Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶାରେ ହେବ ସର୍ବଭାରତ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତା: ବିଜେତାଙ୍କୁ ମିଳିବ ୭ ଲକ୍ଷ
ଆଜିର ଖବର

ଓଡିଶାରେ ହେବ ସର୍ବଭାରତ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତା: ବିଜେତାଙ୍କୁ ମିଳିବ ୭ ଲକ୍ଷ

January 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡିଶାରେ ହେବ ସର୍ବଭାରତ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତା: ବିଜେତାଙ୍କୁ ମିଳିବ ୭ ଲକ୍ଷ
ଓଡିଶାରେ ହେବ ସର୍ବଭାରତ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତା: ବିଜେତାଙ୍କୁ ମିଳିବ ୭ ଲକ୍ଷ

ଭୁବନେଶ୍ଵର: ବଡ଼ି ବିଲଡିଂକୁ ନେଇ ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ଅନେକ ଆଗରେ ଥିବା ବେଳେ ଟ୍ରାନ୍ସଫର୍ମିୟମ କ୍ଲାସିକ୍ସ ଅନୁଷ୍ଠାନ ତରଫରୁ ଏକ ସର୍ବ ଭାରତୀୟ ସ୍ତରୀୟ ବଡି ବିଲଡିଂ ପ୍ରତିଯୋଗିତା ଆସନ୍ତା ଫେବୃଆରୀ ୭ ଓ ୮ ତାରିଖରେ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଆୟୋଜନ ହେବ। ଏହି ଅବସରରେ ଭୁବନେଶ୍ୱର ପ୍ରେସ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଆୟୋଜକ ମିଷ୍ଟର ଜୀବନ ଜ୍ୟୋତି ପ୍ରତିଯୋଗିତା ସମ୍ପର୍କରେ ସମସ୍ତ ବିବରଣୀ ଗଣମାଧ୍ୟମ ଆଗରେ ଉପସ୍ଥାପନ କରିଥିଲେ। ଏହି ପ୍ରତିଯୋଗିତାକୁ କ୍ରିପାଲ ଫିଟନେସ, ଚିତ୍ତରଞ୍ଜନ ବେହେରା, ସୁଶାନ୍ତ ସେଠି, ଶଙ୍କର ସହଯୋଗ କରୁଛନ୍ତି।

ଓଡ଼ିଶାରେ ଏହା ପ୍ରଥମଥର ପାଇଁ ଏକ ବଡ଼ ପରିକଳ୍ପନାରେ ହେବାକୁ ଯାଉଛି। ୨୦ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରତିଯୋଗିତା ସର୍ବ ଭାରତୀୟ ସ୍ତରରେ ହେବ। ଓଡିଶା ତଥା ଅନ୍ୟ ଅନ୍ୟାନ୍ୟ ରାଜ୍ୟରୁ ପ୍ରାୟ ୧୫୦ ଜଣ ବଡି ବିଲଡର ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେବେ। ଦେଶର ବହୁ ନାମୀ ଆଥଲେଟ୍ସ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମ ସଫଳ କରିବେ ବୋଲି ଆୟୋଜକ ପ୍ରକାଶ କରିଛନ୍ତି। ଆୟୋଜକ କର୍ତ୍ତୃପକ୍ଷ ସମେତ ଅନେକ ପ୍ରତିଯୋଗୀ ସାମ୍ବାଦିକ ସମ୍ମିଳନୀ ରେ ଯୋଗଦେଇଥିଲେ ଏବଂ ଏହି ପ୍ରତିଯୋଗିତା ପାଇଁ ସେମାନେ ବହୁତ ଉତ୍ସାହିତ ଥିବା କଥା ପ୍ରକାଶ କରିଥିଲେ। ପ୍ରତିଯୋଗୀ ମାନେ ଖୁବ କମ୍ ଦେୟରେ ପଞ୍ଜିକରଣ କରିପାରିବେ ବୋଲି ଆୟୋଜକ କହିଥିଲେ।

ଅନେକ ପ୍ରତିଯୋଗୀ ଓଡିଶା ବାହାରକୁ ଯାଇ ଖର୍ଚ୍ଚ କରି ଖେଳିବାକୁ ସକ୍ଷମ ହୋଇପାରନ୍ତି ନାହିଁ। ତେଣୁ ଆୟୋଜକ ସେହି ସ୍ତରର ଏକ ପ୍ରତିଯୋଗିତା ଭୁବନେଶ୍ୱରରେ ଆୟୋଜନ କରିବାକୁ ସ୍ଥିର କରିଛନ୍ତି ଯାହା ଫଳରେ ଗ୍ରାମାଞ୍ଚଳର ପ୍ରତିଯୋଗୀ ମାନେ ମଧ୍ୟ ଭାଗ ନେଇ ଖେଳି ପାରିବେ ଏବଂ ସେମାନଙ୍କର ପ୍ରତିଭାର ପ୍ରଦର୍ଶନ କରିପାରିବେ।

ଉତ୍କଳ ମଣ୍ଡପ ଓଡିଶା ଟ୍ରାନ୍ସଫର୍ମିୟମ କ୍ଲାସିକ୍ସ ବଡ଼ି ବିଲଡିଂ ପ୍ରତିଯୋଗିତା ଭୁବନେଶ୍ୱର ପ୍ରେସ କ୍ଲବ
Share. Facebook Twitter LinkedIn Email WhatsApp Copy Link

Related Posts

ଆଥଲେଟିକ୍ସ ଫେଡେରେସନ କପରେ ଓଡ଼ିଶାର ଆନିମେଶ କୁଜୁରଙ୍କ ସଫଳତା: ଉପ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

May 24, 2026

‘ଦି ଭଏସ୍: କନକ୍ଲେଭ୍ ଅଫ୍ ଆଇଡିଆଜ୍’ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

May 24, 2026

“ଭାରତ ନେଟ୍ ପରିଯୋଜନା” ଫେଜ୍-୩ ର ପ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା

May 24, 2026

ବାଧାମୁକ୍ତ ବିଦ୍ୟୁତ ଯୋଗାଣ ପାଇଁ ଓପିଟିସିଏଲ ସବୁ କର୍ମଚାରୀଙ୍କ ଛୁଟି ବାତିଲ

May 24, 2026
Latest News

CJP କୁ ନେଇ ପ୍ରଶାନ୍ତ କିଶୋର କଣ କହିଲେ

May 24, 2026

ଭିବି-ଜି ରାମ ଜି ଆଇନ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କଲେ ଗ୍ରାମୀଣ ବିକାଶ ସଚିବ

May 24, 2026

ଆଥଲେଟିକ୍ସ ଫେଡେରେସନ କପରେ ଓଡ଼ିଶାର ଆନିମେଶ କୁଜୁରଙ୍କ ସଫଳତା: ଉପ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

May 24, 2026

ଭାରତ ବିଶ୍ୱର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ହେବ – ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

May 24, 2026

‘ଦି ଭଏସ୍: କନକ୍ଲେଭ୍ ଅଫ୍ ଆଇଡିଆଜ୍’ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

May 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.