ଗୋଦାବରୀଶ ମହାବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ଓ ଦୁର୍ନୀତିକୁ ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Published: Dec 9, 2021, 8:42 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ବିଗତ ଦିନରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟରେ ଉନ୍ନୟନ ନିମନ୍ତେ ଆସୁଥିବା ସରକାରୀ ଅନୁଦାନର ଦୁରୁପଯୋଗ ଓ ଅନ୍ୟାନ୍ୟ ଦୁର୍ନୀତିକୁ ପରି ଗୁରୁତର ଅଭିଯୋଗ ଗୁଡିକର ଖବର ଏକାଧିକ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା।  ଏହାକୁ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଗୁରୁତର ସହ ନେଇଛନ୍ତି। ଉକ୍ତ ଖବର ସେମାନଙ୍କୁ ବ୍ୟଥିତ କରିଥିବାର ଜଣାପଡ଼ିଛି।

ଗୋଦାବରୀଶ ମହାବିଦ୍ୟାଳୟ ସମଗ୍ର ରାଜ୍ୟରେ ଏକ ସୁନାମଧନ୍ୟ ମହାବିଦ୍ୟାଳୟ ହୋଇଥିବାବେଳେ ଉକ୍ତ ମହାବିଦ୍ୟାଳୟରେ ହୋଇଥିବା ବିଭିନ୍ନ ଅନିୟମିତତାର ଅଭିଯୋଗ ଉପରେ ପୁରାତନ ଛାତ୍ରଛାତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ଆଜି ପୁରାତନ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ଦଳ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଖୋର୍ଦ୍ଧା ଉପଜିଲ୍ଲାପାଳ ଆଇଏଏସ ଗୌରବ ଶିବାଜୀ ଈଶାଲୱରଙ୍କୁ ଭେଟିଛନ୍ତି। ଏବଂ ଉକ୍ତ ଅଭିଯୋଗଗୁଡିକର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସେମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ତେବେ ଉପଜିଲ୍ଲାପାଳ ଏହାକୁ ଗୁରୁତରସହ ନେଇଛନ୍ତି ଏବଂ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାପାଇଁ ପ୍ରତିଶୃତି ଦେଇଥିବାର ପୁରାତନ ଛାତ୍ରମାନେ କହିଛନ୍ତି। ଅନୁରୂପ ଭାବେ ଉକ୍ତ ପ୍ରତିନିଧି ଦଳ ଆଜି ଖୋର୍ଦ୍ଧା ଜିଲ୍ଲାପାଳ, ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକ ଏବଂ ମୁଖ୍ୟ ସଚିବଙ୍କୁ ମଧ୍ୟ ଉକ୍ତ ଦାବିପତ୍ରର ନକଲ ପ୍ରଦାନ କରିଥିବାର ସୂଚନା ମିଳିଛି।

Related posts