ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ପୋକ୍ସ ଅଦାଲତ ବିଚାରପତି ୧୪ ଜଣଙ୍କ ସାକ୍ଷ୍ୟଙ୍କ ବୟାନ୍ କୁ ଆଧାର କରି ବୃନ୍ଦାବନ ପ୍ରଧାନ ନାମକ ଜଣେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ଓ ୭୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୯ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।
ଏତଦବ୍ୟତୀତ ପୀଡ଼ିତାକୁ ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ସୁଚନା ଅନୁଯାୟୀ, ଅଭିଯୁକ୍ତ ବୃନ୍ଦାବନର ଘର ରମ୍ଭା ଥାନା ଅଞ୍ଚଳରେ ଓ ସେ ଉକ୍ତ ଅଞ୍ଚଳର ଜନୈକା ନାବାଳିକା ଛାତ୍ରୀକୁ ଅପହରଣ କରି ନିଜ ଘରେ ୩ ଦିନ ଧରି ଦୁଷ୍କର୍ମ କରିଥିଲା ଓ ପରେ ଘରୁ ବାହାର କରିଦେଇଥିଲା। ପୀଡ଼ିତା ଜଣକ ଘରେ ଆସି ନିଜ ମା କୁ ଏହି ବିଷୟ କହିବା ପରେ ମା ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଗ୍ରହଣ କରି ପୋଲିସ ଅଭିଯୁକ୍ତ ବୃନ୍ଦାବନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।


