Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତରେ କ୍ୟାମ୍ପସ ଖୋଲିବ ଅଷ୍ଟ୍ରେଲିଆର ‘ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ’: ଧର୍ମେନ୍ଦ୍ର ପ୍ରଧାନ
ଜାତୀୟ ଖବର

ଭାରତରେ କ୍ୟାମ୍ପସ ଖୋଲିବ ଅଷ୍ଟ୍ରେଲିଆର ‘ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ’: ଧର୍ମେନ୍ଦ୍ର ପ୍ରଧାନ

December 8, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭାରତରେ କ୍ୟାମ୍ପସ ଖୋଲିବ ଅଷ୍ଟ୍ରେଲିଆର ‘ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ’: ଧର୍ମେନ୍ଦ୍ର ପ୍ରଧାନ
ଭାରତରେ କ୍ୟାମ୍ପସ ଖୋଲିବ ଅଷ୍ଟ୍ରେଲିଆର ‘ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ’: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀ ଜେସନ କ୍ଲେରଙ୍କ ଉପସ୍ଥିତିରେ ସୋମବାର ନୂଆଦିଲ୍ଲୀ ଠାରେ ‘ତୃତୀୟ ଭାରତ-ଅଷ୍ଟ୍ରେଲିଆ ଶିକ୍ଷା ଏବଂ ଦକ୍ଷତା ପରିଷଦ’ (ଏଆଇଇଏସସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଷ୍ଟ୍ରେଲିଆର ଦକ୍ଷତା ଓ ତାଲିମ ମନ୍ତ୍ରୀ ଆଣ୍ଡରୁ ଗିଲ୍ସ ଏବଂ ଆନ୍ତର୍ଜାତୀୟ ଶିକ୍ଷା ସହାୟକ ମନ୍ତ୍ରୀ ଜୁଲିଆନ ହିଲ୍ ଏବଂଅଷ୍ଟ୍ରେଲିଆର ପ୍ରତିନିଧିମଣ୍ଡଳୀର ସଦସ୍ୟମାନେ ଯୋଗ ଦେଇଥିଲେ।

ଏଆଇଇଏସସି ବୈଠକ ଦୁଇ ଦେଶର ପ୍ରଗତିକୁ ଆଗକୁ ବଢାଇବା ତଥା ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଗବେଷଣା ଭାଗୀଦାରୀରେ ନୂତନ ଦିଗନ୍ତ ସୃଷ୍ଟି ପାଇଁ ଏକ ମହାନ ସୁଯୋଗ ଭାବେ କାର୍ଯ୍ୟ କରିଛି । ଏହା ଭାରତୀୟ ଯୁବକମାନଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବା ସହିତ ଶିକ୍ଷା ଏବଂ ଦକ୍ଷତା ବିକାଶର ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ କରିଛି। ଶ୍ରୀ ପ୍ରଧାନ ମନ୍ତ୍ରୀମଣ୍ଡଳ ଏବଂ ଅଷ୍ଟ୍ରେଲୀୟ ପ୍ରତିନିଧିମଣ୍ଡଳଙ୍କୁ ସ୍କୁଲ ଶିକ୍ଷା, ଉଚ୍ଚଶିକ୍ଷା ଏବଂ ଗବେଷଣା ତଥା ଦକ୍ଷତା ବିକାଶ ଭଳି କ୍ଷେତ୍ର ଉପରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ସାଧୁବାଦ ଜଣାଇବା ସହ ଭାରତ-ଅଷ୍ଟ୍ରେଲିଆ ଶିକ୍ଷା ଏବଂ ଦକ୍ଷତା ପରିଷଦ  ମଞ୍ଚକୁ ଏକ ଉଚ୍ଚସ୍ତରକୁ ନେଇଯିବା ପାଇଁ ସେମାନଙ୍କର ଉଲ୍ଲେଖନୀୟ ପ୍ରୟାସକୁ ପ୍ରଶଂସା କରିଛନ୍ତି ।

