Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆଶ୍ଚର୍ଯ୍ୟ…ଋଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ବେଳେ ସେ କରିଥିବା ମଳତ୍ୟାଗ ମଧ୍ୟ ତାଙ୍କ ସୁରକ୍ଷା କର୍ମି ନେଇଗଲେ
ଅନ୍ତରାଷ୍ଟ୍ରୀୟ

ଆଶ୍ଚର୍ଯ୍ୟ…ଋଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ବେଳେ ସେ କରିଥିବା ମଳତ୍ୟାଗ ମଧ୍ୟ ତାଙ୍କ ସୁରକ୍ଷା କର୍ମି ନେଇଗଲେ

December 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଶ୍ଚର୍ଯ୍ୟ...ଋଷ ରାଷ୍ଟ୍ରପତି
ଆଶ୍ଚର୍ଯ୍ୟ...ଋଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ବେଳେ ସେ କରିଥିବା ମଳତ୍ୟାଗ ମଧ୍ୟ ତାଙ୍କ ସୁରକ୍ଷା କର୍ମି ନେଇଗଲେ

ନୂଆଦିଲ୍ଲୀ: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଋଷ ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ବେଳେ ସେ କରିଥିବା ମଳତ୍ୟାଗ ମଧ୍ୟ ତାଙ୍କ ସୁରକ୍ଷା କର୍ମି ନେଇଗଲେ। ସେତେକି ନୁହେଁ ସେ କରିଥିବା ପରିଶ୍ରା ମଧ୍ୟ ତାଙ୍କ ସୁରକ୍ଷା କର୍ମି ଋଷ ନେଇଗଲେ। ଭାରତରେ ତାଙ୍କର କୌଣସି ଚିହ୍ନବର୍ଣ୍ଣ କିଛି ରଖିଲେ ନାହିଁ। ତେବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠେ ଯେ, ଋଷ ରାଷ୍ଟ୍ରପତିଙ୍କ ଝାଡା ପରିସ୍ରା ରେ ଏପରି କଣ ଅସୁବିଧା ଥିଲା ଯେ, ତାହାକୁ ମଧ୍ୟ ନିଜ ଦେଶ ଋଷକୁ ନେଇଗଲେ।

ତେବେ ଏହାର ଉତ୍ତରେ ଏହା କୁହାଯିବ ଯେ,ଋଷ ରାଷ୍ଟ୍ରପତି ପୁଟିନଙ୍କ ସୁରକ୍ଷା ବିଶ୍ବର ସମସ୍ତ ଭିଭିଆଇପିଙ୍କଠାରୁ ସର୍ବାଧିକ। ତାଙ୍କ ସୁରକ୍ଷା ପାଇଁ ଯାହା ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଏ ତାହା ବିଶ୍ବର ଅନ୍ୟ କାହା ପାଇଁ କରାଯାଏ ନାହିଁ। ସେ ଯେତେବେଳେ କୌଣସି ରାଷ୍ଟ୍ର ଗସ୍ତରେ ଯାଆନ୍ତି ସେଠାକୁ ଗୋଟିଏ ମାସ ପୂର୍ବରୁ ତାଙ୍କର ସୁରକ୍ଷା କର୍ମି ପହଞ୍ଚିଯାଆନ୍ତି। ସେମାନେ ଠିକରେ କାର୍ଯ୍ୟ କରୁଛନ୍ତି କି ନାହିଁ ତାହାକୁ ଯାଞ୍ଚ କରିବା ପାଇଁ ସାଧା ପୋଷାକରେ ମଧ୍ୟ ଋଷ ଅଧିକାରୀ ଜଗି ରହିଥାନ୍ତି।

ତେବେ ପୁଟିନଙ୍କ ଗସ୍ତର ଅଳ୍ପ କେତେ ଦିନ ପୂର୍ବରୁ ତାଙ୍କ ପାଇଁ ସ୍ବତନ୍ତ୍ର ନିର୍ମାଣ କରାଯାଇଥିବା ପାଇଖାନା ଅଣାଯାଏ। ସେଥିରେ ସେ ଝାଡା ପରିଶ୍ରା କରିବା ସହିତ ତାହା ଏକ ସ୍ବତନ୍ତ୍ର ଟାଙ୍କିରେ ଯାଇ ତାହା ସଂରକ୍ଷିତ ହୋଇ ରହିବା ପରି ବ୍ୟବସ୍ଥା କରାଯାଇଛି। ସେ ଯେଉଁ ସ୍ଥାନରେ ରହିବେ ତାହାକୁ ସେହିଠାରେ ରଖାଯାଇଥାଏ। ପୁଟିନ ସେହି ସ୍ବତନ୍ତ୍ର ପାଇଖାନାରେ ଝାଡା ପରିଶ୍ରା କରିଥାନ୍ତି, ଅନ୍ୟ କୌଣସି ସ୍ଥାନରେ ପରିଶ୍ରା କରନ୍ତି ନାହିଁ। ତାହା ଏପରି ନିର୍ମାଣ କରାଯାଇଛି ଯେ, ତାହା କୌଣସି ପ୍ରକାରର ଗନ୍ଧ ହେବ ନାହିଁ କି ଲିକ ହେବ ନାହିଁ।

