ିକ ପୂରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜକୁ ଆଠ ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକ ମାନଙ୍କର ନିମ୍ନ ଲିଖିତ ଦାବି ଏଯାବତ୍ ପୂରଣ କରାଯାଇ ନାହିଁ। ଏଣୁ ଦାବି ସମୂହକୁ ବିଚାରକୁ ନେଇ ଯଥାଶୀଘ୍ର ପୂରଣ କରା ନ ଗଲେ ଆସନ୍ତା ଅଗଷ୍ଟ ମାସ ୧୬ ତାରିଖରୁ ଓଡ଼ିଶାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନେ ସମୂହ ଛୁଟିରେ ରହି କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହେବାକୁ ବାଧ୍ୟ ହେବେ ବୋଲି ସଙ୍ଘ ତରଫରୁ ସୂଚନା ମିଳିଛି ।

ସେହି ଦାବିଗୁଡିକ ହେଲା ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରୀମେଣ୍ଟ୍ ପ୍ରଦାନ କରି ମୂଳ ଚାକିରୀ ରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ। ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ( ମୂଳ ବେତନ ଲେଭେଲ୍ ୯ ଗ୍ରେଡ ପେ ୪୨୦୦ ଅନୁଯାୟୀ ) ପ୍ରଦାନ କରାଯାଉ ଏବଂ ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ।

ଏହି ଶୋଭାଯାତ୍ରରେ ସମସ୍ତ ବର୍ଗର ଶିକ୍ଷକ ସଙ୍ଘ ଏକତ୍ରିତ ହୋଇ ସହଯୋଗ କରିଥିଲେ। ଆଗାମୀ ଦିନରେ ମଧ୍ୟ ସମସ୍ତ ଶିକ୍ଷକ ସଙ୍ଘ ଏକତ୍ରିତ ହୋଇ ଦାବି ହାସଲ ପାଇଁ ସଂଗ୍ରାମ ଜାରି ରଖିବେ ବୋଲି ଜଣା ପଡିଛି।

Categories
ଆଞ୍ଚଳିକ

ଗ୍ରାମବାସୀମାନଙ୍କ ପକ୍ଷରୁ କୁକୁଡ଼ାଖଣ୍ଡି ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବିଡ଼ିଓ ଡଃ ପଲ୍ଲବୀ ସ୍ବାଇଁଙ୍କୁ କୁକୁଡ଼ାଖଣ୍ଡି ଅବସରପ୍ରାପ୍ତ କର୍ମଚାରୀ ଓ ବରିଷ୍ଠ ନାଗରିକ ମାନଙ୍କ ପକ୍ଷରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଦାବିପତ୍ର ପ୍ରଦାନ କରାଯାଇଛି।

ଏହି ଦାବିପତ୍ରରେ ବିଭିନ୍ନ ଦାବି ଯଥା ସଙ୍ଘ ଗୃହ ନିର୍ମାଣ, ସହରର ବିଭିନ୍ନ ସାହିକୁ ଗମନାଗମନର ସୁବିଧା, ପାନୀୟ ଜଳ ଯୋଗାଣ, ରାସ୍ତା ଆଲୋକର ଉନ୍ନତି କରଣ ସହ ପରିବେଶ ଜନିତ ସମସ୍ୟା ବିଷୟରେ ଉଲ୍ଲେଖ ରହିଛି।

ବିଡିଓ ଦାବିପତ୍ର ଗ୍ରହଣ କରି ଅତି ଶୀଘ୍ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଏହି ଦାବିପତ୍ର ପ୍ରଦାନ ବେଳେ ସଭାପତି ନିତ୍ୟାନନ୍ଦ ଦଳେଇ,ଏ ସନ୍ୟାସୀ,ଏ ଚିନ୍ତାମଣି, ଅର୍ଜୁନ ରାଉତ, ସୁର୍ଯ୍ୟ ନାରାୟଣ ପଟ୍ଟନାୟକ, ମାଧବ ରାଓ ଓ ପ୍ରକାଶ ଦୋରାଙ୍କ ସମେତ ବହୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବି ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବିଡ଼ିଓଙ୍କୁ ଶିକ୍ଷକ ସଙ୍ଘର ଦାବିପତ୍ର ପ୍ରଦାନ

