ଭୁବନେଶ୍ଵର: ସୈନିକ ସ୍କୁଲ ଏବଂ ଓ.ଏମ୍.ସି ର ମିଳିତ ଆନୁକୂଲ୍ୟରେ ନବମ ବିଜୁ ମାରାଥନ ସୈନିକ ସ୍କୁଲ ଗାନ୍ଧୀ ଷ୍ଟାଡିୟମରୁ ଆରମ୍ଭ ହୋଇଥିଲା। ଏଥିରେ ୧୨୦୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସିନିୟର ବିଭାଗର ୧୦ କିଲୋମିଟର ଓ କନିଷ୍ଠ ବିଭାଗର ସମସ୍ତ ପ୍ରତିଯୋଗୀ ୭ କିଲୋମିଟର ପଥ ଅତିକ୍ରମ କରିଥିଲେ। ଏହି କାର୍ଯ୍ୟକ୍ରମରେ କର୍ଣ୍ଣେଲ ରୋହିତ କୁମାର ଏବଂ ଅଲମ୍ପିକ ଧାବିକା ଅନୁରାଧା ବିଶ୍ଵାଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପତାକା ଦେଖାଇ ମାରାଥନ ଦୌଡର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଦୌଡ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ।


