ନୂଆଦିଲ୍ଲୀ: ୨୦୨୬ ବଜେଟ୍ ଉପସ୍ଥାପନ ପୂର୍ବରୁ ମଧ୍ୟ ସରକାର ସାଧାରଣ ନାଗରିକ ଏବଂ ବ୍ୟବସାୟୀ ଉଭୟଙ୍କୁ ଝଟକା ଦେଇଛନ୍ତି। ସରକାର ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରିଛନ୍ତି। କିନ୍ତୁ ୧୪ କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି। ଘରୋଇ ସିଲିଣ୍ଡର ଏବେ ବି ୮ ଏପ୍ରିଲ୍ ୨୦୨୫ ରେ ସ୍ଥିର ହୋଇଥିବା ପୁରୁଣା ମୂଲ୍ୟରେ ଉପଲବ୍ଧ।