ତାଙ୍କର ଗସ୍ତ ସରିଯିବା ପରେ ସେହି ସ୍ବତନ୍ତ୍ର ପାଇଖାନା ଓ ଝାଡା ପରିଶ୍ରା ଥିବା ଟାଙ୍କିକୁ ଋଷକୁ ନିଆଯାଇଥାଏ। ଫଳରେ ପୁଟିନ ରହୁଥିବା ସ୍ଥାନରେ ତାଙ୍କର କୌଣସି ଚିହ୍ନବର୍ଣ୍ଣ ରହେ ନାହିଁ। ତେବେ ଏପରି କାହିଁକି କରାଯାଏ ବୋଲି ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଏହାର କାରଣ ହେଲା ଯେ, ଋଷ ରାଷ୍ଟ୍ରପତିଙ୍କ ଝାଡା ପରିଶ୍ରା ନେଇ କେହି ପରୀକ୍ଷା କରି ଜାଣିପାରବ ଯେ ତାଙ୍କ ଦେହରେ କଣ ରୋଗ ଅଛି। ଏପରିକି ସେ କେଉଁ ଔଷଧ ଖାଉଛନ୍ତି ତାହା ମଧ୍ୟ ଜଣାପଡିବ। ତାଙ୍କର ବ୍ୟକ୍ତିଗତ ତଥ୍ୟ ଯେପରି କେହି ହାସଲ ନ କରିପାରିବେ ସେଥିପାଇଁ ଋଷ ତରଫରୁ ଏପରି ବ୍ୟବସ୍ଥା କରାଯାଇଛି।

Putin Visits India ଋଷ ରାଷ୍ଟ୍ରପତି ପୁଟିନ ପୁଟିନଙ୍କ ଭାରତ ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଲଗାଣ ବର୍ଷା ସ୍ଥିତିର ମୁକାବିଲା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

September 23, 2026

ଏସୀୟ କ୍ରୀଡ଼ା ଫାଇନାଲରେ ନିରାଶ କଲେ ମନୁ ଭାକର

September 23, 2026

ବିଶ୍ୱର ଶ୍ରେଷ୍ଠ ୧୦ ଟି ୨୦ ଆନ୍ତର୍ଜାତୀୟ ବୋଲର: ପ୍ରଥମ ଥର ପାଇଁ ୧ ନମ୍ବର ସ୍ଥାନରେ ପାକିସ୍ତାନ ଖେଳାଳି

September 23, 2026

SIR-ନିର୍ବାଚନ କମିଶନ ବିବାଦ ଉପରେ ବିଜେପିର ପ୍ରଥମ ପ୍ରତିକ୍ରିୟା: ସମ୍ବିତ ପାତ୍ର କହିଲେ….

September 23, 2026
Latest News

ଆଜି ସେପ୍ଟେମ୍ବର ୨୪ ତାରିଖରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

September 24, 2026

ଏସଆଇଆର ସମେତ ସମସ୍ତ ନିଷ୍ପତ୍ତି ପୂର୍ଣ୍ଣ ନିର୍ବାଚନ ଆୟୋଗର ସର୍ବସମ୍ମତ ନିଷ୍ପତ୍ତି: ଇସି

September 23, 2026

୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗ, ଦେଢ଼ଶୁର ଗିରଫ

September 23, 2026

ମନ୍ଥର ହେଲା ଗଭୀର ଅବପାତର ଗତି, ଦକ୍ଷିଣ ଓଡ଼ିଶାରେ ବଢ଼ିଲା ବର୍ଷା ଚିନ୍ତା

September 23, 2026

ନୂଆପଲ୍ଲୀରେ ଚାଞ୍ଚଲ୍ୟ: ପତ୍ନୀଙ୍କୁ ତାୱାରେ ପିଟି ହତ୍ୟା

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.