ପୁରୀ: ପବିତ୍ର ମାଘ ସପ୍ତମୀ ଅବସରରେ ପରମ୍ପରା ଅନୁଯାୟୀ କୋଣାର୍କ ନିକଟ ପବିତ୍ର ଚନ୍ଦ୍ରଭାଗା ପୁଷ୍କରିଣୀରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ବୁଡ ପକାଇ ସୌଭାଗ୍ୟ ପ୍ରାପ୍ତି କରିଛନ୍ତି। ପରମ୍ପରା ଅନୁସାରେ ମାଧିପୂରର ଶ୍ରୀ ଶ୍ରୀ ତ୍ରିବେଣୀଶ୍ଵର ମହାଦେବ, ସନ୍ଥପୁରର ଶ୍ରୀ ଶ୍ରୀ ଐଶାନ୍ୟଶ୍ଵର ମହାଦେବ ଓ କୁରୁଜଙ୍ଗର ଶ୍ରୀ ଶ୍ରୀ ଦକ୍ଷିନେଶ୍ବର ମହାଦେବ ରବିବାର ବଡି ଭୋର ସମୟରେ ଚନ୍ଦ୍ରଭାଗା ତୀର୍ଥରେ ମହାସ୍ନାନ କରିଥିଲେ। ଏହା ପରେ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ମାନେ ବୁଡ ପକାଇବା ସହ ଧନ୍ୟ ମନେ କରିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଚନ୍ଦ୍ରଭାଗାର ଦିବ୍ୟ ଜଳ ସିଞ୍ଚନ କରି ବୁଡ଼ରେ ସାମିଲ ହୋଇଥିଲେ।