ରଣପୁର: ଗତକାଲି ରଣପୁର ବିଡ଼ିଓ ଏକ ଚିଠି ବାହାର କରିଥିଲେ, ଯେଉଁଥିରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଏସ.ଇ.ବି.ସି. ସର୍ଭେ କାର୍ଯ୍ୟ କରିବା ପାଇଁ ନିଯୁକ୍ତି କରାଯାଇଥିବା ସୂଚନା ରହିଥିଲା। ଏହି ଚିଠି ଶିକ୍ଷକମାନଙ୍କ ନିକଟରେ ପହଂଚିବା ପରେ ଶିକ୍ଷକ ମହଲରେ ଘୋର ଅସନ୍ତୋଷ ଦେଖା ଦେଇଥିଲା। ଏହାକୁ ଶିକ୍ଷକଶିକ୍ଷୟତ୍ରୀମାନେ ମଧ୍ୟ ବିରୋଧ କରିଥିଲେ।  କାରଣ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି କାର୍ଯ୍ୟ ଶିକ୍ଷକମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ନୁହେଁ ବୋଲି ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ଜ୍ୟୋତି ରଞ୍ଜନ ଦାଶ କହିଛନ୍ତି।  ଏହାକୁ ବିରୋଧ କରି ଏକ ଦାବିପତ୍ର ମଧ୍ୟ ରଣପୁର ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି। ଏହି ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକ ସଙ୍ଘ, ଏନ.ପି.ଏସ ପ୍ରାଥମିକ ଶିକ୍ଷକ ସଙ୍ଘ, ମଧ୍ୟ ଇଁରାଜୀ ଶିକ୍ଷକ ସଙ୍ଘ, ଗଣ ଶିକ୍ଷକ ସଙ୍ଘର ସମସ୍ତ କର୍ମକର୍ତ୍ତା ଓ ଶିକ୍ଷକଶିକ୍ଷୟତ୍ରୀମାନେ ସହଯୋଗ କରଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ହିନ୍ଦୁ ସମାଜ ପକ୍ଷରୁ ମହାମହିମ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

କନ୍ଦର୍ପ ବେହେରା

ରେଢ଼ାଖୋଲ: ଗତ ୧୨ତାରିଖ ବୁଧବାର ଦିନ ସମ୍ବଲପୁର ନଗରରେ ହନୁମାନ ଭକ୍ତଙ୍କ ମୋଟର ସାଇକେଲ ଶୋଭାଯାତ୍ରା ଉପରକୁ ଯେଉଁଭଳି ଅମାନୁଷିକ ହିଂସାତ୍ମକ ଆକ୍ରମଣ ଏବଂ ୧୪, ତାରିଖ ରାତ୍ରୀ ସମ୍ବଲପୂର ବନବାସୀ ଯୁବକକୁ ହତ୍ୟା ଘଟଣା ଅତ୍ୟନ୍ତ ନିନ୍ଦନୀୟ ତେଣୁ ଏହାକୁ ନେଇ ରେଢ଼ାଖୋଲ ହିନ୍ଦୁ ସମାଜ ପକ୍ଷରୁ ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି।

ଶୋଭାଯାତ୍ରା ସମୟରେ ଭକ୍ତମାନଙ୍କ ଉପରେ ହୋଇଥିବା ସୁନିୟୋଜିତ ଆକ୍ରମଣ ପ୍ରଶାସନିକ ଅବ୍ୟବସ୍ଥା , ସୂଚନା ତନ୍ତ୍ରର ଅପାରଗତ ଓ ନିଷ୍ଫଳତା ଦର୍ଶାଉଛି। ଉକ୍ତ ସମୟରେ ଅତିକମ ସଂଖ୍ୟାକ କାର୍ଯ୍ୟରତ ପୋଲିସ ସ୍ଥାଣୁ ପାଲଟି ଥିଲେ ଓ ବର୍ବର ଆକ୍ରମଣର ଶିକାର ହୋଇ ରକ୍ତାକ୍ତ ହୋଇଛନ୍ତି। ପୂର୍ବରୁ ଅବଗତ ଥାଇ ମଧ୍ୟ ପୋଲିସର ନଗଣ୍ୟ ଉପସ୍ଥିତି ପ୍ରଶାସନର କାର୍ଯ୍ୟକଳାପ ପ୍ରତି ସଂଦେହ ସୃଷ୍ଟି କରେ। ଏସବୁ ଘଟଣା ନାଗରିକର ଧାର୍ମିକ ଆସ୍ଥା, ବିଶ୍ଵାସ ଓ ଧାର୍ମିକ ସ୍ବତନ୍ତ୍ରତା ପ୍ରତି କୁଠାରଘାତ ଅଟେ। ସାମ୍ବିଧାନିକ ମର୍ଯ୍ୟାଦାର ପରିପନ୍ଥୀ ଅଟେ। ଏଣୁ ଏହି ଘଟଣା କେବଳ ଆଇନ ଶୃଙ୍ଖଳା ବିଷୟ ନୁହେଁ।

