Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ କାରାଦଣ୍ଡ ଆଦେଶ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ଦୁଇ ବର୍ଷ ତଳେ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ନୁଆଁ ବସଷ୍ଟାଣ୍ଡ ଗୋଇଲୁଣ୍ଡି ରାସ୍ତାରେ ଯାଞ୍ଚ ବେଳେ ସନ୍ଦେହ ଜନକ ଭାବେ ଏକ ଟ୍ରକ ଅଟକାଇ ତନାଘନା କରିବା ବେଳେ ତା ଭିତରୁ ୫କୁଇଣ୍ଟାଲ୍ ଗଞ୍ଜେଇ ମିଳିଥିଲା। ବିଭାଗୀୟ କର୍ମଚାରୀ ମାନେ ଉକ୍ତ ଗଞେଇ, ଟ୍ରକ୍ ଓ ଦୁଇ ଚାଲାଣକାରୀ ଢେଙ୍କାନାଳ ଜିଲ୍ଲାର ସୁଜନ କୁମାର ସାହୁ ଓ ରବି ନାରାୟଣ ସାହୁ କ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗଜପତି ଜିଲ୍ଲାର କରୁଣ କୁମାର ନାୟକ ନାମକ ଜଣେ ବ୍ୟକ୍ତି ଚମ୍ପଟ ମାରିଥିଲା।

ଗିରଫ ଯୁବକ ଦ୍ବୟ ପରେ ଜାମିନରେ ମୁକୁଳିଥିଲେ ଓ ବ୍ରହ୍ମପୁର ଏ ଡି ଜେ କୋର୍ଟରେ ମାମଲା ର ବିଚାରଣା ଚାଲିଥିଲା। ଏହି ମାମଲାରେ ୪ ଜଣ ସାକ୍ଷୀଙ୍କ ବୟାନ ଓ ଉପଯୁକ୍ତ ପ୍ରମାଣ କୁ କୁ ଭିତ୍ତି କରି ମାନ୍ୟବର ଅଦାଲତ ବିଚାରପତି ଉଭୟ ଙ୍କୁ ୧୦ ବର୍ଷ କାରାଦଣ୍ଡ ଆଦେଶ ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗାଙ୍ଗପୁର ଥାନା ଅଞ୍ଚଳର ମଙ୍ଗୁଳୁ ନାୟକ ନାମକ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍ସ ଅଦାଲତ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜୋରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୭ ମାସ କାରାଦଣ୍ଡ ଆଦେଶ ଦେଇଛନ୍ତି।

ସୁଚନା ଅନୁଯାୟୀ ଜଣାପଡିଛି ଯେ, ଗାଙ୍ଗପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକା ନାବାଳିକା ଏକଲା ଘରେ ଥିବା ବେଳେ ଅଭିଯୁକ୍ତ ମଙ୍ଗଳୁ କୌଶଳ କ୍ରମେ ନାବାଳିକାକୁ ଏକ ନିଚ୍ଛାଟିଆ ସ୍ଥାନରେ ଦୁଷ୍କର୍ମ କରି ଘରେ ଆଣି ଛାଡ଼ି ଦେଇଥିଲା ଓ ଘଟଣା ପ୍ରଘଟ ହେଲେ ହତ୍ୟାର ଧମକ ଦେଇଥିଲା। ଯ’ଦ୍ଵାରା ନାବାଳିକା ଜଣକ କାହାକୁ ନକହି କିଛି ଦିନ ଚୁପ୍ ହେଇଗଲା।

ପରବର୍ତ୍ତୀ ସମୟରେ ନାବାଳିକାର ଲକ୍ଷଣ ଦେଖି ପରିବାର ଲୋକେ ତାକୁ ପଚାରିବାରୁ ସେ ସବୁ କଥା କହିଥିଲା। ତା ପରେ ପରିବାର ଲୋକେ ଗାଙ୍ଗପୁର ଥାନାରେ ଏହି ଘଟଣା ବିଷୟରେ ଅଭିଯୋଗ କରିଥିଲେ ଓ ପୋଲିସ ଏତଲା ନଂ ୧୩୯/୧୯ ଓ ପୋକ୍ସ ଆଇନ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଏହି ମାମଲାରେ ୧୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରି ମାନ୍ୟବର ପୋକ୍ସ ଅଦାଲତ ଜଜ୍ ଗଣେଶ୍ଵର ପତି ଉକ୍ତ ରାୟ ଶୁଣାଇଛନ୍ତି ଓ ରାଜ୍ୟ ସରକାରଙ୍କୁ ପୀଡିତା କ୍ଷତିଭରଣ ନିୟମ ଅନୁଯାୟୀ ପୀଡିତାକୁ ୫ ଲକ୍ଷ ଟଙ୍କା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜରିଆରେ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଅଟୋ ଚାଳକକୁ ୨୦ ବର୍ଷ କାରାଦଣ୍ଡ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ ୨୦୧୯ ସେପ୍ଟେମ୍ବର ୨୦ ତାରିଖରେ ଭଞ୍ଜନଗର ସହରର ଜନୈକା ନାବାଳିକାକୁ ଦୁଷ୍କର୍ମ ମାମଲା ଅଭିଯୋଗରେ ବିଚାର କରି ବ୍ରହ୍ମପୁର ସ୍ଵତନ୍ତ୍ର ପୋକସ ଅଦାଲତ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଅଟୋ ଚାଳକ ଭାସ୍କର ସାହୁକୁ ବିଚାରପତି ପ୍ରଭାତ କୁମାର ରାଜଗୁରୁ ୨୦ ବର୍ଷ କାରାଦଣ୍ଡ ସହ ନଗଦ ୧୦ ହଜାର ଟଙ୍କା ଜରିମାନା ଦଣ୍ଡ କରିଛନ୍ତି।

