Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ବଦଳିବେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ! ହେଲେ କାହିଁକି ଏବଂ କୁଆଡେ ଯିବେ, କିଏ ହେବ ପରବର୍ତ୍ତି ମୁଖ୍ୟ ଶାସନ ସଚିବ ?
ମତାମତ

ବଦଳିବେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ! ହେଲେ କାହିଁକି ଏବଂ କୁଆଡେ ଯିବେ, କିଏ ହେବ ପରବର୍ତ୍ତି ମୁଖ୍ୟ ଶାସନ ସଚିବ ?

August 10, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବଦଳିବେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ! ହେଲେ କାହିଁକି ଏବଂ କୁଆଡେ ସେ ଯିବେ, ତାଙ୍କ ବଦଳରେ କିଏ ହେବ ପରବର୍ତ୍ତି ମୁଖ୍ୟ ଶାସନ ସଚିବ ?
ବଦଳିବେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ! ହେଲେ କାହିଁକି ଏବଂ କୁଆଡେ ସେ ଯିବେ, ତାଙ୍କ ବଦଳରେ କିଏ ହେବ ପରବର୍ତ୍ତି ମୁଖ୍ୟ ଶାସନ ସଚିବ ?

ସମୀକ୍ଷା ବ୍ୟୁରୋ

କିଛି ଦିନ ତଳେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସେଚ୍ଛାକୃତ ଅବସର ନେଇ ଲୋକାୟୁକ୍ତର ସଦସ୍ୟ ଭାବେ ଯୋଗଦେଲେ।  । ତାଙ୍କ ସ୍ଥାନରେ ଆସ୍ଥାୟୀ ଭାବେ ବିଜୟ ଶର୍ମାଙ୍କୁ ପୋଲିସ ଡିଜି ଭାବେ ନିଯୁକ୍ତି ଦିଆଗଲା। ରାଜେନ୍ଦ୍ର ପ୍ରସାଦଙ୍କ ଅବସର ସମୟ ବାକି ଥିବା ବେଳେ ସେ ଲୋକାୟୁକ୍ତ ଯିବା ପାଇଁ ସେଚ୍ଛାକୃତ ଅବସର ନେଲେ। ଠିକ୍ ସେହି ଢାଞ୍ଚାରେ ଓଡିଶାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ମଧ୍ୟ ବଦଳିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତାଙ୍କର କାର୍ଯ୍ୟକାଳ ଆହୁରି ଏକ ବର୍ଷରୁ କମ ସମୟ ଥିଲେ ମଧ୍ୟ ସେ କାହିଁକି ଇସ୍ତଫା ଦେବେ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀଙ୍କ ଗୁଡ ବୁକ୍ ରେ ରାଜେନ୍ଦ୍ର ପ୍ରସାଦଙ୍କ ପରି ଆଦିତ୍ୟ ପ୍ରସାଦ ପାଢୀ ମଧ୍ୟ ଅଛନ୍ତି। ହେଲେ ତାଙ୍କର କାର୍ଯ୍ୟକାଳ ପୁରିବା ଆଗରୁ ସେ ଏପରି କାହିଁକି ପଦକ୍ଷେପ ନେଉଛନ୍ତି ଏବଂ ତା ପଛରେ କଣ ରହିଛି କାରଣ ତାହା ସମସ୍ତେ ଜାଣିବା ପାଇଁ ନିଶ୍ଚିତ ଆଗ୍ରହ ପ୍ରକାଶ କରିବେ।

