Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ, ଜରିମାନା ଆଦେଶ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୂରୀ): ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍ସ ଅଦାଲତ ବିଚାରପତି ପ୍ରଭାତ କୁମାର ରାଜଗୁରୁ ଏକ ନାବାଳିକା ଦୁଷ୍କର୍ମ ଓ ଅପହରଣ ମାମଲାରେ ବିଚାର କରି ଅଭିଯୁକ୍ତ ରଞ୍ଜିତ୍ ନାୟକକୁ ୨୦ ବର୍ଷ ଜେଲଦଣ୍ଡ ଓ ନଗଦ ୧୩ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତ ରଞ୍ଜିତ୍ ର ଘର ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମରେ। ସେ ଗତ ୨୦୧୯ ମସିହାରେ ବୁଗୁଡ଼ା ଅଞ୍ଚଳର ଜନୈକା ନାବାଳିକାକୁ ଅପହରଣ କରି ବିବାହର ପ୍ରତିଶ୍ରୁତି ଦେଇ ଭୁବନେଶ୍ଵରର କୌଣସି ଏକ ଅଜଣା ଜାଗାରେ ରଖି ଶାରୀରିକ ସମ୍ପର୍କ ରଖିଥିଲା ଓ ୧୦ ଦିନ ପରେ ଉକ୍ତ ନାବାଳିକାକୁ ଆଣି ବୁଗୁଡ଼ାସ୍ଥିତ ତାଙ୍କ ଘରେ ଛାଡ଼ିଦେଇ ତାମିଲନାଡୁ ଚାଲିଯାଇଥିଲା। ପରବର୍ତ୍ତୀ ସମୟରେ ନାବାଳିକାର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। କିନ୍ତୁ ଅଭିଯୁକ୍ତ ରଞ୍ଜିତ୍ ବାହା ହେବାକୁ ମନା କରିଥିଲା। ଏହି ଭଳି ପରିସ୍ଥିତିରେ ନାବାଳିକାର ମାଁ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଏତଲା ନଂ ୨୫୭/୨୦ ଅନୁଯାୟୀ ମାମଲା ରୁଜୁ କରି ସେହି ବର୍ଷ ଡିସେମ୍ବର ମାସରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଓ ତତ୍କାଳୀନ ତଦନ୍ତ ଅଧିକାରୀ ଅଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲେ।

ଏହି ମାମଲାରେ ୧୭ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ଅଦାଲତ ଉକ୍ତ ରାୟ ଶୁଣାଇଛନ୍ତି ଓ ପୀଡ଼ିତା ନାବାଳିକାକୁ ୮ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ କହିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଲଜ୍ଜାଜନକ ଘଟଣା: ପୋଷାକ ଦେବା ବାହାନରେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ଲଜ୍ଜାଜନକ ଘଟଣା ଘାଟିଯାଇଛି। ଜଣେ ୯ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଛି। ଦିଲ୍ଲୀର ଶାଲିମାର ବାଗ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ପୋଲିସର ସୂଚନାନୁସାରେ, ରବିବାର ଦିନ ନାବାଳିକା ଜଣକ ଘରୁ କିଛି ଜିନିଷ କିଣିବାକୁ ବାହାରକୁ ଯାଇଥିଲା। ଏହା ପରେ ଅଭିଯୁକ୍ତ ଶାହାରୁଖ ଓରଫ ସଲିମ ସେହି ନାବାଳିକା ଜଣଙ୍କୁ ନୂଆ ପୋଷାକ ଦେବା ବାହାନରେ ଏକ ଝୁପଡିକୁ ନେଇଯାଇଥିଲା। ଅଭିଯୁକ୍ତ ଜଣଙ୍କ ନାବାଳିକାକୁ ୫ ଘଣ୍ଟା ଧରି ସେଠାରେ ରଖି ଦୁଷ୍କର୍ମ କରିଥିଲା। ଏବଂ ପରେ ଅଭିଯୁକ୍ତଜଣଙ୍କ ତାଙ୍କ ଘର ପାଖରେ ଛାଡି ଦେଇଥିଲା। ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଗିରଫ, ପୋକସୋ କୋର୍ଟରେ ହାଜର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଂଚଳରେ ଜନୈକା ନାବାଳିକାକୁ ପ୍ରେମ ଓ ବିବାହର ପ୍ରତିଶୃତି ଦେଇ ଅପହରଣ ଓ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗରେ ଆସିକା ପୋଲିସ ଅଭିଯୁକ୍ତ ଅନିଲ୍ କୁମାର ସାହୁ (୨୦)ଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି।

