Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିସି, ପିଏନଡିଟି ଜିଲ୍ଲାସ୍ତରୀୟ ପରାମର୍ଶଦାତା ମଣ୍ଡଳୀ ବୈଠକ
ଆଜିର ଖବର

ପିସି, ପିଏନଡିଟି ଜିଲ୍ଲାସ୍ତରୀୟ ପରାମର୍ଶଦାତା ମଣ୍ଡଳୀ ବୈଠକ

December 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପିସି, ପିଏନଡିଟି ଜିଲ୍ଲା ସ୍ତରୀୟ ପରାମର୍ଶ ଦାତା ମଣ୍ଡଳୀ ବୈଠକ
ପିସି, ପିଏନଡିଟି ଜିଲ୍ଲା ସ୍ତରୀୟ ପରାମର୍ଶ ଦାତା ମଣ୍ଡଳୀ ବୈଠକ

ଖୋର୍ଦ୍ଧା: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପି ସି,ପି ଏନ୍ ଡି ଟି ଜିଲ୍ଲା ସ୍ତରୀୟ ପରାମର୍ଶ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ଜିଲ୍ଲାରେ ପି ସି ପି ଏନ୍ ଡି ଟି ଆକ୍ଟ ଅନୁଯାୟୀ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ।

ବୈଠକରେ ଅଧ୍ୟକ୍ଷ ଖୋର୍ଦ୍ଧା ସହରରେ ଆଲଟ୍ରା ସାଉଣ୍ଡ କ୍ଲିନିକ୍ ଗୁଡ଼ିକର କାର୍ଯ୍ୟଧାରା, ନୂଆ ଅଲଟ୍ରା ସାଉଣ୍ଡ ଓ ନବୀକରଣ ନିମନ୍ତେ ଅଲଟ୍ରା ସାଉଣ୍ଡ କ୍ଲିନିକ୍ ଗୁଡିକରୁ ଆସିଥିବା ଦରଖାସ୍ତ, ନୂଆକରି ଆସିଥିବା ଦରଖାସ୍ତରେ ଅତିରିକ୍ତ ଡାକ୍ତର ନିଯୁକ୍ତି ଓ ଅଲଟ୍ରାସାଉଣ୍ଡ ମେସିନ ବ୍ୟବହାର, ଅଲଟ୍ରା ସାଉଣ୍ଡ କ୍ଲିନିକ୍ ଗୁଡିକରେ ଲିଙ୍ଗ ତଥା ଭ୍ରୁଣ ପରୀକ୍ଷଣ କରୁଥିବା ଡ଼ାକ୍ତର ଓ ସଂପୃକ୍ତ କ୍ଲିନିକ୍ ମାଲିକ ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିମନ୍ତେ ସମୀକ୍ଷା ପୂର୍ବକ ନିର୍ଦ୍ଦେଶ ଦେଇଥିଲେ। ସେହିପରି ପଞ୍ଜିକରଣ ଅଲଟ୍ରାସାଉଣ୍ଡ କ୍ଲିନିକ୍ ମାନଙ୍କରେ ସ୍ବଚ୍ଛତା ବଜାୟ ରଖିବା, ବିଶୁଦ୍ଧ ପାନୀୟଜଳ, ଶୌଚାଳୟ, ଅଗ୍ନି ନିର୍ବାପକ ଯନ୍ତ୍ର, ଅପେକ୍ଷାଳୟ ଆଦି ସର୍ବନିମ୍ନ ସେବା ସୁବିଧା ଉପଲବ୍ଧ ଏବଂ ପ୍ରତି ତ୍ରୟମାସିକ ବୈଠକ ବସିବା,ଏବଂ ଜିଲ୍ଲାରେ ଥିବା ଯେଉଁ ସ୍ବେଛାସେବୀ ସଂଗଠନ ପି ସି ପି ଏନ୍ ଡି ଟି କମିଟିରେ ସଦସ୍ୟ ସଦସ୍ୟା ଅଛନ୍ତି ତଥା ସମସ୍ତ ଏନ୍ ଜି ଓ ମାନେ ଲିଙ୍ଗ ତଥା ଭ୍ରୁଣ ନିରୂପଣ କରୁଥିବା ଅଲଟ୍ରା ସାଉଣ୍ଡ କ୍ଲିନିକ୍ ଗୁଡ଼ିକ ଉପରେ ତୀକ୍ଷ୍ମ ନଜର ରଖି ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ପ୍ରଶାସନ ନଜରକୁ ଆଣିବା ଉପରେ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରି ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରକାଶ ଥାଉକି ଜିଲ୍ଲାରେ ଅଲଟ୍ରା ସାଉଣ୍ଡ କେନ୍ଦ୍ର ୪୫୭ ପି ସି ପି ଏନ୍ ଡି ଟି ଆକ୍ଟ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ବେଳେ ୨୬୩ ଗୋଟି କାର୍ଯ୍ୟକ୍ଷମ ଅଛି। ୧୯୪ କେନ୍ଦ୍ର ବନ୍ଦ ଅଛି,୧୩ ଗୋଟି କେନ୍ଦ୍ର ନାମରେ କେଶ୍ ଦାୟର ହୋଇଛି। କାର୍ଯ୍ୟକ୍ଷମ କେନ୍ଦ୍ର ମାନଙ୍କ ମଧ୍ୟରେ ଟାଙ୍ଗୀ ବ୍ଲକରେ ୪ ଗୋଟି, ଜଟଣୀ ରେ ୭ ଗୋଟି, ବୋଲଗଡରେ ଏକ ଗୋଟି, ବେଗୁନିଆ ରେ ଏକ ଗୋଟି, ବାଲିଅନ୍ତା ରେ ୩ ଗୋଟି, ବାଲୁଗାଁ ରେ ୫ ଗୋଟି ଏବଂ ଖୋର୍ଦ୍ଧା ସହରରେ ୧୦ ଗୋଟି କାର୍ଯ୍ୟକ୍ଷମ କରୁଅଛି।