ଏହାର କାରଣ ହେଲା ଯେ ସେ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେବେ। ବର୍ତ୍ତମାନ ରାଜ୍ୟ ନିର୍ବାଚନ କମିଶନର ପଦବୀ ଦୀର୍ଘ ଦିନ ଧରି ଖାଲି ରହିଛି। ସେହି ପଦବୀରେ କୁଆଡେ ଆଦିତ୍ୟ ପ୍ରସାଦଙ୍କୁ ନିଯୁକ୍ତି ଦିଆଯିବ ବୋଲି କୁହାଯାଉଛି। କାରଣ ହେଲା କେଉଁ ମୂର୍ହୁତରେ ରାଜ୍ୟରେ ପୌର ନିର୍ବାଚନ ହୋଇପାରେ। ତା ପୂର୍ବରୁ ସେହି ପଦବୀରେ ଆଦିତ୍ୟ ପାଢୀଙ୍କୁ ନିଯୁକ୍ତି ଦିଆଯାଉ ବୋଲି ସରକାର ଚାହୁଁଛନ୍ତି। ହେଲେ ସେ ଅବସର ନେବା ପରେ ତାଙ୍କୁ ଏହି ନିଯୁ୍କ୍ତି ଦିଆଯାଇପାରିବ ନାହିଁ। କାରଣ ଏତେ ସମୟ ଅପେକ୍ଷା କରାଯାଇପାରିବ ନାହିଁ। ସେଥିପାଇଁ ନିର୍ବାଚନ ପୂର୍ବରୁ ସେ ସେଚ୍ଛାକୃତ ଅବସର ନେଇ ତାଙ୍କୁ ସେଠାରେ ଥଇଥାନ କରାଯିବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଆଦିତ୍ୟ ପାଢୀ ଯଦି ମୁଖ୍ୟ ଶାସନ ସଚିବ ପଦବୀ ଏବେ ନ ଛାଡିବେ ତେବେ ଅବସର ପରେ ତାଙ୍କୁ ହୁଏତ ଆଉ କେଉଁଠି ଥଇଥାନ କରିବା ସମ୍ଭବ ହେବ ନାହିଁ। ତେଣୁ ଏପରି ମୌକାକୁ ଆଦିତ୍ୟ ପାଢୀ ହାତ ଛଡା କରିବାକୁ ମଧ୍ୟ ଚାହାଁନ୍ତି ନାହିଁ। ବେଳ ଥାଉ ବାଳ ବାନ୍ଧିବା ପରି ଅବସର ପୂର୍ବରୁ ଥଇଥାନ ହେବା ସବୁଠାରୁ ଭଲ ବୋଲି ଆଦିତ୍ୟ ପାଢୀ ଭାବି ନେଇଛନ୍ତି। ରାଜ୍ୟ ନିର୍ବାଚନ କମିଶନର ହେଲେ ଅନ୍ତତଃ 65 ବର୍ଷ ପର୍ଯ୍ୟନ୍ତ ସେ ଚାକିରୀରେ ରହିପାରିବେ।

ବର୍ତ୍ତମାନ ରାଜ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରୁଛନ୍ତି ନବ କୁମାର ନାୟକ। ହେଲେ ଗତ ମାର୍ଚ୍ଚ ମାସରୁ ତାଙ୍କର କାର୍ଯ୍ୟକାଳ ସରିଯାଇଛି। ଯେହେତୁ ସେହି ପଦବୀ ଖାଲି ରହିବ ନାହିଁ, ସେଥିପାଇଁ ପରବର୍ତ୍ତି କମିଶନର ନିଯୁକ୍ତି ପର୍ଯ୍ୟନ୍ତ ସେ କାର୍ଯ୍ୟ କରୁଛନ୍ତି। ଏହି ପଦବୀରେ ମୁଖ୍ୟତଃ ପୂର୍ବତ୍ତନ ମୁଖ୍ୟ ଶାସନ ସଚିବ କିମ୍ବା ବରିଷ୍ଠ ଶାସନ ସଚିବ ପ୍ୟାହା ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥାଏ। ପୂର୍ବତ୍ତନ ମୁଖ୍ୟଶାସନ ସଚିବ ଅଜିତ ତ୍ରିପାଠୀ ଏବଂ ଡି ଏନ ପାଢୀଙ୍କ ପରି ଅଧିକାରୀ ଏହି ପଦବୀରେ କାର୍ଯ୍ୟ କରିଛନ୍ତି। ଯିଏ ମୁଖ୍ୟ ନିର୍ବାଚନ କମିଶନର ପଦବୀରେ ରହିବେ ସେ ନିର୍ବାଚନ ସମୟରେ ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଡାକି କୈଫତ ଲୋଡିପାରିବେ। ବରିଷ୍ଠ ଆଇଏଏସ ଅଫିସରଙ୍କୁ ଡାକି ତାଗିଦ୍ କରିବା ବା ନିର୍ବାଚନ ପରିଚାଳନା ପାଇଁ ଠିକ୍ ରେ କାର୍ଯ୍ୟ କରିବାକୁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଥାନ୍ତି। ତାଙ୍କ କଥାକୁ ଠିକ ଭାବେ ପାଳନ କରିବା ପାଇଁ ସାଧାରଣତଃ ଅବସର ପ୍ରାପ୍ତ ବରିଷ୍ଠ ଆଇଏଏସ ଅଫିସର ନ ହେଲେ ଆସୁବିଧା ସୃଷ୍ଟି ହେବ। ସେଥିପାଇଁ ଏହି ପଦବୀରେ ଏପରି ବରିଷ୍ଠ ଆଇଏଏସଙ୍କୁ ନିଯୁକ୍ତି ଦିଆଯାଇଥାଏ।