ଏହା ଦେଶଦ୍ରୋହୀ କାର୍ଯ୍ୟକଳାପ ପରିଧିରେ ଆସୁଅଛି ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଥିବା ବେଳେ ଯଥାଶୀଘ୍ର ଦୋଷୀ ମାନଙ୍କ ବିରୁଦ୍ଧରେ ନ୍ୟାୟୋଚିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତଙ୍କୁ ଗିରଫ କରିବାକୁ ଦାବୀ ପ୍ରକାଶ କରିଛନ୍ତି ରେଢ଼ାଖୋଲ ହିନ୍ଦୁ ସମାଜ।

Categories
ଆଜିର ଖବର ରାଜ୍ୟ ଖବର

କାର୍ଯ୍ୟ ବନ୍ଦ ଚେତାବନୀ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ମିଳିତ ଅମଲା ସଂଘ

ଖୋର୍ଦ୍ଧା: ଶୁକ୍ରବାର ଦିନ ଜିଲ୍ଲା ସ୍ତରୀୟ ଅମଲାମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା କରିଛନ୍ତି। ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବି ମୁତାବକ ଅମଲାମାନଙ୍କର ଶିକ୍ଷା ଗତ ଯୋଗ୍ୟତା ଆଧାରରେ ଦରମା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ଅମଲାମାନଙ୍କର ଲେବୁଲ-୪ ରୁ ଲେବୁଲ-୯ କୁ ଉନ୍ନୀତ କରିବା ପାଇଁ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ଅମଲାମାନେ ଦୀର୍ଘଦିନ ହେବ ସରକାରଙ୍କ ନିକଟରେ ନିଜ ନିଜର ଦାବି ଉପସ୍ଥାପନ କରିଥିଲେ ମଧ୍ୟ ସରକାରଙ୍କର ନୀରବତା ସମସ୍ତ ଜିଲ୍ଲା ସ୍ତରୀୟ ଅମଲାଙ୍କ ମନରେ ନୈରାଶ୍ୟ ଭାବ ସୃଷ୍ଟି କରିଛି।

ରାଜ୍ୟ ପ୍ରଶାସନର ମୌଳିକ ସେବା ପ୍ରଦାନରେ ଜିଲ୍ଲାସ୍ତରୀୟ ଅମଲାମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ହୋଇଥିଲେ ମଧ୍ୟ ସରକାରଙ୍କର ବୈମାତୃକ ମନୋଭାବ ଶାନ୍ତିପ୍ରିୟ ଅମଲା ମାନଙ୍କୁ ରାଜରାସ୍ତାକୁ ଓଲାଇବାକୁ ବାଧ୍ୟ କରିଛି ବୋଲି ମିଳିତ ଅମଲା ମଞ୍ଚର ରାଜ୍ୟ ଅଧ୍ୟକ୍ଷ ନାରାୟଣ ଦାଶ କ୍ଷୋଭ ପ୍ରକାଶ କରି କହିଛନ୍ତି।

ଓଡିଶା ଅମଲା ସଂଘ, ଓଡିଶା ରାଜସ୍ଵ ଅମଲା ସଂଘ, ନିଷ୍ଫଳ ଓଡିଶା ଟ୍ରେଜରି ଅମଲା ସଂଘ, ଓଡିଶା ଉପନିବନ୍ଧକ ଅମଲା ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି ଶୋଭା ଯାତ୍ରାରେ ଅଂଶ ଗ୍ରହଣ କରିଥିଲେ।

ଖୋର୍ଦ୍ଧା ମିଳିତ ଅମଲା ମଞ୍ଚର ଅଧକ୍ଷ ଅଶୋକ କୁମାର ପଣ୍ଡା, ଆବାହକ ସନ୍ତୋଷ କୁମାର ନିଶଙ୍କ ଉପସ୍ଥିତ ରହି ସମବେତ ଅମଲା ମାନଙ୍କୁ ସମ୍ବୋଧିତ କରିଥିଲେ।

ଏହି ଅବସରରେ ଖୋର୍ଦ୍ଧା ଜିଲାର ସମସ୍ତବରିଷ୍ଠ କର୍ମଚାରୀ ନେତା ସେମାନକର ସାରଗର୍ଭକ ଭାଷଣ ମାଧ୍ୟମରେ ସରକାର ଯଦି କନିଷ୍ଠ ସହାୟକ ମାନଙ୍କର ଦରମା ଲେବୁଲ-୯ କୁ ଉନ୍ନୀତ କରିବା ପାଇଁ ଶୀଘ୍ର ପଦକ୍ଷେପ ନ ନିଅନ୍ତି ତେବେ ଶାନ୍ତିପ୍ରିୟ ଅମଲା ରାଜରାସ୍ତାକୁ ଓଲ୍ଲାଇବାକୁ ବାଧ୍ୟ ହେବ। ଏବଂ ଏଥିରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଥିଲେ।

