ଭୁବନେଶ୍ୱର: ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ), ଓଡ଼ିଶା ସିଜିଏମଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୬ ଉଦଘାଟିତ ହୋଇଛି। ଏହି ଅବସରରେ ସଚ୍ଚୋଟତା ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଏସଏନଏଲ, ଓଡ଼ିଶାର ସିଜିଏମ୍ ଆଇ.ଜି. ସୋରେନ୍ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସିଜିଏମ୍ ସୋରେନ୍ ହିନ୍ଦୁ ଏବଂ ଇଂରାଜୀରେ ସମସ୍ତ କର୍ମଚାରୀମାନଙ୍କୁ ସଚ୍ଚୋଟତା ଶପଥ ପାଠ କରାଯାଇଥିଲେ। ଏହି ଅବସରରେ ଭିଜିଲାନ୍ସ ଡିଜିଏମ୍ କେ.ସି. ପତି, ସିଏମଟିଏସ-ଏସଏଣ୍ଡଏମ୍ ଜିଏମ ଜି. ମେହେର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ବିଏସଏନଏଲ ପକ୍ଷରୁ ଆସନ୍ତା ୧ ନଭେମ୍ବର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମ ପାଳନ କରାଯିବ। ଏହି ଅବସରରେ ‘‘ବିଏସଏନଏଲ ସଦାଚାର ନିୟମ ଏବଂ ହିତକୁ ନେଇ ଦ୍ୱନ୍ଦ୍ୱ’’, ‘‘ଏଆଇ ବନାମ ଏଆଇ: ସାଇବର ସୁରକ୍ଷାର ନୂତନ ଦିଗ’’, ‘‘ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତା’’ ଏବଂ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।


