Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରବ-2025 ରେ ଯୋଗ ଦେଇ କୋରାପୁଟକୁ ୫୪୫ କୋଟି ଟଙ୍କା ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

ପରବ-2025 ରେ ଯୋଗ ଦେଇ କୋରାପୁଟକୁ ୫୪୫ କୋଟି ଟଙ୍କା ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

December 22, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପରବ-2025
ପରବ-2025 ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, କୋରାପୁଟକୁ ଭେଟି ଦେଲେ ୫୪୫ କୋଟି ଟଙ୍କା ପ୍ରକଳ୍ପ

କୋରାପୁଟ: ୧୯୯୬ ମସିହାରୁ କୋରାପୁଟର କଳା, ସଂସ୍କୃତି, ପରମ୍ପରା ଓ ଐତିହକୁ ଉଜ୍ଜୀବିତ କରି ରଖିବା ସହିତ ଏହାର ପ୍ରଚାର ପ୍ରସାର ପାଇଁ ପରବ ତାର ସଫଳ ପ୍ରୟାସ ଜାରି ରଖିଛି । ସାମାଜିକ ଓ ସାଂସ୍କୃତିକ ଚେତନାକୁ ଜାଗ୍ରତ କରିବା ସହିତ ଅନେକ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣି ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି ଏହି ମହୋତ୍ସବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଜାତୀୟ ସ୍ତରୀୟ ଆଦିବାସୀ ମହୋତ୍ସବ ପରବ-୨୦୨୫ ର ଚତୁର୍ଥ ସନ୍ଧ୍ୟାରେ ଯୋଗଦେଇ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲା ପାଇଁ ୫୪୫ କୋଟି ଟଙ୍କା ମୂଲ୍ୟର ୮୬ ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଥିରେ ୨୪ କୋଟି ଟଙ୍କା ମୂଲ୍ୟର ୧୬ ଟି ପ୍ରକଳ୍ପର ଉଦ୍ଘାଟନ ଏବଂ ୫୨୧ କୋଟି ଟଙ୍କା ମୂଲ୍ୟର ୭୦ ଟି ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ କରାଯାଇଛି । ଏହି ସବୁ ପ୍ରକଳ୍ପ ମଧ୍ୟରେ ଜଳସେଚନ, ସ୍ୱାସ୍ଥ୍ୟସେବା କେନ୍ଦ୍ର, କ୍ଷୁଦ୍ର ଶିଳ୍ପ, ଅର୍ବାନ ହଷ୍ଟେଲ, ବ୍ରିଜ, ରୋଡ଼, ମିଶନ ଶକ୍ତି ଭବନ, ବନ ସୁରକ୍ଷା ସମିତି ବିଲ୍ଡିଂ, ଅତିରିକ୍ତ ଶ୍ରେଣୀ ଗୃହ ଆଦି ଅନେକ ପ୍ରକଳ୍ପ ରହିଛି । ଏହି ସବୁ ପ୍ରକଳ୍ପ ଗୁଡିକ କୋରାପୁଟର ବିକାଶକୁ ଆଗେଇ ନେବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମଞ୍ଚରେ ଆୟୋଜିତ ଏହି ୫ ଦିନିଆ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ପ୍ରଥମେ ଶହିଦ ଲକ୍ଷ୍ମଣ ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି କହିଥିଲେ ଯେ ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ ଜିଲ୍ଲା ପ୍ରକୃତିର ଅନନ୍ୟ ବରଦାନ ଭାବେ ସାରା ବିଶ୍ଵରେ ପରିଚିତ।

କୋରାପୁଟ ମାଟି ସମାଜରେ ଶାନ୍ତି, ସରଳତା ଓ ଭଲପାଇବାର ମହକ ବାଣ୍ଟି ଥାଏ । କୋରାପୁଟ ମାଟିର ଉତ୍ପାଦିତ କଫି, କଳା ଜୀରା ଧାନ ଏବଂ କୋଟପାଡ଼ର ଶାଢୀ କେବଳ ଓଡ଼ିଶାରେ ନୁହେଁ ସମଗ୍ର ଦେଶ ବିଦେଶରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ସେ କହିଥିଲେ ।