ଆଗାମୀ ଦିନରେ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ସମୂହ ଛୁଟିରେ ଯାଇ ସରକାରଙ୍କର ଶାସନ କଳକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରିଦେବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସିଟି ବସ୍ ଚଳାଚଳ ପାଇଁ ରେଢ଼ାଖୋଲ ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଜେପି ପକ୍ଷରୁ ମଙ୍ଗଳବାର ଦିନ ସିଟି ବସ୍ ଚଳାଇବା ସଂପର୍କରେ ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରାଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ବିଜେପିର ବରିଷ୍ଟ ନେତା ଗୋବିନ୍ଦ ଅଗ୍ରୱାଲଙ୍କ ନେତୃତ୍ଵ ରେଢ଼ାଖୋଲ ଏନଏସି ଅଧ୍ୟକ୍ଷ ଶିବରାମ ସାହୁ ଉପସ୍ଥିତିରେ ଦାବୀ ପତ୍ର ପ୍ରଦାନ କରିଛନ୍ତି। ପରିବହନର ସୁବିଧା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସହର ଗୁଡିକରେ ସିଟି ବସ୍ ଚଳାଚଳ ହେବା ଯୋଗୁଁ ଲୋକେ ବହୁତ ଉପକୃତ ହେବେ।

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଜେପି ପକ୍ଷରୁ ମଙ୍ଗଳବାର ଦିନ ସମ୍ବଲପୁର ଠାରୁ ରେଢ଼ାଖୋଲ, ବୈ।ଦ୍ଧ, ଏବଂ ବାଟଗାଁ କୁ  ସିଟି  ବସ୍ ଚଳାଚଳ ପାଇଁ  ସ୍ଥାନୀୟ  ରେଢ଼ାଖୋଲ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପବିତ୍ର ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଦାବିପତ୍ରରେ ଉଲ୍ଲେଖ ଅଛି ଯେ, ସମ୍ବଲପୁର ଠାରୁ ବାଟଗାଁ, ଭାୟା ମାନେଶ୍ୱର,ମେଘ୍ ପାଲ,କିସିଣ୍ଡା ,ସମ୍ବଲପୁର ଠାରୁ  ବୈ।ଦ୍ଧ ଭାୟା ଯୁଯୁମୁରା, ରେଢ଼ାଖୋଲ,  କଦଳୀଗଡ,ଏବଂ ସମ୍ବଲପୁର ଠାରୁ ନାକଟିଦେଉଳ,  ରିଆମାଳ, ଭାୟା ଜୁଯୋମୁରା, ରେଢ଼ାଖୋଲ, ଡ଼ଇଁଚା ଓ ସମ୍ବଲପୁର ଠାରୁ ନାକଟିଦେଉଳ, ଭାୟା ଧମା, କେସାପାଲି, ଜୁଯୋମୁରା, ରେଢ଼ାଖୋଲ ଆଦି ସ୍ଥାନ ଦେଇ ସିଟି ବସ୍ ଚଳାଚଳ ପାଇଁ ଦାବିପତ୍ର ରେ ଉଲ୍ଲେଖ ରହିଛି । ଦାବୀପତ୍ର ପ୍ରଦାନ ସମୟରେ ଜିଲ୍ଲା ପରିଷଦ ସଭ୍ୟ ଶରତ କୁମାର ପ୍ରଧାନ, କାଉନସିଲର ରଶ୍ମୀ ରଞ୍ଜନ ଭଞ୍ଜ, ପ୍ରମୋଦ ନାଗ ସମେତ ଅନିଲ ପୃଷ୍ଟି, ଅବନୀ ମେହେର, ରୋହନ ରାଉତ, ଶ୍ୟାମ ସୁନ୍ଦର ଭିତିରିଆ ପ୍ରମୁଖ ସହିତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗୋଦାବରୀଶ ମହାବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ଓ ଦୁର୍ନୀତିକୁ ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସୀତାରାମ ଅଗ୍ରୱାଲ

ବାଣପୁର: ବିଗତ ଦିନରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟରେ ଉନ୍ନୟନ ନିମନ୍ତେ ଆସୁଥିବା ସରକାରୀ ଅନୁଦାନର ଦୁରୁପଯୋଗ ଓ ଅନ୍ୟାନ୍ୟ ଦୁର୍ନୀତିକୁ ପରି ଗୁରୁତର ଅଭିଯୋଗ ଗୁଡିକର ଖବର ଏକାଧିକ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା।  ଏହାକୁ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଗୁରୁତର ସହ ନେଇଛନ୍ତି। ଉକ୍ତ ଖବର ସେମାନଙ୍କୁ ବ୍ୟଥିତ କରିଥିବାର ଜଣାପଡ଼ିଛି।

