ରିଲାଏନ୍ସର 42 ତମ ବାର୍ଷିକ ସାଧାରଣ ବୈଠକ : ସେପ୍ଟେମ୍ବର 5ରୁ ଲଞ୍ଚ ହେବ ଜିଓ ଫାଇବର ସେବା

Published: Aug 12, 2019, 2:47 pm IST

ମୁମ୍ବାଇ ସ୍ଥିତ ବିର୍ଲା ମାତୁଶ୍ରୀ ସଭାଗାରରେ ଅନୁଷ୍ଠିତ ହୋଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ର 42 ତମ ବାର୍ଷିକ ସାଧାରଣ ବୈଠକ । ଏହି ବୈଠକରେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ ଅଧ୍ୟକ୍ଷତା କରିଥିଲେ । ଭାରତ ଏବଂ ରିଲାଏନ୍ସର ଭବିଷ୍ୟତ ବର୍ତ୍ତମାନ ସମୟରେ ସବୁଠୁ ଉଜ୍ଜ୍ବଳ ଦେଖାଯାଉଛି ବୋଲି କହିଛନ୍ତି ମୁକେଶ ଅମ୍ବାନୀ । 2024 ସୁଦ୍ଧା ଭାରତକୁ ଏକ 5 ଟ୍ରିଲିୟନ୍‌ ଅର୍ଥନୀତିରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହି ଲକ୍ଷ୍ୟ ହାସଲ ଦିଗରେ ରିଲାଏନ୍ସର ବହୁତ ବଡ ଅବଦାନ ରହିବ ବୋଲି ମୁକେଶ ପ୍ରକାଶ କରିଛନ୍ତି । ଏହି ଅବସରରେ ମୁକେଶ ଅମ୍ବାନୀ ତୈଳ କମ୍ପାନୀଠାରୁ ନେଇ ଟେଲିକମ୍‌ ସେକ୍ଟର ସମ୍ବନ୍ଧିତ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଥିଲେ । ସାଉଦି ଆରବ ତୈଳ ରିଫାଇନାରୀ କମ୍ପାନୀ ଆରାମାକୋ ରିଲାଏନ୍ସ ତୈଳ ରିଫାଇନାରୀରେ 20 ପ୍ରତିଶତ ଅଂଶଧନ କିଣୁଥିବା ସମ୍ପର୍କରେ ଘୋଷଣା କରିଥିଲେ । ଏହା ସହିତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଜରିଆରେ ଆରାମାକୋ 75 ବିଲିୟନ୍‌ ଡଲାର ବା 5 ଲକ୍ଷ 32 ହଜାର କୋଟିର ନିବେଶ କରିବ । ସେହିପରି ଏହି ଅବସରରେ ଜିଓ କ୍ଲାଉଡ୍‌ ସେବା ଏବଂ ସେପ୍ଟେମ୍ବର 5 ତାରିଖରେ ଜିଓ ଫାଇବର୍‌ର ଲଞ୍ଚ ସମ୍ପର୍କରେ ଘୋଷଣା କରିଥିଲେ ମୁକେଶ ଅମ୍ବାନୀ ।

ରିଲାଏନ୍ସ ପକ୍ଷରୁ କରାଯାଇଥିବା ଘୋଷଣା :

