Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ
ଆଜିର ଖବର

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
JioAirFiber in Odisha
୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ୨୦୨୫ ବର୍ଷରେ ଦୁଇ ଲକ୍ଷରୁ ଅଧିକ ନୂତନ ଜିଓଏୟାରଫାଇବର ଗ୍ରାହକ ଯୋଡିବା ସହିତ ହୋମ୍ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ଏହାର ଏକ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ କରିଛି । ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଡିସେମ୍ବର ୩୧, ୨୦୨୫ ସୁଦ୍ଧା ଜିଓର ଫିକ୍ସଡ଼ ୱାୟାରଲେସ୍ ଆକ୍ସେସ୍ (ଏଫଡବ୍ଲୁଏ) ସେବା ଜିଓଏୟାରଫାଇବରର ଓଡିଶାରେ ମୋଟ ଗ୍ରାହକ ସଂଖ୍ୟା ୩.୩୪ ଲକ୍ଷ ଅତିକ୍ରମ କରିଛି। ଏଥିରେ ୨.୮୭ ଲକ୍ଷରୁ ଅଧିକ ୫ଜି ଏଫଡବ୍ଲ୍ୟୁଏ ଗ୍ରାହକ ଏବଂ ୪୬୦୦୦ରୁ ଅଧିକ ୟୁବିଆର ଏଫଡବ୍ଲ୍ୟୁଏ ଗ୍ରାହକ ରହିଛନ୍ତି।

ଜିଓଏୟାରଫାଇବର ୨୦୨୫ ବର୍ଷରେ ଓଡ଼ିଶାରେ ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ତୁଳନାରେ ଚାରି ଗୁଣ ଅଧିକ ଫିକ୍ସଡ଼ ୱାୟାରଲେସ୍ ଆକ୍ସେସ୍ (ଏଫଡବ୍ଲୁଏ) ଗ୍ରାହକ ଯୋଡ଼ିଛି। ତଥ୍ୟ ଅନୁଯାୟୀ, ଓଡ଼ିଶାରେ ମୋଟ ଏଫଡବ୍ଲୁଏ ଗ୍ରାହକ ସଂଖ୍ୟା ଜାନୁଆରୀ ୨୦୨୫ରେ ପ୍ରାୟ ୧.୫ ଲକ୍ଷ ଥିଲା, ଯାହା ଡିସେମ୍ବର ୨୦୨୫ରେ ୪ ଲକ୍ଷ ଅତିକ୍ରମ କରିଛି।

ଏହାର ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଦୃଢ଼ ଭିତ୍ତିଭୂମି ଏବଂ ଗ୍ରାହକ-ସର୍ବପ୍ରଥମ ନୀତି ସହିତ, ଜିଓ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଓଡ଼ିଶାର ଡିଜିଟାଲ୍ ପରିବର୍ତ୍ତନକୁ ଆଗେଇ ନେଇ ଚାଲିଛି। ଜିଓଏୟାରଫାଇବର ଡିଜିଟାଲ୍ ବୈଷମ୍ୟକୁ ଦୂର କରିବା ସହ ଶେଷ ମାଇଲ୍ ଫାଇବର କନେକ୍ଟିଭିଟି ଚ୍ୟାଲେଞ୍ଜକୁ ଦୂର କରିବା ଏବଂ ସହର, ଉପକଣ୍ଠ ତଥା ଗ୍ରାମାଞ୍ଚଳରେ ଘର ଏବଂ ଛୋଟ ବ୍ୟବସାୟଗୁଡିକୁ ନିର୍ଭରଯୋଗ୍ୟ ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ସଂଯୋଗ ପ୍ରଦାନ କରିବାରେ ସଫଳ ହୋଇଛି। ଏହା ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ, ୮୦୦ ରୁ ଅଧିକ ଟିଭି ଚ୍ୟାନେଲ୍‌, ୧୧ରୁ ଅଧିକ ଓଟିଟି ଆପ୍‌, ଅସୀମିତ ୱାଇଫାଇ ଏବଂ ଆହୁରି ଅନେକ ସୁବିଧା ପ୍ରଦାନ ଜରିଆରେ ଡିଜିଟାଲ୍ ଯୁଗରେ ଛାତ୍ରଛାତ୍ରୀ, ବୃତ୍ତିଗତ ପ୍ରଫେସନାଲ, ଉଦ୍ୟୋଗୀ ଏବଂ ପରିବାରଗୁଡିକୁ ଉନ୍ନତି କରିବା ପାଇଁ ସଶକ୍ତ କରୁଛି।