ଗୋଦାବରୀଶ ମହାବିଦ୍ୟାଳୟ ସମଗ୍ର ରାଜ୍ୟରେ ଏକ ସୁନାମଧନ୍ୟ ମହାବିଦ୍ୟାଳୟ ହୋଇଥିବାବେଳେ ଉକ୍ତ ମହାବିଦ୍ୟାଳୟରେ ହୋଇଥିବା ବିଭିନ୍ନ ଅନିୟମିତତାର ଅଭିଯୋଗ ଉପରେ ପୁରାତନ ଛାତ୍ରଛାତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ଆଜି ପୁରାତନ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ଦଳ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଖୋର୍ଦ୍ଧା ଉପଜିଲ୍ଲାପାଳ ଆଇଏଏସ ଗୌରବ ଶିବାଜୀ ଈଶାଲୱରଙ୍କୁ ଭେଟିଛନ୍ତି। ଏବଂ ଉକ୍ତ ଅଭିଯୋଗଗୁଡିକର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସେମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ତେବେ ଉପଜିଲ୍ଲାପାଳ ଏହାକୁ ଗୁରୁତରସହ ନେଇଛନ୍ତି ଏବଂ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାପାଇଁ ପ୍ରତିଶୃତି ଦେଇଥିବାର ପୁରାତନ ଛାତ୍ରମାନେ କହିଛନ୍ତି। ଅନୁରୂପ ଭାବେ ଉକ୍ତ ପ୍ରତିନିଧି ଦଳ ଆଜି ଖୋର୍ଦ୍ଧା ଜିଲ୍ଲାପାଳ, ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକ ଏବଂ ମୁଖ୍ୟ ସଚିବଙ୍କୁ ମଧ୍ୟ ଉକ୍ତ ଦାବିପତ୍ରର ନକଲ ପ୍ରଦାନ କରିଥିବାର ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାବାଳିକା ଦୁଷ୍କର୍ମକୁ ନେଇ ମାନବାଧିକାର କର୍ମୀଙ୍କ ଦାବିପତ୍ର ପ୍ରଦାନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଦିନକୁ ଦିନ ନାବାଳିକା ଦୁଷ୍ମର୍ମ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଏଭଳି ଘଟଣାମାନ ପୋଲିସ୍ ପାଇଁ ଚାଲେଞ୍ଜ ସଦସ୍ୟ ହୋଇଛି। ତେଣୁ ଆଜି ମାନବାଧିକାର ସୁରକ୍ଷା ମଂଚର ସଦସ୍ୟମାନେ ବ୍ରହ୍ମପୁର ଏସ୍‌ପିଙ୍କୁ ସାକ୍ଷାତ କରି ନାବାଳିକା ଦୁଷ୍କର୍ମ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ। ଯେଉଁଭଳି ଭାବେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହେଉଛି ତାହାର ତୁରନ୍ତ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି କରିଛନ୍ତି।

ଏହାସହ ଦମକଳ, ଆମ୍ବୁଲାନସ୍ ଆଦି ଜରୁରିକାଳୀନ ଗାଡ଼ିଗୁଡ଼ିକ ବିନା ଟ୍ରାଫିକ୍‌ରେ ଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା, ସହରରେ ଖୋଲାଖୋଲି ମଦ ବିକ୍ରି ତଥା ମଦ୍ୟପାନ ହେଉଛି, ଏହାକୁ ରୋକ ଲଗାଇବା ଆଦି ଦାବି କରିଛନ୍ତି। ଏଥିରେ ସଭାପତି ରାମକୃଷ୍ଣ ପଟ୍ଟନାୟକ, ବରିଷ୍ଠ ସଦସ୍ୟ ଈଶ୍ୱରୀ ରାଉତ, ଦେବେନ୍ଦ୍ର କୁମାର ସାହୁ, ବି. ରାଜୁ ପ୍ରମୁଖ ସାମିଲ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ପୁଣି ଦାବିପତ୍ର ପ୍ରଦାନ