  • 20 ପ୍ରତିଶତ ଅଂଶଧନ କିଣିବ ଆରାମକୋ
  • ସାଉଦି ଆରବ ସ୍ଥିତ ଆରାମାକୋ ରିଲାଏନ୍ସରେ ନିବେଶ କରିବ 75 ବିଲିୟନ୍‌ ଡଲାର
  • ସମ୍ପୂର୍ଣ୍ଣ ମାଗଣା ଘରୋଇ କଲ୍‌
  • ବର୍ତ୍ତମାନର ଅନ୍ତର୍ଜାତୀୟ କଲ୍‌ ଦରର ଏକ ପଞ୍ଚମାଂଶ କିମ୍ବା ଏକ ଦଶମାଂଶରେ ଅନ୍ତର୍ଜାତୀୟ କଲ୍‌
  • ମାସିକ 500 ଟଙ୍କାରେ କାନାଡା ଏବଂ ଯୁକ୍ତରାଷ୍ଟ୍ର ଆମେରିକାକୁ ଅସୀମିତ ମାଗଣା କଲ୍‌
    ଜିଓର ସମସ୍ତ ଓଟିଟି ଆପ୍‌ ସହିତ ଜିଓ ଫାଇବର୍‌ ମାଗଣାରେ ଉପଲବ୍ଧ ହେବ
  • ରିଲିଜ୍‌ର ପ୍ରଥମ ଦିନ ପ୍ରଥମ ଶୋ ଦେଖିବାର ସୁବିଧା
  • ବର୍ତ୍ତମାନର ଦରଠାରୁ ଢେର ଶସ୍ତାରେ ଅନ୍ତର୍ଜାତୀୟ ରୋମିଂ
  • ମାଗଣାରେ ଏଚ୍‌ଡି ଏବଂ 4କେ ସେଟ୍‌ଟପ୍‌ ବକ୍ସ ପ୍ରଦାନ
    14ଟି ନୂତନ ଷ୍ଟାର୍ଟଅପ୍‌ରେ ପୁଞ୍ଜିନିବେଶ
  • 6 ହଜାରରୁ ଅଧିକ ସଫ୍ଟଓ୍ବେୟାର ଇଞ୍ଜିନିୟର୍‌ଙ୍କୁ ନିଯୁକ୍ତି
  • ଜିଓ ଫାଇବର୍‌ ସମ୍ପର୍କରେ ଘୋଷଣା :
  • ସେପ୍ଟେମ୍ବର 5ରୁ ଜିଓ ଫାଇବର୍‌ ସେବା ଆରମ୍ଭ
  • ଜିଓ ଫାଇବର ଜରିଆରେ ଦେଶର 24 ଲକ୍ଷ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ବ୍ୟବସାୟୀଙ୍କୁ ଫାଇଦା ପ୍ରଦାନ କରିବା ସହିତ ସହଜ ଏବଂ ସୁଲଭ ଟାରିଫ୍‌ରେ ଏହା ଉପଲବ୍ଧ
  • ସର୍ବନିମ୍ନ 700ରୁ ସର୍ବାଧିକ 10 ହଜାର ଟଙ୍କା ପର୍ଯ୍ୟନ୍ତ ଟାରିଫ୍‌ରେ ଏହା ଉପଲବ୍ଧ
  • 500 ଟଙ୍କାରେ 100 ଏମ୍‌ବିପିଏସ୍‌ ସ୍ପିଡ୍‌ର ଇଣ୍ଟରନେଟ୍‌
  • 600 ଟଙ୍କାରେ ଡିଟିଏଚ୍‌ ଏବଂ ଟିଭି ସୁବିଧା
  • 1000 ଟଙ୍କାରେ 100 ଏମ୍‌ବିପିଏସ୍‌ ସ୍ପିଡ୍‌ର ଇଣ୍ଟରନେଟ୍‌ ସହିତ ଡିଟିଏଚ୍‌ ଏବଂ ଟିଭି ସୁବିଧା ପ୍ରଦାନ କରିବ ଜିଓ
  • ସେହିପରି ରିଲାଏନ୍ସ ଜିଓର ଗ୍ରାହକଙ୍କ ସଂଖ୍ୟା 34 ମିଲିୟନ୍‌କୁ ବୃଦ୍ଧି
  • ଗ୍ରାହକ ସେବା କ୍ଷେତ୍ରରେ ରିଲାଏନ୍ସ 50 ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି
  • ରିଲାଏନ୍ସ ରିଟେଲ୍‌ର ବାର୍ଷିକ ଆୟ 1.3 ଲକ୍ଷ କୋଟି ଛୁଇଁଛି
  • ମାଇକ୍ରୋସଫ୍ଟ ସହିତ ମିଳିତ ଭାବରେ ନିଜର କ୍ଲାଉଡ୍‌ ସର୍ଭିସ୍‌ ଲଞ୍ଚ କରିବ ରିଲାଏନ୍ସ
  • ଜିଓ ଆଜ୍ବର କ୍ଲାଉଡ୍‌ ଡାଟା ସେଣ୍ଟର, ୨୦୨୦ ଜାନୁଆରି 1ରୁ ଆରମ୍ଭ ହେବ
  • କମ୍ପାନୀ ଜିଓ ଫାଇବର୍‌ରେ ମାଗଣା ଭଏସ୍‌ କଲ୍‌ ସୁବିଧା ପ୍ରଦାନ କରିବ
  • ନିଜର ତୃତୀୟ ବାର୍ଷିକୀ ସେପ୍ଟେମ୍ବର5, 2019ରେ ଜିଓ ଏହି ସେବାର ଲଞ୍ଚ କରିବ

ଏହି ଅବସରରେ ଇଶା ଅମ୍ବାନୀ ଏବଂ ଆକାଶ ଅମ୍ବାନୀ ଜିଓର ଭିଡିଓ କଲ୍‌ ଏବଂ ଭିଡିଓ କନ୍‌ଫରେନ୍ସିଂ ବୈଶିଷ୍ଟ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହା ସହିତ ଆସନ୍ତା 5 ବର୍ଷ ମଧ୍ୟରେ ଭାରତ ପେଟ୍ରୋଲିୟମ୍‌ ସହିତ 7 ହଜାର କୋଟିର ଭାଗିଦାରୀ କରିବ ବୋଲି ଜଣାପଡିଛି ।

Related posts