ଭୁବନେଶ୍ଵର: ପୂର୍ତ୍ତ ବିଭାଗ ଅଧିନରେ ଥିବା ଡାକ ବଙ୍ଗଳା ବୁକିଂ ପ୍ରକ୍ରିୟାକୁ ଡିଜିଟାଲ୍ କରିବା ଲକ୍ଷ୍ୟରେ e-IB ଅନଲାଇନ୍ ଆପ୍ଲିକେସନ୍ ସୁବିଧାକୁ ପୂର୍ତ୍ତ ଏବଂ ଆଇନ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶୁଭାରମ୍ଭ କରିଛନ୍ତି। e-IB ପ୍ଲାଟଫର୍ମ ଡିଜିଟାଲ୍ ଇଣ୍ଟରଫେସ୍ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ପୁରୀ, କୋଣାର୍କ ଏବଂ ଭୁବନେଶ୍ବର ଠାରେ ଥିବା ଡାକ ବଙ୍ଗଳା ବୁକିଂ ଓ ଆବଣ୍ଟନ ପ୍ରକ୍ରିୟାକୁ ସରଳ କରାଯିବ। ଏହା ବିଭାଗର ଅଧିକାରୀ ଓ ସାଧାରଣ ଜନତାଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆଶା କରିଛନ୍ତି ।