ସେ ପୁଣି କହିଥିଲେ ଶ୍ରୀ ଅନ୍ନ ଭାବେ ପରିଚିତ ମିଲେଟ ଜାତୀୟ ଶସ୍ୟ ଉତ୍ପାଦନ ପାଇଁ ମଧ୍ୟ କୋରାପୁଟ ଜିଲ୍ଲାର ସୁନାମ ରହିଛି । କୋରାପୁଟ ଜିଲ୍ଲାରେ ବର୍ତ୍ତମାନ ଶ୍ରୀ ଅନ୍ନ ଅଭିଯାନରେ ପ୍ରାୟ ୭୨ ହଜାର ହେକ୍ଟର ଜମିରେ ମିଲେଟ ଜାତୀୟ ଫସଲ ଚାଷ କରାଯାଉଛି । ମିଲେଟ ଜାତୀୟ ଚାଷ କ୍ଷେତ୍ରରେ ଜିଲ୍ଲାର ଅଗ୍ରଣୀ ମହିଳା ଚାଷୀ ତଥା ସଂରକ୍ଷକ ଡ଼. ରାଇମତି ଘିଉରିଆଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାରଙ୍କ ମନ୍ତ୍ର ହେଉଛି ବିକାଶ ବି ବିରାସତ ବି। କୋରାପୁଟ ଅଞ୍ଚଳର ସାମାଜିକ ତଥା ଅର୍ଥନୈତିକ ବିକାଶକୁ ସୁଦୃଢ କରିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ। ଜିଲ୍ଲାର ଚାଷୀ ମାନଙ୍କୁ କୃଷି କାର୍ଯ୍ୟ ସହିତ ମାଛ ଚାଷ, ଗୋପାଳ, କୁକୁଡ଼ା ଓ ବତକ ପାଳନ ପରି ଆନୁଷଙ୍ଗିକ କୃଷି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରବ ପାଇଁ ଏକ ସ୍ବତନ୍ତ୍ର ଜାକେଟ ଏବଂ ଏକ ଭିଡିଓ ସଙ୍ଗ ଉନ୍ମୋଚନ କରିଥିଲେ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ କୋରାପୁଟର ଆଦିବାସୀ ସଂସ୍କୃତି ଅତି ସମୃଦ୍ଧ। ଜିଲ୍ଲାର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ଲୋକଲୋଚନକୁ ଆଣି ଆଗେଇନେବା ଆମ ସମସ୍ତଙ୍କ କର୍ତ୍ତବ୍ୟ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟ ସରକାର ଆଦିବାସୀ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ କାର୍ଯ୍ୟରତ ଅଛନ୍ତି। ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ ଆମ ସଂସ୍କୃତି, ଆମ ପରମ୍ପରା ଏବଂ ଆମ ଐତିହ କୁ ନେଇ ଆମେ ସବୁବେଳେ ଗର୍ବ କରିଥାଉ । ଆମ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ପରବ ଏକ ସୁନ୍ଦର କାର୍ଯ୍ୟକ୍ରମ । ପରବ କୋରାପୁଟ ଜିଲ୍ଲାକୁ ସ୍ବତନ୍ତ୍ର ପରିଚୟ ଦେଇଛି ।

ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ସାଂସଦ ଶ୍ରୀ ସପ୍ତଗିରି ଉଲ୍ଲାକା, ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ, ପଟ୍ଟାଙ୍ଗୀ ବିଧାୟକ ଶ୍ରୀ ରାମଚନ୍ଦ୍ର କାଡାମ,କୋଟପାଡ ବିଧାୟକ ଶ୍ରୀ ରୁପୁ ଭତ୍ରା ଏବଂ ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପବିତ୍ର ସାଉଁତା ପ୍ରମୁଖ ପରବ ମହୋତ୍ସବ ପାଇଁ ଜିଲ୍ଲାବାସୀଙ୍କୁ ଶୁଭେଛା ଜଣେଇ କହିଥିଲେ ଯେ ରାଜ୍ୟରେ ବାଲିଯାତ୍ରା ପରେ କୋରାପୁଟର ପରବ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ସୁନାମ ବୃଦ୍ଧି କରିଛି । ମୁଖ୍ୟମନ୍ତ୍ରୀଙ୍କୁ ଏହି ମହୋତ୍ସବରେ ଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ।

ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ ଧନ୍ୟବାଦ ଅର୍ପଣ କରିଥିଲେ।

Mohan Majhi Parav Festival ଆଦିବାସୀ ମହୋତ୍ସବ ପରବ କୋରାପୁଟ ପରବ-2025 ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରୀ ନିୟମ ନ ମାନିଲେ, ଧାନ ମିଲରଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ: ଉପମୁଖ୍ୟମନ୍ତ୍ରୀ

December 22, 2025

ନବମ ବିଜୁ ମାରାଥନ: ୧୨୦୦ ପ୍ରତିଯୋଗୀଙ୍କ ଅଂଶଗ୍ରହଣ

December 22, 2025

ଆଜି ସୋମବାରରେ ଏହି ସାତୋଟି ରାଶି ପାଇଁ ରହିଛି ଧମାଧମ ଲାଭ, କେବେ ଚିନ୍ତା କରି ନ ଥିବେ

December 22, 2025

ମହାରାଷ୍ଟ୍ର ପୌର ନିର୍ବାଚନରେ ​​ମହାୟୁତି ମେଣ୍ଟର ବିପୁଳ ବିଜୟ: କଂଗ୍ରେସ ମେଣ୍ଟକୁ ବଡ ଝଟକା

December 21, 2025
Latest News

ପରବ-2025 ରେ ଯୋଗ ଦେଇ କୋରାପୁଟକୁ ୫୪୫ କୋଟି ଟଙ୍କା ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

December 22, 2025

ସରକାରୀ ନିୟମ ନ ମାନିଲେ, ଧାନ ମିଲରଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ: ଉପମୁଖ୍ୟମନ୍ତ୍ରୀ

December 22, 2025

ନବମ ବିଜୁ ମାରାଥନ: ୧୨୦୦ ପ୍ରତିଯୋଗୀଙ୍କ ଅଂଶଗ୍ରହଣ

December 22, 2025

ଆଜି ସୋମବାରରେ ଏହି ସାତୋଟି ରାଶି ପାଇଁ ରହିଛି ଧମାଧମ ଲାଭ, କେବେ ଚିନ୍ତା କରି ନ ଥିବେ

December 22, 2025

‘ଟାଟା ପାୱାର ଓଡିଶା ଛାଡ’ ନାରା ନେଇ ସାରା ରାଜ୍ୟରେ ବିକ୍ଷୋଭ କରିବ ରାଜ୍ୟ କଂଗ୍ରେସ

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.