(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଆସ୍କା ଥାନା ପୋଲିସ୍ ବାଲିଆସିରା ଗ୍ରାମରେ ଚଢାଉ କରି ଏକ ଶହ ଲିଟର ରନ୍ଧା ମଦ ଜବତ ସହ ୭୫୦ ଲିଟର ପୋଚ ନଷ୍ଟ କରିଛି। ଏହି ବେଆଇନ କାର୍ଯ୍ୟରେ ଲିପ୍ତ ୫ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବାବୁଲା ନାୟକ, କାମେଶ୍ବର ନାୟକ, ପୃଥିବୀ ନାୟକ, ମୁନି ନାୟକ ଓ ପିଣ୍ଟୁ ଭୋଳ। ସେମାନଙ୍କୁ ମାମଲା ନଂ ୧୭/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି। ଏତଦବ୍ୟତୀତ ରନ୍ଧା ମଦ ପ୍ରସ୍ତୁତି ସାମଗ୍ରୀ ୟୁରିଆ ସାର ୨୫ କିଲୋ ଓ ଗୁଡ ୨୦ ସମେତ ଆନୁସଙ୍ଗିକ ସାମଗ୍ରୀ ଜବତ କରିଛନ୍ତି।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନୁତନ ଥାନା ଅଧିକାରୀ ସୌମ୍ୟରଞ୍ଜନ ଜେନା ନିଜ କର୍ମଚାରୀମାନଙ୍କୁ ସାଙ୍ଗରେ ନେଇ ଅତର୍କିତ ଭାବେ ଚଢ଼ାଉ କରି ଏହି ସଫଳତା ପାଇଛନ୍ତି।