ବ୍ରହ୍ମପୁର: ଦିନକୁ ଦିନ ରାଜ୍ୟରେ ସାମ୍ବାଦିକଙ୍କ ପ୍ରତି ପ୍ରତିହିଂସାପରାୟଣ, ଆକ୍ରମଣକାରୀ ମନୋଭାବ ବୃଦ୍ଧି ପାଇବାରେ ଲାଗିଛି। କିଛିଦିନ ତଳେ ଜନୈକ ଇଲୋକ୍ଟ୍ରାନିକସ୍ ମିଡ଼ିଆ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ମନରୁ ନଯାଉଣୁ ପୁଣି ୨୫ ତାରିଖରେ ଅର୍ଗସ ନୁଉଜ୍‌ର ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି। ୨୫ ତାରିଖ ଦିନ ଅର୍ଗସ ନିଉଜର ବାଲେଶ୍ୱର ସୋର ପ୍ରତିନିଧି ସଂଜୟ କୁମାର ମହାଳିକ ଖବର ପରିବେଷଣ ପାଇଁ ବିଶେଶ୍ୱର ମନ୍ଦିର ନିକଟକୁ ଯାଇଥିଲେ।

ଖବର ସଂଗ୍ରହ କରିବା ପାଇଁ ଭିଜୁଆଲ୍ ସଂଗ୍ରହ ବେଳେ ସେଠାରେ ମଦ ନିଶାରେ ଭୋଜିଭାତ କରୁଥିବା ବିଡ଼ିଓ ରଘୁନାଥ ପାଣିଗ୍ରାହୀ ଏବଂ ବିଡ଼ିଓଙ୍କ କର୍ମଚାରୀମାନେ ସାମ୍ବାଦିକଙ୍କୁ ଆକ୍ରମଣ କରି ମାଡ଼ ମାରିଥିଲେ। ସରକାରୀ ଗାଡ଼ି ଧରି ଅଫିସ୍ କାମ ଛାଡ଼ି ମଦ୍ୟପାନ କରି ଭୋଜି ଭାତରେ ମସଗୁଲ ରହିଥିଲେ ଅଧିକାରୀମାନେ। ଦୁର୍ବବ୍ୟହାର ପରେ ସାମ୍ବାଦିକଙ୍କ ତରଫରୁ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ।

ଫଳରେ ବାଲେଶ୍ୱରର ସମସ୍ତ ସାମ୍ବାଦିକ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଘଟଣାର ଦୃଢ଼ ପ୍ରତିବାଦ କରି ବ୍ରହ୍ମପୁର ପ୍ରେସ୍ କ୍ଲବ୍ ଏବଂ ଗଂଜାମ ଜିଲ୍ଲା ପ୍ରେସ୍ କ୍ଲବ୍ ତରଫରୁ ଦୋଷୀଙ୍କୁ ଗିରଫ ଏବଂ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ ପାଇଁ ପୁଣିଥରେ ଅର୍‌ଡ଼ିସିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସାମ୍ବାଦିକମାନେ ପ୍ରତିଟି କ୍ଷେତ୍ରରେ ଆକ୍ରୋଶର ଶିକାର ହେଉଛନ୍ତି।

ଓଡ଼ିଶାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ନୁଆଁ ନୁହେଁ, ବାରମ୍ବାର ବିଭିନ୍ନ ବର୍ଗର ଲୋକଙ୍କ ଆକ୍ରମଣର ଶିକାର ହେଉଛନ୍ତି ଗଣମାଧ୍ୟମ ପ୍ରତିନଧି। ତେବେ ସାମ୍ବାଦିକଙ୍କୁ ସୁରକ୍ଷା ଦେବାରେ ସରକାର ନୀରବ। ତେବେ ମୁଖ୍ୟମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ବ୍ରହ୍ମପୁର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ଦାବି କରିଥିଲେ।

ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ପ୍ରେସ୍ କ୍ଲବ୍‌ର ସଭାପତି ଶିଶିର ପାଣିଗ୍ରାହୀ, ଗଂଜାମ ଜିଲ୍ଲା ପ୍ରେସ୍ କ୍ଳବ୍‌ର ସଂପାଦକ ହେମାଙ୍ଗ ପ୍ରସାଦ ରାଉଳ, ଅଶୋକ ବ୍ରହ୍ମା, ପ୍ରକାଶ ପଟ୍ଟନାୟକ, ଅସିତ ପଣ୍ଡା, ରାଜୁ ସାହୁ, ଚିରଞ୍ଜିତ ରାଜଗୁରୁ, ବିଶ୍ୱନାଥ ମାରଣା, ସୁଦୀପ ସାହୁ, ପୀତାମ୍ବର ନାହାକ, ସମୀର ଆଚାର୍ଯ୍ୟ, ଜଗନ୍ନାଥ ସାହୁ, ନାଗର୍ଜୁନ ରାଓ, ବିଶାରଦ, ମୃତ୍ୟୁଞ୍ଜୟ, ସତ୍ୟଚେତନ ପରିଡ଼ା, ଅମର ଦାଶ, କପିଲ ପାଢ଼ୀ, ଦିନେଶ ପଟ୍ଟନାୟକ ପ୍ରମୁଖ ମିଳିତ ଭାବେ ବ୍ରହ୍ମପୁର ଦକ୍ଷିଣାଞ୍ଚଣ ରାଜସ୍ୱ କମିଶନରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Categories
ଆଞ୍ଚଳିକ

