ଭୁବନେଶ୍ବର: ନୂଆ ବର୍ଷରେ ରାଜ୍ୟ ସରକାର ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି। ଅନୁ ଗର୍ଗ ଆଜି ମୁଖ୍ୟ ଶାସନ ସଚିବ ଭାବେ ଯୋଗ ଦେବା ପରେ ଏହି ଅଦଳବଦଳ କରାଯାଇଛି। ଏଥିରେ ଯେଉଁ ଅଦଳବଦଳ ହୋଇଛି ତାହା ହେଲା
- ସତ୍ୟବ୍ରତ ସାହୁ- ରାଜସ୍ବ ପର୍ଷଦ ର ସଦସ୍ୟ
- ଦେଓରଂଜନ ସିଂହ- ଉନ୍ନୟନ କମିଶନର ସହିତ ଯୋଜନା ଓ ସମନ୍ବୟ ବିଭାଗ ଓ ରାଜସ୍ବ ବିପର୍ଯୟ ପରିଚାଳନା ବିଭାଗର ଅତିରିକ୍ତ ଶାସନସଚିବ
- ହେମନ୍ତ ଶର୍ମା- ନିଜର ସମସ୍ତ ବିଭାଗ ସହିତ ଗୃହ ବିଭାଗର ଅତିରିକ୍ତ ଦାୟିତ୍ବ
- ଶୋଭା ଶର୍ମା- ନିଜର ସମସ୍ତ ବିଭାଗ ସହିତ ଜଳସଂପଦ ବିଭାଗର ଅତିରିକ୍ତ ଦାୟିତ୍ବ
- ଭାସ୍କର ଜ୍ୟୋତି ଶର୍ମା- ନିଜର ସମସ୍ତ ବିଭାଗ ସହିତ ଜଙ୍ଗଲ ଓ ପରିବେଷ ବିଭାଗର ପ୍ରମୁଖ ଶାସନ ସଚିବ
- ପ୍ରଭାକର ରାଜେଶ ପାଟିଲ- ନିଜର ସମସ୍ତ ବିଭାଗ ସହିତ ସ୍ବତନ୍ତ୍ର ରିଲିଫ କମିଶନର ଏବଂ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷର ଏମଡି
- ମଧୁମିତା ରଥ- ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବରୁ ନୟାଗଡ ଜିଲ୍ଲାପାଳ ଭାବେ ନିଯୁକ୍ତି
- ଅକ୍ଷୟ ସୁନୀଲ ଅଗ୍ରୱାଲ- ନୟାଗଡ ଜିଲ୍ଲାପାଳରୁ ଗଜପତି ଜିଲ୍ଲାପାଳ ଭାବେ ନିଯୁକ୍ତି