ଆଦିତ୍ୟ ପାଢୀ ରାଜ୍ୟ ନିର୍ବାଚନ କମିଶନର ଭାବେ ଯୋଗଦେବା ପରେ କିଏ ହେବ ପରବର୍ତ୍ତି ମୁଖ୍ୟ ଶାସନ ସଚିବ ସେ ନେଇ ମଧ୍ୟ କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ଏହି ମୁଖ୍ୟ ପଦବୀ ପାଇଁ ତିନି ଜଣଙ୍କ ନାମ ଶୁଣାଯାଉଥିଲେ ମଧ୍ୟ ବର୍ତ୍ତମାନର ଗୃହ ସଚିବ ତଥା ଉନ୍ନୟନ କମିଶନର ଅସୀତ ତ୍ରିପାଠୀଙ୍କ ନାମ ଆଗରେ ରହିଛି। କାରଣ ସେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଗୁଡ ବୁକରେ ଅଛନ୍ତି। ସେ ଅତିରିକ୍ତ ଶାସନ ସଚିବ ପାହ୍ୟାର ଅଧିକାରୀ। ବର୍ତ୍ତମାନ ସେ ଗୃହ ସଚିବ ସହିତ ଉନ୍ନୟନ କମିଶନର, କେବିକେର ମୁଖ୍ୟ ପ୍ରଶାସକ ଏବଂ ଯୋଜନା ବିଭାଗ ଦାୟିତ୍ବରେ ଅଛନ୍ତି। ମୁଖ୍ୟ ଶାସନ ସଚିବ ଛୁଟିରେ ଗଲେ ତାଙ୍କୁ ମଧ୍ୟ ଅସ୍ଥାୟୀ ମୁଖ୍ୟ ଶାସନ ସଚିବ ଦାୟିତ୍ବ ଦିଆଯାଇଥାଏ। ମୁଖ୍ୟତଃ ଅସୀତ ତ୍ରିପାଠୀଙ୍କ ଲିଡରସିପ କ୍ବାଲିଟ ସହିତ କାମ କରିବାର କୌଶଳ ଜଣାଅଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରିପାରୁଛନ୍ତି। ଏସବୁକୁ ଅନୁଧ୍ୟାନ କଲେ ଅସୀତ ତ୍ରିପାଠୀ ପରବର୍ତ୍ତି ମୁଖ୍ୟ ଶାସନ ସଚିବ ହେବେ ବୋଲି ଲୋକସେବା ଭବନରେ ଚର୍ଚ୍ଚା ଚାଲିଛି।

ChiefSecretary odishagovernment
Share. Facebook Twitter LinkedIn Email WhatsApp Copy Link

Related Posts

ନିଟ୍‌-ପିଜି ୨୦୨୬ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା

August 2, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026
Latest News

ନିଟ୍‌-ପିଜି ୨୦୨୬ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା

August 2, 2026

ଅଗଷ୍ଟରେ କମିବ ବର୍ଷା, ବଢ଼ିବ ତାତି; ଆଇଏମଡିର ପୂର୍ବାନୁମାନରେ ବଢ଼ିଲା ଚିନ୍ତା

August 2, 2026

ଶିକ୍ଷକଙ୍କ ମାଡ଼ରେ ତୃତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଅଭିଯୋଗ

August 2, 2026

ରାଶିଫଳ: ଅଗଷ୍ଠ ଦୁଇ ତାରିଖ ରବିବାର ଦିନ କଣ ରହିଛି ଆପଣଙ୍କ ଭାଗ୍ୟଫଳ

August 2, 2026

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.