ଅପରପକ୍ଷରେ ଥିବା ତୃତୀୟ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକରେ ଏକ ବଡ଼ ଘୋଷଣା କରାଯାଇଛି । କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗରେ ବିଶ୍ୱର ଶ୍ରେଷ୍ଠ-୨୦ ମଧ୍ୟରେ ସ୍ଥାନ ପାଇଥିବା ଅଷ୍ଟ୍ରେଲିଆର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟ ‘ୟୁନିଭର୍ସିଟି ଅଫ୍ ନ୍ୟୁ ସାଉଥ୍ ୱେଲ୍ସ’ (UNSW) ଭାରତରେ ଏକ ଶାଖା କ୍ୟାମ୍ପସ୍ ସ୍ଥାପନ କରିବାକୁ ଯାଉଛି । ଏହି ମର୍ମରେ ଶ୍ରୀ ପ୍ରଧାନ ଓ ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀ ମିଳିତ ଭାବରେ ‘ୟୁନିଭର୍ସିଟି ଅଫ୍ ନ୍ୟୁ ସାଉଥ୍ ୱେଲ୍ସ’ କୁ ଲେଟର୍ ଅଫ୍ ଇଣ୍ଟେଣ୍ଟ(ଏଲଓଆଇ) ପ୍ରଦାନ କରିଛନ୍ତି । ଏହି ପଦକ୍ଷେପ ଭାରତ-ଅଷ୍ଟ୍ରେଲିଆ ଜ୍ଞାନ ଭାଗୀଦାରୀକୁ ଆହୁରି ମଜବୁତ କରିବ। ସେ ୟୁଏନଏସଡବ୍ଲକୁ ଅଭିନନ୍ଦନ ଜଣାଇବା ସହ ଭାରତକୁ ସ୍ୱାଗତ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଶିକ୍ଷା, ଦକ୍ଷତା ଏବଂ ଗବେଷଣା ଭାରତ-ଅଷ୍ଟ୍ରେଲିଆ ରଣନୀତିକ ଭାଗିଦାରୀର ମୁଖ୍ୟ ସ୍ତମ୍ଭ । ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ନିମ୍ନଲିଖିତ କ୍ଷେତ୍ରଗୁଡ଼ିକରେ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିବଦ୍ଧତା ଦୋହରାଇଛନ୍ତି ଯଥା ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷାରେ ସହଯୋଗ, ପ୍ରଯୁକ୍ତିବିଦ୍ୟା ଆପଣାଇବା, ଅନୁଷ୍ଠାନଗତ କ୍ଷମତା ନିର୍ମାଣ ଏବଂ ଶିକ୍ଷକମାନଙ୍କୁ ସଶକ୍ତ କରିବା, ଏଆଇ, ଅତ୍ୟାଧୁନିକ ଟେକ୍ଲୋଲୋଜି ମ୍ୟାଟେରିଆଲ, ସେମିକଣ୍ଡକ୍ଟର, ମେଡଟେକ୍, ଶକ୍ତି ଏବଂ ସ୍ଥାୟୀତ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ତଥା ଉଦୀୟମାନ କ୍ଷେତ୍ରଗୁଡ଼ିକ ପାଇଁ ଯୁବକମାନଙ୍କୁ ପ୍ରସ୍ତୁତ କରିବା । ଖେଳ ଶିକ୍ଷା ଏବଂ ନୂତନ ଦକ୍ଷତା ଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ କରିବା ଉପରେ ବୈଠକରେ ଆଲୋଚନା ହୋଇଛି । ଏହି ସହଯୋଗ ବିଦ୍ୟାଳୟ, ଉଚ୍ଚ ଶିକ୍ଷା ଏବଂ ଦକ୍ଷତା ଶିକ୍ଷା କ୍ଷେତ୍ରରେ ହୋଇଥିବା ଆଲୋଚନା ଗୁଡ଼ିକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି, ଯାହା ଭବିଷ୍ୟତରେ ଆମ ଦୁଇ ଦେଶ ମଧ୍ୟରେ ସମ୍ପର୍କର ସେତୁକୁ ଆହୁରି ଦୃଢ଼ କରିବ ।

ଏହା ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଉଭୟ ମନ୍ତ୍ରୀ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିଥିଲେ । ଏହି ଅବସରରେ ଶିକ୍ଷା, ଇନୋଭେସନ ଏବଂ ଗବେଷଣା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଥିବା ସହଯୋଗକୁ ସମୀକ୍ଷା କରାଯିବା ସହ ‘ପ୍ରି-ସ୍କୁଲ୍‌ରୁ ପିଏଚ୍‌ଡି’ ପର୍ଯ୍ୟନ୍ତ ସମ୍ପର୍କକୁ ଅଧିକ ଦୃଢ଼ କରିବା ଉପରେ ସୁଚିନ୍ତିତ ଆଲୋଚନା ହୋଇଥିଲା । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ଭାରତ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରିଟିକାଲ ଥିଙ୍କିଂର ବିକାଶ ଏବଂ ଏକ ‘ଏଆଇ-ରେଡି’ ପିଢ଼ି ସୃଷ୍ଟି କରିବା ଆମର ପ୍ରାଥମିକତାରେ ରହିଛି ।  ଉଭୟ ଦେଶ ଭାରତ-ଅଷ୍ଟ୍ରେଲିଆର ଶିକ୍ଷା ଭାଗୀଦାରୀରେ ନୂତନ ଅଧ୍ୟାୟ ଯୋଡ଼ିବାକୁ ପ୍ରତିଶ୍ରୁତିବଦ୍ଧ । ଏହି ସହଯୋଗରେ ଉଭୟ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ମିଳିତ କାର୍ଯ୍ୟକ୍ରମ, ରଣନୈତିକ ଗୁରୁତ୍ୱ ବହନ କରୁଥିବା କ୍ଷେତ୍ରରେ ମିଳିତ ଗବେଷଣା ପାଇଁ ପାଣ୍ଠି ଯୋଗାଣ ଏବଂ ଦୁଇ ପକ୍ଷକୁ ଲାଭଦାୟକ ହେବା ଭଳି ବିଷୟ ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ତଥା ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ।

ଧର୍ମେନ୍ଦ୍ର ପ୍ରଧାନ ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ ଭାରତ-ଅଷ୍ଟ୍ରେଲିଆ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୧୨ ତାରିଖ ଗୁରୁବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

February 12, 2026

ଟିମ୍ ଇଣ୍ଡିଆକୁ ଡବଲ ଝଟକା: ଅଭିଷେକ ଶର୍ମା ଅସୁସ୍ଥ ଖବର ପରେ ଇଶାନ କିଷାନ ଆହତ!

February 11, 2026

ବାୟୁ ଶକ୍ତି ଅଭ୍ୟାସ: ନିଜର କ୍ଷମତା ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା

February 11, 2026

JioAirFiber: ଫିକ୍ସଡ଼ ୱାୟାରଲେସ୍ କ୍ଷେତ୍ରରେ ହାସଲ କଲା ୭୯ ପ୍ରତିଶତ ବଜାର ଅଂଶ 

February 11, 2026
Latest News

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026

ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ: ଦୁଇ ଗିରଫ

February 12, 2026

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026

ନିପୁଣ ଓଡ଼ିଶା ମିଶନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମୀକ୍ଷା ଓ ଦିଗଦର୍ଶନ କର୍ମଶାଳା

February 12, 2026

OSDMA ର ୩୮ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.