ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହି ର ରାହୁଲ୍ କ୍ଷେତ୍ରୀ ନାମକ ଜଣେ ୨୧ ବର୍ଷୀୟ ଯୁବକକୁ ବଡ଼ବଜାର ପୋଲିସ କାବୁ କରି ତା ଠାରୁ ୟାମାହା, ବାଜାଜ୍ ଓ ହୋଣ୍ଡା ପ୍ୟାସନ୍ ଭଳି ୩ଟି ଦାମୀ ମୋଟରସାଇକେଲ ଜବତ କରିଛି। ରାହୁଲ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଆସ୍କା ରୋଡ୍ ହୋଣ୍ଡା ସୋରୁମ ନିକଟରେ ପୋଲିସ ଗାଡି ଯାଞ୍ଚ କରୁଥିବା ବେଳେ ରାହୁଲ ଦୃତ ଗତିରେ ଆସୁଥିବା ଦେଖି ପୋଲିସ ତାକୁ ଅଟକାଇ ଗାଡ଼ିର କାଗଜପତ୍ର ଓ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ହେଲମେଟ ଯାଞ୍ଚ କରିଥିଲା। ସେତିକି ବେଳେ କୌଣସି ବୈଧ କାଗଜପତ୍ର ନପାଇବାରୁ ତାକୁ ଥାନାରେ ନେଇ ଜେରା କରାଯାଇଥିଲା। ଜେରା ବେଳେ ତାଠାରୁ ୩ ଟି ଚୋରି ମୋଟରସାଇକେଲ ମିଳିଥିଲା।
ଗିରଫ ରାହୁଲ ପୁର୍ବରୁ କୌଣସି ଏକ ମକଦ୍ଦମାରେ ଗିରଫ ହୋଇ କିଶୋର ନ୍ୟାୟ ବୋର୍ଡ ପକ୍ଷରୁ ବାଳ ସୁଧାର ଗୃହରେ ରହି ପରବର୍ତ୍ତୀ ସମୟରେ ଜାମିନରେ ଆସି ଏହିଭଳି ଅସାମାଜିକ କାର୍ଯ୍ୟ ଚଳାଇଛି ବୋଲି ଜଣାପଡିଛି।