ବିଭିନ୍ନ ସମସ୍ୟା ନେଇ ଉତ୍ତରମୁଖୀ ବସ୍ତି ବାସିନ୍ଦାଙ୍କୁ ଦାବିପତ୍ର ପ୍ରଦାନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୧ ନଂ ୱାର୍ଡ଼ ଉତ୍ତରମୁଖୀ ବସ୍ତିବାସିନ୍ଦାଙ୍କ ସମସ୍ୟା ତଥା ଯେଉଁଠାରେ ବସ୍ତି ଅଛି ତାହାର ପଟା ପ୍ରଦାନ ପାଇଁ ମହାନଗର ନିଗମ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଏହି ବସ୍ତିରେ ପ୍ରାୟ ୧୭୨ ଘର ୧୨ ବର୍ଷ ହେଲା ଉକ୍ତ ସ୍ଥାନର ପଟା ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ କରି ଆନ୍ଦୋଳନ କରୁଛନ୍ତି। କିନ୍ତୁ ନିଗମର କିଛି ଅଧିକାରୀ ଆସି ସେମାନଙ୍କୁ ଧମକ ଚମକ ଦେଇ ସେମାନଙ୍କୁ ସରକାରୀ ସୁବିଧାରୁ ବଂଚିତ କରାଇବୁ କହୁଥିବା ସେମାନେ ଅଭିଯୋଗ କରିଛନ୍ତି। ସେଥିପାଇଁ ଏହି ୧୭୨ ଘରକୁ ପକ୍କାଘର କରିବା ସହ ପଟା ପ୍ରଦାନ, ପିଇବା ପାଣି ସୁବିଧା କରାଇବା, ସରକାରୀ ଯୋଜନା ଠିକ୍ ରୂପେ କାର୍ଯ୍ୟକାରୀ କରାଇବା ନେଇ ଦାବି ରଖିଛନ୍ତି।

ଏହି ଦାବିପତ୍ର ପ୍ରଦାନ ସମୟରେ ଉତ୍ତରମୁଖୀ ସେବା ଶାନ୍ତି ଉନ୍ନୟନ କମିଟିର ମୁଖ୍ୟ ଏସ୍‌. କୁରୀ ରେଡ୍ଡୀ, ରମା ସାମଲ, ରିତା ମହାରଣା, ଗନ୍ତୟତ ଡ଼ାକୁଆ, ଜୟନ୍ତୀ ତଳେଇ, ଉର୍ମିଳା ସାହୁ ପ୍ରମୁଖ ବହୁ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ସ୍ମାରକପତ୍ର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଆଜି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କରୋନା କାଳରେ କୋଟି କୋଟି ଲୋକ ବେରୋଜଗାର ହୋଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୁଲ ନୀତି ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ଲୋକଙ୍କର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି।

ଶ୍ରମ ଆଇନର ସଂଶୋଧନ କରି ସରକାର ମାଲିକଙ୍କ ବୋଲକରା ସାଜିଛନ୍ତି। କରୋନା ସଂକ୍ରମଣ ସମୟରେ ଶ୍ରମିକ ମାନେ ନିଜ ମାତୃଭୂମିକୁ ଫେରିଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କୁ କାମ ଯୋଗାଇବାରେ ବିଫଳ ହୋଇଛନ୍ତି। ରାଜ୍ୟ ସରକାର ବିଦ୍ୟୁତ ଶୁଳ୍କ ଛାଡ଼ କରିବା ପରିବର୍ତ୍ତେ ବୃଦ୍ଧି କରିବା ବିଦ୍ୟୁତ କଂପାନୀର ଏଜେଣ୍ଟ ପରି କାମ କରୁଥିବା ଅଭିଯୋଗ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ବଡ଼ ବଡ଼ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଂଜି ପ୍ରତ୍ୟାହାର କରି ସେହି ସବୁ ଉଦ୍ୟୋଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଠିକା କର୍ମଚାରୀଙ୍କୁ ତ ସ୍ଥାୟୀ ନିଯୁକ୍ତି ଦେଉନାହାନ୍ତି ବରଂ ସରକାର ଶ୍ରମିକ ଆଇନ ସଂଶୋଧନ କରି ଶ୍ରମିକ ଓ ଖଟିଖିଆ ଶ୍ରେଣୀଙ୍କର ମୌଳିକ ଅଧିକାରକୁ ହରଣ କରିବାକୁ ଯାଉଥିବା ମଜଦୂର କଂଗ୍ରେସ ଅଭିଯୋଗ କରିଛି। ତେଣୁ ରାଷ୍ଟ୍ରପତି ମହୋଦୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ସେମାନେ ଜନ ବିରୋଧୀ ନୀତିରୁ ଯେପରି କ୍ଷାନ୍ତ ରହିବେ।

