Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୬’ ପାଇଁ ପ୍ରସ୍ତୁତି ଜୋରଦାର: ଜାନୁୟାରୀ ୫ରୁ ୧୦ ଯାଏଁ ମହା ଆୟୋଜନ
ଆଜିର ଖବର

ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୬’ ପାଇଁ ପ୍ରସ୍ତୁତି ଜୋରଦାର: ଜାନୁୟାରୀ ୫ରୁ ୧୦ ଯାଏଁ ମହା ଆୟୋଜନ

December 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୬’ ପାଇଁ ପ୍ରସ୍ତୁତି ଜୋରଦାର
ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୬’ ପାଇଁ ପ୍ରସ୍ତୁତି ଜୋରଦାର

ରଣପୁର: ରଣପୁରର ସାଂସ୍କୃତିକ ପରମ୍ପରାକୁ ଆଉ ଏକ ମାଇଲଷ୍ଟୋନ୍‌ ଯୋଗାଇବାକୁ ଯାଉଛି ଆସନ୍ତା ‘ଅର୍ଜୁନ–୨୦୨୬’ ରଣପୁର ମହୋତ୍ସବ। ଆସନ୍ତା ଜାନୁୟାରୀ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଏହି ମହାମେଳା ଆୟୋଜିତ ହେବ ବୋଲି ମହୋତ୍ସବ କମିଟି ସୂଚନା ଦେଇଛି।

ଆଜି ସ୍ଥାନୀୟ ମା’ ମଣିନାଗ କଲ୍ୟାଣୀ ମଣ୍ଡପରେ ଏହି ମହୋତ୍ସବକୁ ସଫଳ କରିବା ନିମିତ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକଟି କମିଟିର ସଭାପତି, ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ସମ୍ପାଦକ ସ୍ୱରାଜ ମହାନ୍ତିଙ୍କ ସହଯୋଗରେ କମିଟି ସଦସ୍ୟ, ସାମ୍ବାଦିକ, ଆଇନଜୀବୀ, ବୁଦ୍ଧିଜୀବୀ ଓ ଆଗ୍ରହୀ ଜନସାଧାରଣ ଉପସ୍ଥିତ ରହି ମହୋତ୍ସବର ସମସ୍ତ ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବକୁ ଏ ବର୍ଷ ଆହୁରି ଆକର୍ଷଣୀୟ, ସୁସଂଗଠିତ ଓ ସଫଳ କରିବା ନେଇ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ପାଞ୍ଚ ଦିନିଆ ଏହି ମହୋତ୍ସବର ପ୍ରତ୍ୟେକ ଦିବସକୁ ମହାନ ବ୍ୟକ୍ତିତ୍ୱଙ୍କ ନାମରେ ଉତ୍ସର୍ଗ କରାଯିବ। ପ୍ରଥମ ଦିବସ ଶହୀଦ ରଘୁନାଥ ମହାନ୍ତି, ଦ୍ୱିତୀୟ ଦିବସ ଶହୀଦ ଦିବାକର ପରିଡ଼ା, ତୃତୀୟ ଦିବସ ଶହୀଦ ଅର୍ଜୁନ ରାଉତ, ଚତୁର୍ଥ ଦିବସ ଭକ୍ତ କବି ଭକ୍ତ ଚରଣ ଦାସ ଓ ପଞ୍ଚମ ଦିବସ ରାଜ୍ୟର ପ୍ରଥମ ମହିଳା ସ୍ୱାସ୍ଥ୍ୟ ମନ୍ତ୍ରୀ ରାଣୀ ବସନ୍ତ ମଞ୍ଜରୀ ଦେବୀଙ୍କ ନାମରେ ଉତ୍ସର୍ଗ କରାଯିବ ବୋଲି ସମ୍ମତି ପ୍ରକାଶ ପାଇଛି।

ସାଂସ୍କୃତିକ ଐତିହ୍ୟ, ଦେଶଭକ୍ତି ଓ ଲୋକକଳାର ଅନୁପମ ସମନ୍ୱୟ ସହ ଏବର୍ଷର ରଣପୁର ମହୋତ୍ସବ ଜନସାଧାରଣଙ୍କ ମନକୁ ଛୁଇଁବ ବୋଲି ଆଶା ପ୍ରକାଶ ପାଇଛି।

ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଅବସର ପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା, ସମାଜସେବୀ ପରେଶ ମିଶ୍ର, ଅବସର ପ୍ରାପ୍ତ ଶିକ୍ଷକ ଅଶୋକ କୁମାର ଦାଶ, ପ୍ରଶାନ୍ତ ମିଶ୍ର, ରାଜ କିଶୋର ପଟ୍ଟନାୟକ, ଶିବ ପ୍ରସାଦ ମିଶ୍ର, ଦିନେଶ ପରିଡାଙ୍କ ସମେତ ସାମ୍ବାଦିକମାନେ ଉପସ୍ଥିତ ରହି ମହୋତ୍ସବକୁ ଆକର୍ଷଣୀୟ କରିବା ପାଇଁ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ଅର୍ଜୁନ–୨୦୨୬ ମା' ମଣିନାଗ କଲ୍ୟାଣୀ ମଣ୍ଡପ ରଣପୁର ମହୋତ୍ସବ ସାଂସ୍କୃତିକ ପରମ୍ପରା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.