Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତ୍ନତତ୍ତ୍ଵ ବିଭାଗ ଦ୍ୱାରା ଛତାଗଡ଼ ଓ ବେତଗଡ଼ର ଗବେଷଣା କରାଯାଉ: ଦାବିପତ୍ର ପ୍ରଦାନ
ଆଜିର ଖବର

ପ୍ରତ୍ନତତ୍ତ୍ଵ ବିଭାଗ ଦ୍ୱାରା ଛତାଗଡ଼ ଓ ବେତଗଡ଼ର ଗବେଷଣା କରାଯାଉ: ଦାବିପତ୍ର ପ୍ରଦାନ

April 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରତ୍ନତତ୍ତ୍ଵ ବିଭାଗ ଦ୍ୱାରା ଛତାଗଡ଼ ଓ ବେତଗଡ଼ର ଗବେଷଣା କରାଯାଉ: ଦାବିପତ୍ର ପ୍ରଦାନ
ପ୍ରତ୍ନତତ୍ତ୍ଵ ବିଭାଗ ଦ୍ୱାରା ଛତାଗଡ଼ ଓ ବେତଗଡ଼ର ଗବେଷଣା କରାଯାଉ: ଦାବିପତ୍ର ପ୍ରଦାନ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଲୁହାପଙ୍କ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହାତୀଧରା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଛତାଗଡ ଓ ବେତଗଡ଼ ଭଳି ବିଭିନ୍ନ ସ୍ଥାନରେ ଥିବା ଶୈଳାଶ୍ରୟ ଓ ଶୈଳ ଚିତ୍ରକୁ ପ୍ରତ୍ନତତ୍ତ୍ଵ ବିଭାଗ ଦ୍ଵାରା ପଞ୍ଜିକରଣ କରିବା ସହ ଅଧିକରୁ ଅଧିକ ଗବେଷଣା କରା ଯିବାକୁ ଦାବି ହେଉଛି। ଏହି ଅବସରରେ ଛତାଗଡ ସୁରକ୍ଷା ପରିଷଦ ଲୁହାପଙ୍କ ପକ୍ଷରୁ ପ୍ରତ୍ନତତ୍ତ୍ଵ ବିଭାଗ ପୁରୀ ସର୍କଲର ଅଧ୍ୟକ୍ଷ ଦିବିଶଦ ଗଡନାୟକଙ୍କୁ ନାକଟିଦେଉଳ ଠାରେ ଶୁକ୍ରବାର ଏକ ଦାବିପତ୍ର ପ୍ରଦାନ କରା ଯାଇଛି। ଛତାଗଡ ସୁରକ୍ଷା ପରିଷଦର ସଭାପତି ଅଜୟ କୁମାର ସାହୁ,ସଂପାଦକ ଅରୁଣ କୁମାର ପ୍ରଧାନ, ଯୁଗ୍ମ ସମ୍ପାଦକ ଅଭିମନ୍ୟୁ ପ୍ରଧାନ,ଲକ୍ଷ୍ମିଧର ପ୍ରଧାନ ( ସୁମନ) କୋଷାଧ୍ୟକ୍ଷ, ପ୍ରିତମ ପ୍ରଧାନ (କାଳିଆ) ସୋସିଆଲ ମିଡିଆ ସେଲ, ଯୁଗଳ ପ୍ରଧାନ,ଦୁଃଶାସନ ପ୍ରଧାନ,ମାନସ ସିଂ, ଅମିତ ସାହୁ , ବିକାଶ ବଘାର, ଅମିତ୍ ସାହୁ ପ୍ରମୁଖ ସଦସ୍ୟ ସାମିଲ ହୋଇ ଏହି ଦାବିପତ୍ର ପ୍ରଦାନ କରି ଥିଲେ।

ପ୍ରଦାନ କରାଯାଇ ଥିବା ଦାବିପତ୍ରରେ ଉଲ୍ଲେଖ କରା ଯାଇଛି ଯେ, ଲୁହାପଜ୍ଞ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେତଗଡ, ଦଲକି, ବୈଷ୍ଣବଝୁଲି, କୁଟାସିଙ୍ଗା, ଖରସାଳୀ, କୁସୁମଖୋଲ ଓ ମହାଲିଙ୍ଗ ଗ୍ରାମର ପ୍ରତ୍ୟେକ ତୀର୍ଥସ୍ଥଳ ଗୁଡିକ ଛତାଗଡ ଦେବୀପିଠ ତଥା ହାତୀଧରା ପାହାଡ ମଧ୍ୟରେ ଥିବା ଶୈଳାଶ୍ରୟ ମଧ୍ୟରେ ଥିବା ୧୫ ହଜାର ବର୍ଷ ପୁରୁଣା ଶୈଳଚିତ୍ର ତଥା ପାରମ୍ପରିକ ପଦ୍ଧତିରେ କୁଠିମରା କନ୍ଧ ଓ କମାର ଜାତିର ଲୋକଙ୍କ ଦ୍ୱାରା ୧୫୦୦ ବର୍ଷ ପୂର୍ବରୁ ଲୁହା ପଥରରୁ ଲୁହା ବାହାର କରିବା ଜ୍ଞାନ କୌଶଳର ଉତ୍ପତି ସ୍ଥଳ ହୋଇ ଥିବାରୁ ଏହି ଛତାଗତ ଅଞ୍ଚଳର ଐତିହ ଅତି ପୁରାତନ ଅଟେ। ତତ୍ ସହିତ ବେତଗତ ଗ୍ରାମରେ ଥିବା ଦୈବୀ ପିଠ ଓ ପୂର୍ବ ଲୌହ ଶିଳ୍ପ ଥିଲା। ତେଣୁ ଖରସାଳି, ମହାଲିଙ୍ଗ, କୁସୁମଖୋଳ ଗ୍ରାମକୁ ଲାଗିଥିବା ବିନ୍ଧ୍ୟବାସିନୀ ପାହାଡ ଗୁଡିକ ଅଧିକରୁ ଅଧିକ ଗବେଷଣା କରିବା ପାଇଁ ଅନୁରୋଧ କରା ଯାଇଛି।ଏଣୁ ଏହି ଲୁହାପଙ୍କ ଅଞ୍ଚଳକୁ ଆସି ଛତାଗତର ଶୈଳଚିତ୍ରକୁ ପଞ୍ଜିକରଣ ସହିତ ଅଧିକରୁ ଅଧିକ ଗବେଷଣା କରିବାକୁ ଛତାଗତ ସୁରକ୍ଷା ପରିଷଦର ସଦସ୍ୟ ମାନେ ଅନୁରୋଧ କରିଛନ୍ତି।

ଛତାଗଡ଼ ଦାବିପତ୍ର ପ୍ରଦାନ ପ୍ରତ୍ନତତ୍ତ୍ଵ ବିଭାଗ ବେତଗଡ଼
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026
Latest News

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଆଜି ଜୁନ୍ ୨୭ ତାରିଖ ଶନିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.