ବାଲୁଗାଁ:- ସୋମବାର ଦିନ ଉମାମହେଶ୍ୱର ବଣିକ ସଙ୍ଘ ବାଲୁଗାଁ ଠାରେ ଲେଖକ ତଥା ପଣ୍ଡିତ ମହେଶ୍ୱର ଦାଶ ଶର୍ମା ଦ୍ଵାରା ରଚିତ “ନାରଦୀୟ ଜ୍ୟୋତିଷ ସଂହିତା ଓ ସାମା ପାଞ୍ଚ ତତ୍ତ୍ୱ ପୂଜା ବିଧାନମ “ଦୁଇଟି ଗ୍ରନ୍ଥ ରାଜ୍ୟ ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଉନ୍ମୋଚନ ଓ ଲୋକାର୍ପଣ କରିଛନ୍ତି।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗ୍ରନ୍ଥ ଉନ୍ମୋଚନ କରି ବାଣପୁରରେ ଏକ ବେଦ କର୍ମ କାଣ୍ଡ ବିଦ୍ୟାଳୟ ଖୋଲିବେ ବୋଲି ଘୋଷଣା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ପ୍ରଫେସର ଡ଼କ୍ଟର ପ୍ରଭାତ କୁମାର ମହାପାତ୍ର, ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ଡ଼କ୍ଟର ଶତୃଘ୍ନ ପାଣିଗ୍ରାହୀ, ପୁରୀ ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତ ସଭା ଉପସଭାପତି ବିଶ୍ୱମ୍ବର ଦାଶ,ସ ମାଜସେବି ଦୁଷ୍ମନ୍ତ ହରିଚନ୍ଦନ, ଗୋଦାଭାରୀଶ ମହାବିଦ୍ୟାଳୟ ପ୍ରାକ୍ତନ ଓଡ଼ିଆ ବିଭାଗ ମୁଖ୍ୟ ଚାନ୍ଦ କିଶୋର ତ୍ରିପାଠୀ,କର୍ମ କାଣ୍ଡ ଜୋତିଶ ଗବେଷକ ପଣ୍ଡିତ ଜଗନ୍ନାଥ ଶତପଥୀ, ଧର୍ମ ଶାସ୍ତ୍ର ଅଚର୍ଯ୍ୟ ହେମନ୍ତ କୁମାର ଶତପଥୀ ପ୍ରମୁଖ ଯୋଗଦେଇ ସାର ଗର୍ଭକ ପ୍ରଦାନ କରିବାସହ ସାମ୍ପତିକ ଯୁଗର ନିର୍ଭୁଲ ପୂଜା ପଦ୍ଧତି ଆପଣେଇବା ସହ ତ୍ରୁଟି ଶୂନ୍ୟ ଜୋତିଶ ଗରଣା ଉପରେ ଆଲୋଚନା କରିଥିଲେ।ଶିକ୍ଷକ କୈଳାଶ ଚନ୍ଦ୍ର ହୋତା ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିବା ବେଳେ ବନ୍ଦିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ବିଜ୍ଞ୍ୟା ପଣ୍ଡିତ ବ୍ୟାକ୍ତି ବିଶେଷ ମାନେ ଯୋଗ ଦେଇଥିଲେ।


