ନାବାଳିକା ଦୁଷ୍କର୍ମକୁ ନେଇ ମାନବାଧିକାର କର୍ମୀଙ୍କ ଦାବିପତ୍ର ପ୍ରଦାନ

Published: Feb 13, 2021, 1:53 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଦିନକୁ ଦିନ ନାବାଳିକା ଦୁଷ୍ମର୍ମ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଏଭଳି ଘଟଣାମାନ ପୋଲିସ୍ ପାଇଁ ଚାଲେଞ୍ଜ ସଦସ୍ୟ ହୋଇଛି। ତେଣୁ ଆଜି ମାନବାଧିକାର ସୁରକ୍ଷା ମଂଚର ସଦସ୍ୟମାନେ ବ୍ରହ୍ମପୁର ଏସ୍‌ପିଙ୍କୁ ସାକ୍ଷାତ କରି ନାବାଳିକା ଦୁଷ୍କର୍ମ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ। ଯେଉଁଭଳି ଭାବେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହେଉଛି ତାହାର ତୁରନ୍ତ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି କରିଛନ୍ତି।

ଏହାସହ ଦମକଳ, ଆମ୍ବୁଲାନସ୍ ଆଦି ଜରୁରିକାଳୀନ ଗାଡ଼ିଗୁଡ଼ିକ ବିନା ଟ୍ରାଫିକ୍‌ରେ ଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା, ସହରରେ ଖୋଲାଖୋଲି ମଦ ବିକ୍ରି ତଥା ମଦ୍ୟପାନ ହେଉଛି, ଏହାକୁ ରୋକ ଲଗାଇବା ଆଦି ଦାବି କରିଛନ୍ତି। ଏଥିରେ ସଭାପତି ରାମକୃଷ୍ଣ ପଟ୍ଟନାୟକ, ବରିଷ୍ଠ ସଦସ୍ୟ ଈଶ୍ୱରୀ ରାଉତ, ଦେବେନ୍ଦ୍ର କୁମାର ସାହୁ, ବି. ରାଜୁ ପ୍ରମୁଖ ସାମିଲ ଥିଲେ।

Related posts