ଖୋର୍ଦ୍ଧା: ଗତ ୧୭ ତାରିଖରୁ ଜିଲ୍ଲା ସଦର ମହକୁମା ଟି ଏଲ ସି ରୋଡ଼ ବି ଡି ଏ ପଡ଼ିଆରେ ଆରମ୍ଭ ହୋଇଥିବା ପଲ୍ଲୀଶ୍ରୀ ମେଳା ଓ ସୁଭଦ୍ରା ମେଳାର ଆଜି ପଞ୍ଚମ ସନ୍ଧ୍ୟାରେ ପାରମ୍ପାରିକ ବିଚିତ୍ର ବର୍ଣାଳି ନାଟ୍ୟ ସଂସଦ, ପଶୁ ମୁଖା ନୃତ୍ୟ ମାହିଂଶା ମର୍ଦ୍ଧିନି ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଇଥିଲା। ଓଡ଼ିଶାର ବିଶ୍ୱ ବିଦିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସଂସ୍କୃତିର ରାଜ୍ୟ ଏବଂ ଓଡ଼ିଆ ଅସ୍ମିତା ର କିମ୍ବଦନ୍ତୀ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପାରମ୍ପାରିକ ସମ୍ବଲ ପୁରୀ ନୃତ୍ୟ ଓ ସଙ୍ଗୀତ ଦର୍ଶକ ମାନଙ୍କୁ ବେଶ ମନୋରଞ୍ଜନ କରିଥିଲା।
ନୃତ୍ତ୍ୟଚାର୍ଯ୍ୟ ଡାନ୍ସ ଏକାଡେମୀ, ମୋନାଲିସା ଆଇ ଏମ୍ ସ୍କୁଲ, କଳିଙ୍ଗ ପାଇକ କ୍ରିଏସନ୍, ଶ୍ରୀ ସାଇ ଡାନ୍ସ ଏକାଡେମୀ, ଵିଚିତ୍ର ବର୍ଣ୍ଣାଲି ନାଟ୍ୟ ସଂସଦ କଳାକାରଙ୍କ ଦ୍ଵାରା ଉଚ୍ଚ କୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ସମସ୍ତ ସାଂସ୍କୃତିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଖୋର୍ଦ୍ଧା ଜିଲ୍ଲାର ପାଇକ ମାନଙ୍କର ବୀରତ୍ୱର ଗାଥା ପାଇକ ଯୋଦ୍ଧା ଯୁଦ୍ଧ ତଥା ପାଇକ ଆଖଡ଼ା ନୃତ୍ୟ ବହୁ ସଂଖ୍ୟାରେ ଦର୍ଶକ ମାନେ ଉପଭୋଗ କରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ।
ଜିଲ୍ଲାର ବହୁ ଦୂରଦୂରାନ୍ତରୁ ମା ମାନେ ଏବଂ ଜନସାଧାରଣ ମେଳା କୁ ଆଗମନ ହେବାସହ ବହୁ ଜନ ସମାବେଶ ଦେଖିବାକୁ ମିଳିଥିଲା। ୨୩ ତାରିଖ ପର୍ଯ୍ୟନ୍ତ ଏହି ପଲ୍ଲୀଶ୍ରୀ ମେଳା ଓ ସୁଭଦ୍ରା ମେଳା ଅନୁଷ୍ଠିତ ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ହୋଇଥିବା ବେଳେ ଜନ ସାଧାରଣ ମାନେ ଗ୍ରାମୀଣ ଉତ୍ପାଦ କ୍ରୟ କରିବାରେ ସୁଯୋଗ ପାଇ ପାରିବେ। ପଞ୍ଚମ ସନ୍ଧ୍ୟାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବୁଦ୍ଧିଜୀବୀ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।