ପ୍ରକାଶ ଥାଉକି ପିଡୀତା ନାବାଳିକା ଜଣକ ଭାସ୍କରର ଅଟୋରେ ପ୍ରତ୍ୟେକ ଦିନ ଏକ ଇଁରାଜୀ ମାଧ୍ୟମ ବିଦ୍ୟାଳୟକୁ ଯିବା ଆସିବା କରେ। କିନ୍ତୁ ଉକ୍ତ ଦିନ ଅଟୋ ଚାଳକ ଭାସ୍କର ପିଡୀତାକୁ ଏକ ନିର୍ଜନ ସ୍ଥାନକୁ ନେଇ ଦୁଷ୍କର୍ମ କରି ତାଙ୍କ ଘରକୁ ନେଇ ଛାଡ଼ି ଦେଇଥିଲା। ନାବାଳିକା ଜଣକ ଡରି ଏହି ବିଷୟରେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଗ୍ରହଣ କରି ପୋଲିସ ୨୯୭/୧୯ ଅନୁସାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସେହି ଦିନଠାରୁ ଭାସ୍କର ଜେଲରେ ଥିବା ବେଳେ ଅଦାଲତରେ ମାମଲାର ବିଚାର ଚାଲିଥିଲା। ମାମଲାର ଚୁଡାନ୍ତ ଶୁଣାଣି ଚାଲିଥିବା ବେଳେ ଭାସ୍କରକୁ କଡା ସୁରକ୍ଷା ବଳୟରେ ଅଦାଲତକୁ ଅଣାଯାଇଥିଲା।

ମାନ୍ୟବର ଜଜ୍ ୧୩ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସର ଅଭିଯୋଗ ଫର୍ଦ୍ଦକୁ ବିଚାର କରି ଏହି ରାୟ ଶୁଣାଇଛନ୍ତି। ଏତଦବ୍ୟତୀତ ମାନ୍ୟବର ଜଜ୍ ପିଡୀତାର ଭବିଷ୍ୟତ ନିମନ୍ତେ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଆଇନ ମଦ ବିକ୍ରି ଅଭିଯୋଗରେ ୨ ଜଣଙ୍କୁ ୩ ବର୍ଷ କାରାଦଣ୍ଡ

ଭୁବନ: ବେଆଇନ ମଦ ବିକ୍ରି ଅଭିଯୋଗରେ ସ୍ଥାନୀୟ ଜେଏମଏଫସି କୋର୍ଟ ୨ ଜଣ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ ଆଦେଶ ଦେଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମର ଜ୍ୟୋତିରଂଜନ ଜେନା ଓ ବେବିନା ଜେନା ବେଆଇନ ମଦ ବିକ୍ରି କରୁଥିବା ଖବର ପାଇ କାମାକ୍ଷାନଗର ଅବକାରୀ ବିଭାଗ ଏସ.ଆଇ ସ୍ୱପ୍ନାରାଣୀ ସାହୁ ଗତ ୮.୩.୨୦୧୯ ରିଖରେ ଚଢାଉ କରି ତାଙ୍କ ନିକଟରୁ ବିପୁଳ ପରିମାଣର ଦେଶୀ, ବିଦେଶୀ ମଦ ଜବତ କରିଥିଲେ।

ଏ ସଂପର୍କରେ ୨(ଏ)ସି.ସି କେଶ ନଂ-୩/୨୦୧୯ ର ଶୁଣାଣି କରି ଜେଏମଏଫସି ଶ୍ରୀଚନ୍ଦନ ଦାସ ଓଡିଶା ଏକସାଇଜ ଆକ୍ଟ ୨୦୦୮ ଦଫା ୫୨(ଏ)(ଆଇ) ଆଧାରରେ ଜ୍ୟୋତିରଂଜନ ଓ ବେବିନାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଥିଲେ। ଜରିମାନା ଅନାଦୟ ଅଧିକ ୩ ମାସ ଜେଲଦଣ୍ଡ ପାଇଁ ଆଦେଶ ମଧ୍ୟ ଦେଇଥିଲେ। ସରକାରଙ୍କ ପକ୍ଷରୁ କ୍ୟାଡର ଏପିପି ମହେନ୍ଦ୍ର କୁମାର ମହାପାତ୍ର କେଶ ପରିଚାଳନା କରୁଥିବା ବେଳେ ନନ କ୍ୟାଡର ଏପିପି କେଶବ ଚନ୍ଦ୍ର ପଣ୍ଡା ସହାୟତା କରିଥିଲେ।