ବାଣପୁର: ବିଶ୍ଵବିଜୟୀ ଚିତ୍ରାଚାର୍ଯ୍ୟ, ପ୍ରଖ୍ୟାତ ସ୍ଥପତି, ମାଟିର ବରପୁତ୍ର ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ୪୫ତମ ଶ୍ରାଦ୍ଧୋତ୍ସବ ଜନ୍ମମାଟି ନରେନ୍ଦ୍ରପୁରର ଉପେନ୍ଦ୍ର ବିଦ୍ୟାପୀଠ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ଲଳିତ କଳା ଏକାଡ଼େମୀ, ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ଓ ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିସ୍ମୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ଏବଂ ମୁଖ୍ୟ ଉପଦେଷ୍ଟା ପ୍ରଫେସର ଶଶାଙ୍କ ଚୂଡ଼ାମଣିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ଆଇନ, ଅବକାରୀ, ପୂର୍ତ୍ତବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମୁଖ୍ୟ ଅତିଥି, ପୁରୀ ସାଂସଦ ସମ୍ବିତ ପାତ୍ର, ବିଶିଷ୍ଟ ଅତିଥି ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂ, ସମ୍ମାନିତ ଅତିଥି ଭାବେ ନରେନ୍ଦ୍ରପୁର ସରପଞ୍ଚ ସବିତା ଦାସ, ସମିତି ସଭ୍ୟ କନ୍ଦର୍ପ ଜେନା, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ଚିତ୍ରଶିଳ୍ପୀ ପଦ୍ମଶ୍ରୀ ଅଦୈତ ଗଡ଼ନାୟକ, ଉତ୍କଳ ସଂସ୍କୃତି ବିଦ୍ୟାଳୟର କୁଳପତି ଡ଼ଃ ପ୍ରସନ୍ନ କୁମାର ସ୍ଵାଇଁ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ସହ ସଚିବ ସଂଜୟକୁମାର ଛୁଆଳସିଂ, ଚ଼ିଲିକା ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସ, ପଦ୍ମଶ୍ରୀ ଉପେନ୍ଦ୍ର ମହାରଥି ସ୍ମୃତି ପରିଷଦର ସଭାପତି ଡ଼ଃ ନୃସିଂହ ପ୍ରଧାନ, ପୂର୍ବତନ ମନ୍ତ୍ରୀ ଡ଼ା ଦେବେନ୍ଦ୍ରନାଥ ମାନସିଂ, ଚିତ୍ର ଶିଳ୍ପୀ ଶୀତିକାନ୍ତ ସାମନ୍ତସିଂହାର, ଆଡ଼ଭୋକେଟ ବିକ୍ରମ କେଶରୀ ମହାରଥି, ଶିକ୍ଷାବିତ ଗୋଲକ ବିହାରୀ ପରୀଡ଼ା ପ୍ରମୁଖ ଯୋଗଦେଇ ପଦ୍ମଶ୍ରୀ ମହାରଥିଙ୍କ ବହୁମୁଖୀ ପ୍ରତିଭାର ଲୁକ୍କାୟିତ ଅଧ୍ୟାୟକୁ ସମାରୋହରେ ଆଲୋକପାତ କରି ମହାରଥିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚ଼ନ କରିଥିଲେ।
ସଂସ୍କୃତି ବିଶ୍ଵବିଦ୍ୟାଳୟ ତରଫରୁ ପ୍ରଖ୍ୟାତ ୨୦ଜଣ ଯୁବଚିତ୍ରଶିଳ୍ପୀଙ୍କର ଚିତ୍ର ଲିପିକୁ ନେଇ ଚିତ୍ରାଚାର୍ଯ୍ୟଙ୍କୁ ଚିତ୍ରାଞ୍ଚଳି ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ବିଦ୍ୟାଳୟ ଦ୍ଵୟର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।ଶିକ୍ଷକଶିଶିର କୁମାର ଦାସ, ମହେଶ୍ୱର ଜେନା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଏହାକୁ ପରିଚାଳନା କରିଥିବାବେଳେ ସଂପାଦକ ପବିତ୍ର ବରାଳ ଧନ୍ୟବାଦାର୍ପଣ କରିଥିଲେ।


