Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବ -୨୦୨୫, ରୌପ୍ୟ ଜୟନ୍ତୀ ସମାରୋହ ଉଦ୍ଘାଟିତ
ଆଜିର ଖବର

ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବ -୨୦୨୫, ରୌପ୍ୟ ଜୟନ୍ତୀ ସମାରୋହ ଉଦ୍ଘାଟିତ

December 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବ -୨୦୨୫, ରୌପ୍ୟ ଜୟନ୍ତୀ ସମାରୋହ ଉଦ୍ଘାଟିତ
ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବ -୨୦୨୫, ରୌପ୍ୟ ଜୟନ୍ତୀ ସମାରୋହ ଉଦ୍ଘାଟିତ

ଖୋର୍ଦ୍ଧା: ଖୋର୍ଦ୍ଧାର ଲଢ଼ୁଆ ପାଇକମାନଙ୍କ ବୀରତ୍ଵ ସମଗ୍ର ରାଷ୍ଟ୍ର ଓ ଅନ୍ତରାଷ୍ଟ୍ରରେ ଅନନ୍ୟ। ଖୋର୍ଦ୍ଧା ମାଟିର ଜୋଗଜନ୍ମା ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ପିଣ୍ଡିକି ବାହୁବଳୀ, କୃତିବାସ ପାଟ୍ଟଶାଣୀଙ୍କ ଅବଦାନ ଖୋର୍ଦ୍ଧା ପାଇକ ମାଟିର ଗାଥା ବହନ କରେ। ଖୋର୍ଦ୍ଧା ବୟନ ଶିଳ୍ପର ଗନ୍ତାଘର। ୧୯୯୭ ଏବଂ ୧୯୯୮ ମସିହାରୁ ଉଦ୍ୟମ ହୋଇ ୨୦୦୦ ମସିହାରୁ ଖୋର୍ଦ୍ଧା ମହୋତ୍ସବ ଘାତ ପ୍ରତିଘାତ ସତ୍ତ୍ୱେ ଆଜି ୨୫ ବର୍ଷ ପୂର୍ତ୍ତି ପାଳନରେ ଖୋର୍ଦ୍ଧା ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି, ସାମାଜିକ ମୂଲ୍ୟବୋଧ, ଅସ୍ମିତାର ନିଦର୍ଶନ ଯାହା ସମଗ୍ର ରାଷ୍ଟ୍ର ଓ ଅନ୍ତରାଷ୍ଟ୍ରରେ ପରିଚିତ ବୋଲି ଆଜି ସନ୍ଧ୍ୟାରେ ସମବାୟ, ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ତଥା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରି ଉପରୋକ୍ତ ବିଷୟ ନିଜ ଉଦବୋଧନରେ ପ୍ରକାଶ କରିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଖୋର୍ଦ୍ଧା ମହୋତ୍ସବ ଜନଜୀବନର ବାସ୍ତବ ରୂପ, ସଂସ୍କୃତି, କୃଷୀମେଳା, ମୀନା ବଜାର, ପାଇକ ଆଖଡ଼ା, ପାଇକ ଯୁଦ୍ଧାସ୍ତ୍ର ପ୍ରଦର୍ଶନୀ ଯୁବପିଢୀ ମାନେ ଉଜ୍ଜୀବିତ ରଖି ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଅଭିମତରେ ଜାଗ୍ରତ ହେବାକୁ ଆହ୍ଵାନ ଦେଇଥିଲେ। ମହୋତ୍ସବ ଆୟୋଜନ କମିଟି ନିୟୁ ଥିଙ୍କିଙ୍ଗ ଫୋରମ୍ ର ସଭାପତି ଏବଂ ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ସ୍ୱାଗତ ସମ୍ଭାଷଣ ଓ ମହୋତ୍ସବର ଦୀର୍ଘ ୨୫ ବର୍ଷ ପୂର୍ତ୍ତିର ଇତିହାସ ସମ୍ବନ୍ଧରେ ବକ୍ତବ୍ୟ ରଖି ଚଳିତ ବର୍ଷ ମହୋତ୍ସବ ଯୁବ ପିଢ଼ିକୁ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ବିକଶିତ ଜିଲ୍ଲା ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନକୁ ଦିଗ ଦର୍ଶନ ଦେବ ବୋଲି ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଆଧୁନିକ ଖୋର୍ଦ୍ଧା ନିର୍ମାଣର ବିନ୍ଧାଣି ଜିତେନ୍ଦ୍ରିୟ ନାଥ ମିତ୍ର, ଜିଲ୍ଲାପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂହ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ, ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ସମାଜ ସେବୀ ନିକୁଞ୍ଜ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ବାସନ୍ତୀ ମହାପାତ୍ର, ପ୍ରମୁଖ ଖୋର୍ଦ୍ଧା ଜିଲ୍ଲାର ଐତିହ୍ୟ ଓ ସଂସ୍କୃତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅତିଥି ପରିଚୟ ମହୋତ୍ସବ କମିଟି ସାଧାରଣ ସମ୍ପାଦକ ନରେନ୍ଦ୍ର ପୃଷ୍ଟି ପ୍ରଦାନ କରିଥିଲେ।

ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ ଆତସବାଜି କାର୍ଯ୍ୟକ୍ରମ ମଧ୍ୟରେ ଅତିଥି ମାନଙ୍କୁ ଉପଢ଼ୌକନ ମହୋତ୍ସବ ସ୍ମୃତି ଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଉଦ୍ଘାଟନୀ ସମାରୋହରେ ସାଂସଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ହୋତା, ବହୁ ଜନପ୍ରତିନିଧି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି, ବରିଷ୍ଠ ନାଗରିକମାନେ ଓ ବହୁ ସଂଖ୍ୟାରେ ଜନ ସମାବେଶ ହୋଇଥିଲା।

ଖୋର୍ଦ୍ଧା ଖୋର୍ଦ୍ଧା ମହୋତ୍ସବ -୨୦୨୫ ରୌପ୍ୟ ଜୟନ୍ତୀ ସମାରୋହ
Share. Facebook Twitter LinkedIn Email WhatsApp Copy Link

Related Posts

ଏପ୍ରିଲ ତିନି ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶିର ଲୋକ ପାଇବେ ଖୁସି ଖବର

April 3, 2026

ରାଜ୍ୟସଭାର ଉପନେତା ପଦରୁ ହଟାଇବା ପରେ ରାଘବ ଚଢାଙ୍କ ପ୍ରଥମ ପୋଷ୍ଟ: ସେୟାର କଲେ ଭିଡିଓ

April 2, 2026

ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ

April 2, 2026

ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍କୁଲ ସମୟ ସକାଳୁଆ କରିବାକୁ ଓଷ୍ଟାର ଦାବି

April 2, 2026
Latest News

ଲୋକସଭା ଏବଂ ରାଜ୍ୟସଭାରେ ଜନ ବିଶ୍ୱାସ ବିଲ୍- ୨୦୨୬ ପାସ୍

April 3, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 3, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଏସିଆ ଉପରେ ଗଠିତ ମନ୍ତ୍ରୀଗୋଷ୍ଠୀର ଦ୍ୱିତୀୟ ବୈଠକ

April 3, 2026

ଏପ୍ରିଲ ତିନି ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶିର ଲୋକ ପାଇବେ ଖୁସି ଖବର

April 3, 2026

ବିଶ୍ୱର ସର୍ବବୃହତ କ୍ଷମତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କଲା ଭାରତ

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.