Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରୀ ଉଦ୍ୟୋଗ ବିଭାଗର କମିଶନର-ତଥା-ସଚିବ ଭାବରେ ଦାୟିତ୍ୱ ଗ୍ରହଣ କଲେ ସାଦିକ ଆଲାମ
ଆଜିର ଖବର

ସରକାରୀ ଉଦ୍ୟୋଗ ବିଭାଗର କମିଶନର-ତଥା-ସଚିବ ଭାବରେ ଦାୟିତ୍ୱ ଗ୍ରହଣ କଲେ ସାଦିକ ଆଲାମ

February 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Sadiq Alam Assumes Charge as Commissioner-cum-Secretary
Sadiq Alam Assumes Charge as Commissioner-cum-Secretary

ଭୁବନେଶ୍ଵର: ସାଦିକ ଆଲାମ, ସରକାରୀ ଉଦ୍ୟୋଗ ବିଭାଗର କମିଶନର-ତଥା-ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ବିଭାଗର ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ସରକାରୀ ଉଦ୍ୟୋଗ ବିଭାଗର କାର୍ଯ୍ୟକଳାପ ସମୀକ୍ଷା କରିଛନ୍ତି। ସେ ରାଜ୍ୟ ସରକାରୀ ଉଦ୍ୟୋଗଗୁଡ଼ିକୁ ଅଧିକ ସକ୍ରିୟ କରିବା ପାଇଁ କର୍ପୋରେଟ୍ ଗଭର୍ଣ୍ଣାନ୍ସ ମାନୁଆଲରେ ଆବଶ୍ୟକୀୟ ସଂଶୋଧନ ଆଣିବା ପାଇଁ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ ରାଜ୍ୟ ସରକାରୀ ଉଦ୍ୟୋଗଗୁଡ଼ିକର କାର୍ଯ୍ୟଦକ୍ଷତାର ସମୀକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଏହା ଦ୍ୱାରା ରାଜ୍ୟ ସରକାରୀ ଉଦ୍ୟୋଗଗୁଡ଼ିକର କିପରି ଆର୍ଥିକ ସୁଦୃଢୀକରଣ କରାଯାଇପାରିବ ଏବଂ ଏଗୁଡ଼ିକୁ ଲାଭଜନକ କମ୍ପାନୀ ଭାବେ ପରିଗଣିତ କରାଯାଇପାରିବ ସେ ସମ୍ପର୍କରେ କାର୍ଯ୍ୟ କରିବାପାଇଁ ମାର୍ଗଦର୍ଶନ କରିଛନ୍ତି। ବିଭିନ୍ନ ରାଜ୍ୟ ସରକାରୀ ଉଦ୍ୟୋଗଗୁଡିକରେ ନିଯୁକ୍ତି ପାଇଁ ସ୍ୱାଧୀନ ନିର୍ଦ୍ଦେଶକମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବା ଏବଂ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକଙ୍କ ନିଯୁକ୍ତି ପାଇଁ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି। ଶେଷରେ ଏହି ବିଭାଗକୁ ଚଳଚଞ୍ଚଳ କରିବାପାଇଁ ଓ ସମସ୍ତଙ୍କର ସହଯୋଗ ଲୋଡିବା ସହ ଏକଜୁଟ ହୋଇ କାମ କରିବାକୁ ପରାମର୍ଶ ଦେଇଛନ୍ତି।

ଓଡ଼ିଶା ସରକାରଙ୍କ ‘ଭିଜନ ୨୦୩୬’ ଏବଂ ‘ଭିଜନ ୨୦୪୭’ ସହ ସାମଞ୍ଜସ୍ୟ ରଖି ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବା ପାଇଁ ରାଜ୍ୟର ସରକାରୀ ଉଦ୍ୟୋଗ ଗୁଡ଼ିକୁ ଭଲଭାବେ ପରିଚାଳିତ, ସକ୍ରିୟ ଏବଂ ଲାଭଜନକ ସଂସ୍ଥାରେ ପରିଣତ କରିବା ପାଇଁ ସେ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଦଳଗତ ମନୋଭାବ ଏବଂ ମିଳିତ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।

Assumes Charge Commissioner-cum-Secretary Sadiq Alam
Share. Facebook Twitter LinkedIn Email WhatsApp Copy Link

Related Posts

‘ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ’ ପ୍ରଶିକ୍ଷଣ ଶିବିରର ଉଦ୍ଯାପନୀ ସମାରୋହ

February 8, 2026

ଆଜି ଫେବୃୟାରୀ ୮ ତାରିଖରେ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

February 8, 2026

ବାଣପୁରରୁ ମହିଳାଙ୍କ ଠାରୁ ସୁନା ଗହଣା ଲୁଟ୍ ମାମଲା: ଗଜପତି ଜିଲ୍ଲାରୁ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

February 7, 2026

ଶିମିଳିପାଳ ଅଞ୍ଚଳରେ ବିଏସଏନଏଲ ଫୋର୍‌-ଜି ସେବାର ଉଦ୍ଘାଟନ କଲେ ରାଷ୍ଟ୍ରପତି

February 7, 2026
Latest News

ସରକାରୀ ଉଦ୍ୟୋଗ ବିଭାଗର କମିଶନର-ତଥା-ସଚିବ ଭାବରେ ଦାୟିତ୍ୱ ଗ୍ରହଣ କଲେ ସାଦିକ ଆଲାମ

February 8, 2026

‘ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ’ ପ୍ରଶିକ୍ଷଣ ଶିବିରର ଉଦ୍ଯାପନୀ ସମାରୋହ

February 8, 2026

ଆଜି ଫେବୃୟାରୀ ୮ ତାରିଖରେ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

February 8, 2026

ବିଜୟ ସହିତ ବିଶ୍ଵକପ ଅଭିଯାନ ଆରମ୍ଭ କଲା ଭାରତ: ୨୯ ରନ୍ ରେ ଆମେରିକା ପରାସ୍ତ

February 7, 2026

ବାଣପୁରରୁ ମହିଳାଙ୍କ ଠାରୁ ସୁନା ଗହଣା ଲୁଟ୍ ମାମଲା: ଗଜପତି ଜିଲ୍ଲାରୁ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.