ଏହି ଦାବିପତ୍ର ପ୍ରଦାନ ସମୟରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସଭାପତି ପୀତବାସ ପଣ୍ଡା, କାହ୍ନୁ ନାୟକ, ଭୋକାଲି ସେଠୀ, ବାବୁଲା ବେଗ୍‌, ଉଦୀୟନାଥ ପାଣିଗ୍ରାହୀ, ପଫୁଲ ପଟ୍ଟନାୟକ, ପଦ୍ମଚରଣ ସାହୁ, ସୁବ୍ରତ ପାଳ, ପ୍ରଶାନ୍ତ ସାହୁ, ଅନିରୁଦ୍ଧ ପାତ୍ର, ଆରତି ପଟ୍ଟନାୟକ, ସାରା ମିଶ୍ର, ସିଲ୍ପି ପ୍ରଦାନ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ

କିଶୋର ପଟ୍ଟନାୟକ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଶିକ୍ଷକ ମାନଙ୍କ ପଦୋନ୍ନତି ତାଲିକା ତ୍ରୁଟିପୂର୍ଣ୍ଣ ଥିବା ଦର୍ଶାଇ ଆଜି ନବରଙ୍ଗପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ନୂତନ ଓ ସଂଶୋଧନ ପଦୋନ୍ନତି ତାଲିକା ପ୍ରସ୍ତୁତ କରିବାକୁ ଦାବି କରି ଆଜି ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶିକ୍ଷା ବିଭାଗ ପ୍ରାଥମିକ ଶିକ୍ଷକ ମାନଙ୍କୁ ସ୍ତର ‘ପଞ୍ଚମ ଏ’ ରୁ ‘ପଞ୍ଚମ ବି’ ଏବଂ ସ୍ତର ଚତୁର୍ଥ ରୁ ତୃତୀୟ କର୍ମଚାରୀ ପାଇଁ ପଦୋନ୍ନତି କରିବାକୁ ନିର୍ଦ୍ଦେଶ ଆସିଛି। ଏଥି ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାର ଶିକ୍ଷା ବିଭାଗକୁ ବିଜ୍ଞପ୍ତି ଜାରି କରିଛନ୍ତି। ଜିଲ୍ଲା ଶିକ୍ଷା ବିଭାଗ ସମସ୍ତ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ତଥ୍ୟକୁ ଆଧାର କରି ପଦୋନ୍ନତି ଦିଆଯିବା ବ୍ୟବସ୍ଥା କରିଛି। କିନ୍ତୁ, ନବରଙ୍ଗପୁର ଜିଲ୍ଲାରେ ବରିଷ୍ଠ ଶିକ୍ଷକଙ୍କ ପଦୋନ୍ନତି ନଥିପତ୍ର ପ୍ରସ୍ତୁତି କରିବାରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି। ଯେଉଁଠି ନବରଙ୍ଗପୁର ଶିକ୍ଷା ବିଭାଗ ଦ୍ୱାରା ତାଲିକା ପ୍ରସ୍ତୁତି କରିବାରେ ତ୍ରୁଟିପୂର୍ଣ୍ଣ କରିବା ସହ ସରକାରଙ୍କ ନିର୍ଦ୍ଦେଶନାମାକୁ ଉଲଂଘନ କରାଯାଇଥିବା ଅଭିଯୋଗ କରିଛି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ।

ଏଥିସହ ରାଜ୍ୟ ଶିକ୍ଷା ବିଭାଗ ନିର୍ଦେଶକଙ୍କ ସ୍ପଷ୍ଟୀକରଣ ପତ୍ର ସଂଖ୍ୟା ୧୩୫୭, ତାରିଖ -୦୫.୦୫.୨୦ ପ୍ରକାରେ ପଦୋନ୍ନତି ତାଲିକା ପ୍ରସ୍ତୁତି କରିବାକୁ ଦାବି କରି ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ। ଅନ୍ୟ ପଟେ ଜିଲ୍ଲା ଶିକ୍ଷା ଅଧିକାରୀ ନବରଙ୍ଗପୁର ଜିଲ୍ଲାର ସମସ୍ତ ଶିକ୍ଷକ ମାନଙ୍କ ନଥିପତ୍ର ତ୍ରୁଟି ରହି ଥିବାରୁ ପୁନର୍ବାର ସମୀକ୍ଷା କରାଯାଉଛି ବୋଲି ସୂଚନା ଦେଇଛନ୍ତି।