ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଗିରଫ, ପୋକସୋ କୋର୍ଟରେ ହାଜର

Published: Mar 3, 2021, 11:09 am IST

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଂଚଳରେ ଜନୈକା ନାବାଳିକାକୁ ପ୍ରେମ ଓ ବିବାହର ପ୍ରତିଶୃତି ଦେଇ ଅପହରଣ ଓ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗରେ ଆସିକା ପୋଲିସ ଅଭିଯୁକ୍ତ ଅନିଲ୍ କୁମାର ସାହୁ (୨୦)ଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି।

ଅଭିଯୁକ୍ତ ଅନିଲ ନାବାଳିକାକୁ ଘରୁ ଅପହରଣ କରି ନେଇ ବାହାର ସ୍ଥାନରେ ରଖି ନିୟମିତ ବଳପୂର୍ବକ ଶାରିରୀକ ସମ୍ପର୍କ ରଖୁଥିଲା। କିଛି ମାସ ପରେ ନାବାଳିକା ଜଣକ ଅନ୍ତଃସତ୍ୱା ଥିବା ଜାଣିବା ପରେ ଅଭିଯୁକ୍ତ ଓ ତାର ଭିଣୋଇ ଏକ କାର୍ ଯୋଗେ ନାବାଳିକାକୁ ଆଣି ଏକ ନିର୍ଜ୍ଜନ ସ୍ଥାନରେ ଛାଡି ଫେରାର୍ ହୋଇଯାଇଥିଲେ।

ଏ ସମ୍ପର୍କରେ ନାବାଳିକାର ପରିବାର ଲୋକେ ଆସିକା ଥାନାରେ ଅଭିଯୋଗ କରିଥିଲେ। ଆସିକା ପୋଲିସ କେସ୍ ନଂ ୧୦୩/୨୧ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଭୁବନେଶ୍ୱରରୁ ଗିରଫ ବ୍ରହ୍ମପୁର ପୋକସୋ କୋର୍ଟରେ ହାଜର କରାଇଛି।

Related posts