ଡିସେମ୍ବର ୨୦୨୫ ରେ ୨୬୦୦୦ ରୁ ଅଧିକ ନୂତନ ଜିଓଫାଇବର ଏବଂ ଜିଓଏୟାରଫାଇବର ଗ୍ରାହକଙ୍କୁ ଯୋଡିବା ସହିତ, ଜିଓ ଓଡ଼ିଶାରେ ହୋମ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ମଧ୍ୟ ପ୍ରାଧାନ୍ୟ ବିସ୍ତାର କରିଛି। ଡିସେମ୍ବର ୩୧, ୨୦୨୫ ସୁଦ୍ଧା ରାଜ୍ୟରେ ଜିଓ ନେଟୱାର୍କରେ ମୋଟ ହୋମ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ସଂଖ୍ୟା ୬.୯୨ ଲକ୍ଷ ଅତିକ୍ରମ କରିଛି। କେବଳ ଜିଓଏୟାରଫାଇବର ରାଜ୍ୟରେ ଡିସେମ୍ବରରେ ପ୍ରାୟ ୨୦୦୦୦ ନୂତନ ଗ୍ରାହକ ଯୋଡିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି। ଜାତୀୟ ସ୍ତରରେ, ଜିଓ ସର୍ବାଧିକ ୮.୭ ଲକ୍ଷ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡିଛି, ଯାହା ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ତୁଳନାରେ ଦୁଇଗୁଣ ରହିଛି।

ଡିସେମ୍ବର ୩୧, ୨୦୨୫ ସୁଦ୍ଧା ଜିଓ ରାଜ୍ୟର ୱାୟାରଲେସ୍‌, ୱାୟାରଲାଇନ୍ ଏବଂ ଏଫଡବ୍ଲୁଏ ସେବା କ୍ଷେତ୍ରରେ ଓଡ଼ିଶାର ସର୍ବାଧିକ ପସନ୍ଦର ତଥା ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ହୋଇଛି। ଏହାର ରାଜ୍ୟରେ ଏକ କୋଟି ୭୨ ଲକ୍ଷରୁ ଅଧିକ ମୋବାଇଲ୍ ଗ୍ରାହକ, ୩.୮୫ ଲକ୍ଷରୁ ଅଧିକ ଜିଓଫାଇବର ଗ୍ରାହକ ଏବଂ ୩.୩୪ ଲକ୍ଷରୁ ଅଧିକ ଜିଓଏୟାରଫାଇବର ଗ୍ରାହକ ରହିଛନ୍ତି, ଯାହା ସାରା ଓଡ଼ିଶାରେ ଜିଓର ବ୍ୟାପକ ୪ଜି ଏବଂ ୫ଜି ନେଟୱାର୍କ ଉପସ୍ଥିତି ଦ୍ୱାରା ସମ୍ଭବ ହୋଇଛି।

ଓଡିଶା ଜିଓ ଏୟାରଫାଇବର ଟ୍ରାଇ ତଥ୍ୟ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026

ଆସନ୍ନ ଅଙ୍ଗଚ୍ଛେଦକୁ ପ୍ରତିହତ କରି ରୋଗୀର ଗୋଡ଼କୁ ରକ୍ଷା କରିବାରେ ସଫଳ ହେଲେ ସମ୍ମମ ଡାକ୍ତର

February 13, 2026

ଜିଲ୍ଲାପାଳ ଅମ୍ରିତ୍ ଋତୁରାଜାଙ୍କ ରାଧାଗୋବିନ୍ଦ ଶେଫାଳି ସଂଗ୍ରହଶାଳା ପରିଦର୍ଶନ

February 13, 2026
Latest News

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026

ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.