ଅଭିଯୁକ୍ତ ଅନିଲ ନାବାଳିକାକୁ ଘରୁ ଅପହରଣ କରି ନେଇ ବାହାର ସ୍ଥାନରେ ରଖି ନିୟମିତ ବଳପୂର୍ବକ ଶାରିରୀକ ସମ୍ପର୍କ ରଖୁଥିଲା। କିଛି ମାସ ପରେ ନାବାଳିକା ଜଣକ ଅନ୍ତଃସତ୍ୱା ଥିବା ଜାଣିବା ପରେ ଅଭିଯୁକ୍ତ ଓ ତାର ଭିଣୋଇ ଏକ କାର୍ ଯୋଗେ ନାବାଳିକାକୁ ଆଣି ଏକ ନିର୍ଜ୍ଜନ ସ୍ଥାନରେ ଛାଡି ଫେରାର୍ ହୋଇଯାଇଥିଲେ।

ଏ ସମ୍ପର୍କରେ ନାବାଳିକାର ପରିବାର ଲୋକେ ଆସିକା ଥାନାରେ ଅଭିଯୋଗ କରିଥିଲେ। ଆସିକା ପୋଲିସ କେସ୍ ନଂ ୧୦୩/୨୧ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଭୁବନେଶ୍ୱରରୁ ଗିରଫ ବ୍ରହ୍ମପୁର ପୋକସୋ କୋର୍ଟରେ ହାଜର କରାଇଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାବାଳିକା ଦୁଷ୍କର୍ମକୁ ନେଇ ମାନବାଧିକାର କର୍ମୀଙ୍କ ଦାବିପତ୍ର ପ୍ରଦାନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଦିନକୁ ଦିନ ନାବାଳିକା ଦୁଷ୍ମର୍ମ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଏଭଳି ଘଟଣାମାନ ପୋଲିସ୍ ପାଇଁ ଚାଲେଞ୍ଜ ସଦସ୍ୟ ହୋଇଛି। ତେଣୁ ଆଜି ମାନବାଧିକାର ସୁରକ୍ଷା ମଂଚର ସଦସ୍ୟମାନେ ବ୍ରହ୍ମପୁର ଏସ୍‌ପିଙ୍କୁ ସାକ୍ଷାତ କରି ନାବାଳିକା ଦୁଷ୍କର୍ମ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ। ଯେଉଁଭଳି ଭାବେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହେଉଛି ତାହାର ତୁରନ୍ତ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି କରିଛନ୍ତି।

ଏହାସହ ଦମକଳ, ଆମ୍ବୁଲାନସ୍ ଆଦି ଜରୁରିକାଳୀନ ଗାଡ଼ିଗୁଡ଼ିକ ବିନା ଟ୍ରାଫିକ୍‌ରେ ଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା, ସହରରେ ଖୋଲାଖୋଲି ମଦ ବିକ୍ରି ତଥା ମଦ୍ୟପାନ ହେଉଛି, ଏହାକୁ ରୋକ ଲଗାଇବା ଆଦି ଦାବି କରିଛନ୍ତି। ଏଥିରେ ସଭାପତି ରାମକୃଷ୍ଣ ପଟ୍ଟନାୟକ, ବରିଷ୍ଠ ସଦସ୍ୟ ଈଶ୍ୱରୀ ରାଉତ, ଦେବେନ୍ଦ୍ର କୁମାର ସାହୁ, ବି. ରାଜୁ ପ୍ରମୁଖ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ନାବାଳକ ଅଟକ

କେନ୍ଦୁଝର: ଛଅ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ହୋଇଛି। ବାମେବାରୀ ଥାନା ଅଞ୍ଚଳରୁ ଶବ ମିଳିବା ପରେ ଘଟଣା ପଦାକୁ ଆସିଛି। ଜଙ୍ଗଲରେ ଦୁଷ୍କର୍ମ କରାଯାଇ ହତ୍ୟା କରାଯଶଇଛି। ପଡୋଶୀ ନାବାଳକ ଜଣକ ନାବଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ କାଠ ଫାଳିଆରେ ପିଟି ମାରି ଦେଇଥିବାର ସୂଚନା ରହିଛି। ମାରି ସାରିବା ପରେ ଗାଁ ପାଖ ଜଙ୍ଗଲରେ ମୃତଦେହକୁ ଫିଙ୍ଗି ଦେଇଥିବା ସୂଚନା ରହିଛି। ଜଙ୍ଗଲରୁ ମୃତଦେହ ମିଳିବା ପରେ ପୋଲିସ୍‌ ଏହାକୁ ନେଇ ତନାଘନା ଆରମ୍ଭ କରିଥିବାବେଳେ ଅଭିଯୁକ୍ତ ନାବାଳକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।