ସେହିପରି ପଲ୍ଲୀ କ୍ଲିନିକ୍, ଜଟଣୀ କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ବେଳେ ଖୋର୍ଦ୍ଧା ସହରର ନନ୍ଦିଘୋଷ ହସ୍ପିଟାଲ ଅଲଟ୍ରା ସାଉଣ୍ଡ ମେସିନ ଜବତ ଓ ଜଉମୁଦ କରାଯାଇଛି। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡି ପି ଏମ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଖୋର୍ଦ୍ଧା ଶୁଭକାନ୍ତ ଗନ୍ତାୟତ, ଡେପୁଟୀ କଲେକ୍ଟର ରଞ୍ଜନ କୁମାର ମହାନ୍ତି, ଡାକ୍ତର ରିତାଞ୍ଜଳି ମିଶ୍ର, ସଦସ୍ୟା ଶାନ୍ତିଲତା ମାର୍ଥା, ସଦସ୍ୟ ବି ବରାଳ, ଡି ଏମ, ଆର ସି ଏଚ ରୋଜାଲିନ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଡାକ୍ତର ଅଭିଷେକ ସାହୁ,ରଞ୍ଜନ କୁମାର ପାଣି ଏବଂ କମିଟି ସଦସ୍ୟ ସଦସ୍ୟା ଯୋଗଦେଇଥିଲେ।

ପରାମର୍ଶଦାତା ମଣ୍ଡଳୀ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

୫ ଦଫା ଦାବିକୁ ନେଇ ନଳକୂପ ମିସ୍ତ୍ରୀ ଓ ପମ୍ପ ଚାଳକମାନଙ୍କର ବିଧାନସଭା ସମ୍ମୁଖରେ ଗଣଧାରଣା

August 10, 2026

ଆଜିଠାରୁ ୧୬ ତାରିଖ ମଧ୍ୟରେ ସବୁଠାରୁ ଶସ୍ତା ବିମାନ ଟିକେଟ୍ କ’ଣ?: ଜାଣନ୍ତୁ ତାଲିକା

August 10, 2026

ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀରେ ନାମ ଲେଖା ପାଇଁ ଆଜି ଶେଷ ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ

August 10, 2026

ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ

August 10, 2026
Latest News

ଶେଷ ହେବ କି ସଂସଦର ଅଚଳାବସ୍ଥା?: ବିରୋଧୀଙ୍କୁ ଏହା କରିବା ପାଇଁ ନିବେଦନ କଲେ କିରେନ ରିଜିଜୁ

August 10, 2026

୫ ଦଫା ଦାବିକୁ ନେଇ ନଳକୂପ ମିସ୍ତ୍ରୀ ଓ ପମ୍ପ ଚାଳକମାନଙ୍କର ବିଧାନସଭା ସମ୍ମୁଖରେ ଗଣଧାରଣା

August 10, 2026

ଆଜିଠାରୁ ୧୬ ତାରିଖ ମଧ୍ୟରେ ସବୁଠାରୁ ଶସ୍ତା ବିମାନ ଟିକେଟ୍ କ’ଣ?: ଜାଣନ୍ତୁ ତାଲିକା

August 10, 2026

ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀରେ ନାମ ଲେଖା ପାଇଁ ଆଜି ଶେଷ ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ

August 10, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଶରଦ ପାୱାରଙ୍କ ସାଂସଦ: ସୁପ୍ରିୟା ସୁଲେ ମଧ୍ୟ ସାମିଲ

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.