Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏନଏସ ଚିଲିକାରେ ୨୦୨୫ ସଂସ୍କରଣର ଦ୍ୱିତୀୟ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ ପ୍ୟାରେଡ
ଆଜିର ଖବର

ଆଇଏନଏସ ଚିଲିକାରେ ୨୦୨୫ ସଂସ୍କରଣର ଦ୍ୱିତୀୟ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ ପ୍ୟାରେଡ

January 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଇଏନଏସ ଚିଲିକାରେ ୨୦୨୫ ସଂସ୍କରଣର ଦ୍ୱିତୀୟ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ ପ୍ୟାରେଡ
ଆଇଏନଏସ ଚିଲିକାରେ ୨୦୨୫ ସଂସ୍କରଣର ଦ୍ୱିତୀୟ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ ପ୍ୟାରେଡ

ବାଲୁଗାଁ: ଆଜି ଅପରାହ୍ନରେ ଆଇଏନଏସ ଚିଲିକା ପ୍ୟାରେଡ଼ ଗ୍ରାଉଣ୍ଡ ଠାରେ ୨୦୨୫ ସଂସ୍କରଣର ଦ୍ୱିତୀୟ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ୍ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ୟାଚରେ ସମୁଦାୟ ୨୧୦୩ ଅଗ୍ନିବୀରଙ୍କ ମଧ୍ୟରେ ୧୧୩ ଜଣ ମହିଳା ଅଗ୍ନିବୀର,ଏବଂ ୨୭୦ ଜଣ ଏସଏସଆର ଓ ୨୯୫ ଜଣ ତଟରକ୍ଷି ନାବିକ ଦିର୍ଘ ୧୬ ସପ୍ତାହ ଧରି ଶାରୀରିକ ଓ ମାନସିକ ପ୍ରଶିକ୍ଷଣ ନେଇଥିଲେ। ସଫଳତାର ସହ ଦେଶ ସେବା ପାଇଁ ଭାରତୀୟ ନୌସେନାରେ ନୂତନ ଯାତ୍ରା ଆରମ୍ଭ କରିଥିବାରୁ ଏହି ଭବ୍ୟ ସମାରୋହରେ ସେମାନଙ୍କ ଅବଦାନକୁ ସ୍ୱୀକାର କରି ଅଗ୍ନିବୀରଙ୍କ ପିତାମାତା,ଅଭିଭାବକଙ୍କୁ ନୌସେନା ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି। ଆଇଏନଏସ ଚିଲିକା ନୌସେନା କମୋଡୋର ବି ଦୀପକ ଅନୀଲଙ୍କ ତତ୍ୱବାଧାନରେ କମାଣ୍ଡିଙ୍ଗ-ଇନ-ମୁଖ୍ୟ ଦକ୍ଷିଣ ନୌସେନା କମାଣ୍ଡର ଭାଇସ ଆଡ଼ମିରାଲ ସମୀର ସକସେନା , ଏଭିଏସଏମ,ଏନଏମ,ଫ୍ଲାଗ ଅଫିସର ଉକ୍ତ ପ୍ୟାରେଡକୁ ନିରିକ୍ଷଣ କରିଥିଲେ।

ଉକ୍ତ ପ୍ୟାରେଡ ସମାରୋହରେ ଉଚ୍ଚ ପଦସ୍ଥ ନୌସେନା ଅଧିକାରୀ, ପୂର୍ବ କମାଣ ପତାକା ଅଧିକାରୀ,ପୂର୍ବତନ ନୌସେନା ଅଧିକାରୀ, ଅଗ୍ନିବୀରଙ୍କ ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ।ଆଇଏନଏସ ଚିଲିକାରେ ୧୬ ସପ୍ତାହର ସଫଳ ପ୍ରଶିକ୍ଷଣ ଶେଷ ନୁହେଁ ବରଂ ଭାରତୀୟ ନୌସେନାର ଏକ ନୂତନ ଯାତ୍ରା ଆରମ୍ଭ ଯେଉଁଠାରେ ପୁରୁଷ ଏବଂ ମହିଳା ମିଳିତ ଭାବେ ଭାରତୀୟ ନୌସେନାରେ ଏକ ବିର ଯୋଦ୍ଧା ରୂପେ ଦେଶ ସେବାରେ ନିଃସଂକୋଚ ଭାବେ ପ୍ରସ୍ତୁତ ରହିବାସହ ଦକ୍ଷତା ବୃଦ୍ଧିକରିବା, ବୈଷୟିକ ଦୃଷ୍ଟିରୁ ସଚେତନ ହେବା, ବିଶ୍ଵାସନୀୟ, ସମନ୍ୱୟ ଏବଂ ଉଜ୍ବଳ ଭବିଷ୍ୟତ ଦିଗରେ ପ୍ରଚେଷ୍ଟା ଜାରି ରଖିବା ନେଇ ନିଜ ନିଜ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରତିବନ୍ଧତା ପାଇଁ ଅଗ୍ନିବୀରଙ୍କୁ ପ୍ରଭାବିତ କରିଥିଲେ। ଏଥିସହିତ ନୌସେନାର କାର୍ଯ୍ୟ ଦକ୍ଷତା,ଏବଂ ସାହାସକୁ ଅଗ୍ନିବୀର ମାନେ ସମର୍ଥନ କରିବାକୁ ପରାମର୍ଶ ଦେଇଥିଲେ।ଏହି ଅବସରରେ କୃତି ଅଗ୍ନିବୀରଙ୍କୁ ମୁଖ୍ୟ ଅତିଥି ପଦକ ଏବଂ ଟ୍ରଫି ପ୍ରଦାନ କରିଥିଲେ।ଶ୍ରେଷ୍ଠ ଅଗ୍ନିବିର ଏସଏସଆର ଶଶି ବି କେଞ୍ଚଭାଗଲ,ଏମଆର ଯତୀନ ମିଶ୍ର,ନାବିକ ଜିଡି କେଶବ ସୂର୍ଯ୍ୟବଂଶୀ,ଶ୍ରେଷ୍ଠ ମହିଳା ଅଗ୍ନିବିର ମହିଳା ବିପିନ ରାଉତ ଟ୍ରଫି ଏସଏସଆର ଅନିତା ଯାଦବଙ୍କୁ ପ୍ରଦାନ କରାଯାଇଥିଲା।

ସୂଚନା ଥାଉକି ୨୦୨୫ ସଂସ୍କରଣ ପ୍ରଥମ ବ୍ୟାଚରେ ୨୦୧୦ ଅଗ୍ନିବୀରଙ୍କ ମଧ୍ୟରେ ୩୦୯ ଜଣ ମହିଳା ଅଗ୍ନିବୀର,ଏବଂ ୨୭୬ ଜଣ ତଟରକ୍ଷି ନାବିକ ଆଇଏନଏସ ଚିଲିକାରେ ପ୍ରାରମ୍ଭିକ ତାଲିମ ନେଇ ଭାରତୀୟ ନୌସେନାରେ ବୀର ସିପାହୀ ଭାବେ ନିୟୋଜିତ ରହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026
Latest News

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.